ହେଲିକ୍ୟାପ୍ଟର ଦୁର୍ଘଟଣାରେ କିମ୍ବଦନ୍ତୀ ବାସ୍କେଟବଲ ଖେଳାଳୀ ‘କୋବି ବ୍ରାଏଣ୍ଟ’ଙ୍କ ଅକାଳ ବିୟୋଗ


ନ୍ୟାସନାଲ ବାସ୍କେଟବଲ ଆସୋସିଏସନ (ଏନବିଏ)ର ପୂର୍ବତ୍ତନ କିମ୍ବଦନ୍ତୀ ଖେଳାଳୀ କୋବି ବ୍ରାଏଣ୍ଟଙ୍କ ସମେତ ଅନ୍ୟ ତିନି ଜଣଙ୍କର ଗତ ୨୬ ତାରିଖ ଦିନ ଏକ ହେଲିକ୍ୟାପ୍ଟର ଦୁର୍ଘଟଣାରେ ମୃତ୍ୟୁ ଘଟିଛି । ମିଳିଥିବା ସୂଚନା ମୁତାବକ, “କିମ୍ବଦନ୍ତୀ ବାସ୍କେଟବଲ ଖେଳାଳୀ କୋବି ବ୍ରାଏଣ୍ଟଙ୍କ ସମେତ ହେଲିକ୍ୟାପ୍ଟରରେ ଯାତ୍ରା କରୁଥିବା ଅନ୍ୟ ତିନି ଜଣଙ୍କର ମଧ୍ୟ ଏହି ଦୁର୍ଘଟଣାରେ ମୃତ୍ୟୁ ଘଟିଛି । ”
ଏନବିଏ ପକ୍ଷରୁ ଦିଆଯାଇଥିବା ସୂଚନା ମୁତାବକ, “ଏହି ଦୁର୍ଘଟଣାରେ କୋବିଙ୍କ ସହ ଯାତ୍ରା କରୁଥିବା ତାଙ୍କ ଝିଅ ଗିଆନା ମାରିୟା(୧୩)ଙ୍କ ମୃତ୍ୟୁ ଘଟିଛି । ” କୋବି ଏବଂ ତାଙ୍କ ଝିଅଙ୍କ ମୃତ୍ୟୁ ଖବର ପାଇବା ପରେ ଭାରତୀୟ କ୍ରିକେଟର୍ସଙ୍କ ଠାରୁ ଆରମ୍ଭ କରି ଅନେକ ବିଶିଷ୍ଟ ବ୍ୟକ୍ତି ମଧ୍ୟ ନିଜ ଶୋକବ୍ୟକ୍ତ ପ୍ରକାଶ କରିଛନ୍ତି ।
ସୂଚନାଯୋଗ୍ୟ, କୋବି ଏବଂ ତାଙ୍କ ସାଥୀ ଏକ ବାସ୍କେଟବଲ ଟୁର୍ଣ୍ଣାମେଣ୍ଟ ପାଇଁ ହେଲିକ୍ୟାପ୍ଟର ସହଯୋଗେ ଯାଉଥିବାବେଳେ ଏହି ଅଘଟଣ ଘଟିଥିଲା । କୋବି ଜଣେ ପ୍ରତିଷ୍ଠିତ ବାସ୍କେଟବଲ ଖେଳାଳୀ ଥିବାବେଳେ ସେ ୫ ଥର ଚାମ୍ପିଆନ ମଧ୍ୟ ହୋଇଛନ୍ତି । ସେ ବାସ୍କେଟବଲ ଜଗତରେ ଜଣେ ମହାନ ଖେଳାଳୀଙ୍କ ମଧ୍ୟରୁ ଅନ୍ୟତମ ଅଟନ୍ତି ।

View this post on Instagram

🏀 👑 #rip #kobe 💔

A post shared by Ranveer Singh (@ranveersingh) on


Share It

Comments are closed.