ଭାରତ ପାଇଁ ପାର୍ବଣ ଉତ୍ସାହକୁ ସକ୍ଷମ କରିଛନ୍ତି ଏମ୍ଏସ୍ଏମ୍ଇ ଓ ଉପଭୋକ୍ତା
ଭୁବନେଶ୍ୱର: ବିଗ୍ ବିଲିୟନ ଡେଜ୍ ସମୟରେ ୩ ଲକ୍ଷରୁ ଅଧିକ ସେଲର୍ଙ୍କ ମଧ୍ୟରୁ ଟିୟର ୨ ଓ ଏହା ବାହାରର ସହରଗୁଡିକରୁ ପ୍ରାୟ ୬୦% ସେଲର୍ ଭାରତରେ ୨୫୦ ମିଲିୟନରୁ ଅଧିକ ଉପଭୋକ୍ତାଙ୍କ ପାଇଁ ପାର୍ବଣ ଉତ୍ସାହକୁ ସକ୍ଷମ କରିଛନ୍ତି । ଚଳିତ ବର୍ଷର ଏହି ସେଲ୍ ସମଗ୍ର ଖୁଚୁରା ଇକୋସିଷ୍ଟମ ସହଭାଗିତା ଗଠନ କରିବା ଲାଗି ଏକତ୍ରିତ ହୋଇଥିବାର ସାକ୍ଷୀ ରହିଛି । କିରାନାଠାରୁ ଆରମ୍ଭ କରି ଏମ୍ଏସ୍ଏମ୍ଇ ଓ ବ୍ରାଣ୍ଡଗୁଡିକ ପର୍ଯ୍ୟନ୍ତ ସମସ୍ତେ ଦେଶ ପାଇଁ ଏକ ସମାବେଶୀ ଇଭେଂଟ୍ ଦ ବିଗ୍ ବିଲିୟନ ଡେଜ୍ ନେଇଆସିଛନ୍ତି ।
ମାର୍କେଟ୍ପ୍ଲେସ୍ ସେଲର୍, ସ୍ଥାନୀୟ ଏମ୍ଏସ୍ଏମ୍ଇ, କାରିଗର ଓ ବୁଣାକାରମାନଙ୍କୁ ଏହି ସେଲ୍ ଏକତ୍ରିତ କରିଛି, ଯେଉଁଥିରୁ ୬୦% ଟିୟର ୨ ଓ ଏହା ବାହାରର ସହରଗୁଡିକରୁ ରହିଛନ୍ତି । ସେଲର୍ ଆଧାର ଚଳିତ ବର୍ଷ ୨୦% ସମ୍ପ୍ରସାରିତ ହୋଇ ମୋଟ୍ ୩୦୦୦ରୁ ଅଧିକ ପିନ୍କୋଡ୍ରେ ପହଂଚିଛି । ମାତ୍ର ଦୁଇ ଦିନରେ ଟିବିବିଡି ୨୦୨୦ ମାର୍କେଟ୍ପ୍ଲେସ୍ ସେଲର୍ମାନେ ଯେଉଁ ଅଭିବୃଦ୍ଧି ପରିଲକ୍ଷିତ କରିଛନ୍ତି ତାହା ସେମାନେ ଟିବିବିଡି ୨୦୧୯ରେ ୬ ଦିନରେ ଦେଖିଥିଲେ । ଏହା ମଧ୍ୟ ସୁରକ୍ଷିତ ଯୋଗାଣ ଶୃଙ୍ଖଳା ଓ ଫ୍ଲିପ୍କାର୍ଟ ଲଜିଷ୍ଟିକ୍ସର ବର୍ଦ୍ଧିତ ଏସ୍ଓପି ପାଇଁ ସମର୍ଥକୁ ଅଲୋକପାତ କରୁଛି । ଏହି ପାର୍ବଣ ଅବଧି ପ୍ରାରମ୍ଭିକ ପ୍ରବେଶ ଓ ଟିବିବିଡି ୨୦୨୦ର ୩ ଦିନ ମଧ୍ୟରେ ୭୦ରୁ ଅଧିକ ସେଲର୍ କୋଟିପତି ହୋଇଥିବା ଓ ୧୦,୦୦୦ ସେଲର୍ ଲକ୍ଷପତି ହୋଇଥିବାର ସାକ୍ଷୀ ରହିଛି । ଦେଶବ୍ୟାପୀ ଉପଭୋକ୍ତାମାନେ ନିଜକୁ ଓ ନିଜ ପରିବାରକୁ କୋଭିଡ୍-୧୯ ବିରୋଧରେ ସୁରକ୍ଷିତ ରଖିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବା ସହିତ ଅତ୍ୟାବଶ୍ୟକୀୟ ସାମଗ୍ରୀଗୁଡିକର ଚାହିଦାରେ ବୃଦ୍ଧି ଜାରି ରହିଛି; ସେହିପରି ଘରୋଇ ଉତ୍ପାଦ, ପର୍ସନାଲ କେୟାର ଭଳି ବର୍ଗରେ ସେଲର୍ମାନେ ଅଭିବୃଦ୍ଧିରେ ଦିନକୁ ଦିନ ବୃଦ୍ଧି ଦେଖୁଛନ୍ତି ।
ଫ୍ଲିପ୍କାର୍ଟ ଅଣ-ପାର୍ବଣ ସେଲ୍ ଦିନଗୁଡିକ ତୁଳନାରେ ଡିଜିଟାଲ ପେମେଂଟ୍ ଟ୍ରାଞ୍ଜାକ୍ସନରେ ୬୦%ରୁ ଅଧିକ ବୃଦ୍ଧି ଦେଖିବା ସହିତ ବିଗ୍ ବିଲିୟନ ଡେଜ୍ ଏହାର ପ୍ରଥମ ୭୨ ଘଂଟାରେ ଡିଜିଟାଲ ଇଣ୍ଡିଆ ଅଭିଯାନ ପ୍ରତି ଏକ ବିଶାଳ ଅନୁକ୍ରମଣିତା ହୋଇପାରିଛି । ବିଶେଷ କରି ଭାରତର ଟାୟାର ୨ ଓ ୩ ସହରଗୁଡିକରେ ଗ୍ରାହକଙ୍କ ପାଇଁ ଡିଜିଟାଲ ପେମେଂଟ୍ସର ଲାଭ ଆଣିବା ପାଇଁ ଏନ୍ପିସିଆଇ ସହିତ ମିଳିତ ପ୍ରୟାସର ଫଳ ସ୍ୱରୁପ ୟୁପିଆଇ ଆଧାରିତ ଉପକରଣଗୁଡିକର ଗ୍ରୟଣୀୟତାରେ ଶକ୍ତିଶାଳୀ ଅଭିବୃଦ୍ଧି ଘଟିଛି ।
Comments are closed.