କ୍ରିକେଟ ପରେ ଏବେ ଫିଲ୍ମ ଜଗତରେ ପାଦ ଥାପିବେ ଧୋନୀ, ଜାଣନ୍ତୁ ଘଟଣା
ଭାରତୀୟ ଦଳର ପୂର୍ବତ୍ତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଖେଳ ଦୁନିଆରେ ସଫଳତାର ଶୀର୍ଷରେ ରହିଛନ୍ତି। କ୍ରିକେଟ ମଇଦାନରେ ନିଜର ଅଧିନାୟକତ୍ୱ ଏବଂ ଧୂଆଁଧାର ଇଂନିସ ଖେଳି ଲୋକଙ୍କ ହୃଦୟ ଜିଣିବା ପରେ ଏବେ ମନୋରଞ୍ଜନ ଦୁନିଆରେ ପାଦ ରଖିବାକୁ ଯାଉଛନ୍ତି। ତେବେ ଅଭିନେତା ନୁହେଁ ଫିଲ୍ମ ନିର୍ମାତା ଭାବରେ ଏକ ୱେବସିରିଜ ତିଆରି କରିବେ କ୍ୟାପଟେନ୍ କୁଲ୍ ଧୋନି। ତାଙ୍କର ଘରୋଇ ପ୍ରଡକ୍ସନ କମ୍ପାନୀ ‘ଧୋନି ଏଣ୍ଟରଟେନମେଣ୍ଟ’ର ବ୍ୟାନରରେ ଏହି ୱେବ ସିରିଜ୍ କାମ ଦ୍ରୃତ ଗତିରେ ବଢିବାରେ ଲାଗିଛି। କମ୍ପାନୀର ମ୍ୟାନେଜିଂ ଡାଇରେକ୍ଟର ତାଙ୍କର ପତ୍ନୀ ସାକ୍ଷୀ ଧୋନି ରହିଛନ୍ତି। ସୋସିଆଲ ମିଡିଆରେ ସାକ୍ଷୀ ନିଜ କମ୍ପାନୀର ପ୍ରୋଜେକ୍ଟ ଉପରେ ବିସ୍ତାରିତ ଭାବରେ ଚର୍ଚ୍ଚା କରିଥିଲେ। ସାକ୍ଷୀ କହିଛନ୍ତି, ହଟଷ୍ଟାର ସ୍ପେଶାଲ ’ଶେର କି ଦହାଡ୍’ (Roar of the Lion) ପରେ ଏକ ଅଣ-ପ୍ରକାଶିତ ବହି ଉପରେ କାମ କରିବାକୁ ଯାଉଛନ୍ତି। ଏବେ ଏକ ୱେବସିରିଜ ତିଆରି କରିବାକୁ ଯାଉଛି। ବହିରେ ରହସ୍ୟମୟୀ ଅଘୋରୀର କାହାଣୀ ରହିଛି, ଯାହାକି ,ଏକ ସୁଦୁରବର୍ତ୍ତୀ ଆଇଲ୍ୟାଣ୍ଡରେ ସବୁପ୍ରକାର ଅତ୍ୟାଧୁନିକ ସୁବିଧା ସହିତ ରହୁଛି। ଅର୍ଥାତ Mythological sci-fi story ଉପରେ କାମ ଚାଲିଛି। ସାକ୍ଷୀ ନିଜର ଅଫିସିଆଲ ଟୁଇଟର ଆକାଉଣ୍ଟରେ ଲେଖିଛନ୍ତି ‘ଆମକୁ ଆପଣଙ୍କ ଭଲ ପାଇବା ଓ ପ୍ରାର୍ଥନା ଦରକାର।
We ll need all your love and blessings ! 🙏🏻. @DhoniLtd pic.twitter.com/ElDH3dq8ch
— Sakshi Singh 🇮🇳❤️ (@SaakshiSRawat) September 30, 2020
କୁହାଯାଉଛି ଯେ, ଏହି ସିରିଜ୍ ପାଇଁ ଷ୍ଟାରକାଷ୍ଟଙ୍କର ସନ୍ଧାନ ଜାରି ରହିଛି। ଏବେ ଏ ବିଷୟରେ ବିଚାର ହେବାର ଅଛି ଏହି ସିରିଜକୁ ସୁଟ୍ କେଉଁଠି କରାଯିବ। ଉଲ୍ଲେଖନୀୟ ଯେ, ଧୋନୀଙ୍କ ପୂର୍ବରୁ ବହୁ ଭାରତୀୟ କ୍ରିକେଟର ଫିଲ୍ମ ଜଗତରେ କାମ କରିସାରିଛନ୍ତି। ସେମାନଙ୍କ ଭିତରେ ବିନୋଦ କାମ୍ବଲି, ଅଜୟ ଜାଡେଜାଙ୍କ ଭଳି ବହୁ ଖେଳାଳିଙ୍କ ନାଁ ରହିଛି। ତେବେ ଏହି ଖେଳାଳିମାନେ ମନୋରଞ୍ଜନ ଦୁନିଆରେ ବିଶେଷ ସଫଳତା ପାଇନଥିଲେ।
Comments are closed.