ମୋଟୋରୋଲା ପକ୍ଷରୁ ଭାରତରେ ଏହାର ନୂତନ ମୋଟୋ ଜି୯ର ଶୁଭାରମ୍ଭ
ଭୁବନେଶ୍ୱର: ଭାରତୀୟ ବଜାରକୁ ଧ୍ୟାନରେ ରଖି ମୋଟୋରୋଲା ପକ୍ଷରୁ ସମଗ୍ର ବିଶ୍ୱରେ ସର୍ବପ୍ରଥମେ ଭାରତରେ ଏହାର ଲୋକପ୍ର୍ରିୟ ଜି ଫ୍ରାଂଚାଇଜ୍- ମୋଟୋ ଜି୯ର ପରବର୍ତୀ ପିଢ଼ୀର ଶୁଭାରମ୍ଭ କରାଯାଇଛି । ଏହି ସ୍ମାର୍ଟଫୋନ୍ ହେଉଛି ବାସ୍ତବରେ ଏକ ମେଡ୍ ଫର୍ ଇଣ୍ଡିଆ ପ୍ରଡକ୍ଟ ଯାହାକି ଭାରତରେ ନିର୍ମିତ । ମୋଟୋ ଜି୯ ହେଉଛି ପ୍ରଦର୍ଶନ, କ୍ୟାମେରା, ବ୍ୟାଟେରୀ ଓ ଆହୁରି ଅନେକ ଫିଚର କ୍ଷେତ୍ରରେ ଏକ ଶକ୍ତିଶାଳୀ ପଦକ୍ଷେପ । ବ୍ୟାପକ କ୍ଷେତ୍ରରେ ଅଧିକ ଶକ୍ତି ପ୍ରଦାନ କରିବା ପାଇଁ ଡିଜାଇନ୍ ହୋଇଥିବା ଏହି ନୂଆ ମୋଟୋ ଜି ଡିଭାଇସ୍ ଗୋଟିଏ ଉତ୍ପାଦରେ ଉପଭୋକ୍ତାମାନେ ଚାହୁଁଥିବା ସବୁକିଛିକୁ ଏକତ୍ରିତ କରି ଉପଭୋକ୍ତା ଅଭିଜ୍ଞତାକୁ ପରବର୍ତୀ ସ୍ତରକୁ ନେଇଛି । ନୂଆ ମୋଟୋ ଜି୯ରେ ଏହି ବର୍ଗରେ ସର୍ବୋତମ ଅଭିଜ୍ଞତା ଯେପରିକି ଏକ ସୁପର ରେସ୍ପନ୍ସିଭ୍, ଅତ୍ୟାଧୁନିକ କ୍ୱାଲ୍କମ୍ ସ୍ନାପ୍ଡ୍ରାଗନ୍ ୬୬୨ ପ୍ରୋସେସର, ୪୮ ଏମ୍ପି ମେନ୍ ସେନ୍ସର ସହିତ କ୍ଲାସ୍ ଲିଡିଙ୍ଗ୍ ଏଫ୍/୧.୭ ଆପେର୍ଚର ଥିବା ଏକ ତିନୋଟି କ୍ୟାମେରା ବ୍ୟବସ୍ଥା ଓ ଏକ ବୃହତ୍ ୫୦୦୦ ମେଗାହର୍ଜ ବ୍ୟାଟେରୀ ସହିତ ୨୦ ୱାଟ୍ ଟର୍ବୋ ପାୱାର ଚାର୍ଜିଙ୍ଗ୍ ସାମିଲ ରହିଛି । ମୋଟୋ ଜି୯ରେ ୬୪ ଜିବିର ବିଲ୍ଟ ଇନ୍ ଷ୍ଟୋରେଜ୍ ରହିଛି । ଆପଣ ମାଇକ୍ରୋଏସ୍ଡି କାର୍ଡ ସ୍ଲଟ୍ର ବ୍ୟବହାର କରି ଏଥିରେ ୫୧୨ ଜିବି ପର୍ଯ୍ୟନ୍ତ ଷ୍ଟୋରେଜ୍ ସାମିଲ କରିପାରିବେ ।
କେବଳ ଏତିକି ନୁହେଁ, ମୋଟୋ ଜି୯ ଆପଣଙ୍କ ପସନ୍ଦର ସମସ୍ତ ମୋଟୋ ଆକ୍ସନ୍ ଓ ଗେସ୍ଚର ସହ ଆସୁଛି! ଏହାର ଅଗ୍ରଣୀ ଏନ୍ଏଫ୍ସି ସପୋର୍ଟ ସହିତ ସହଜରେ କଂଟାକ୍ଟ-ଲେସ୍ ପେମେଂଟ୍ କରିପାରିବେ,ଏହାର ସର୍ବୋତମ, ଡୁଆଲ ବ୍ୟାଣ୍ଡ ୱାଇଫାଇ ସପୋର୍ଟ ସହିତ ସହଜରେ ଘରୁ ରହି କାମ ମଧ୍ୟ କରିପାରିବେ । ଏହି ସ୍ମାର୍ଟଫୋନ ଫେସ୍ ରିକଗ୍ନିସନ ଓ ଫିଙ୍ଗରପ୍ରିଂଟ୍ ରିଡର ସହିତ ବ୍ୟବସ୍ଥିତ । ଫିଙ୍ଗରପ୍ରିଂଟ ରିଡରକୁ ସହଜରେ ଖୋଜିନପାରିବା ପାଇଁ ଏହା ଫୋନ୍ର ପଛରେ ଥିବା ‘ବ୍ୟାଟ୍ୱିଙ୍ଗ୍’ ଲୋଗୋ ମଧ୍ୟରେ ଲୁଚି ରହିଛି । ଏହି ଆକର୍ଷଣୀୟ ମୋଟୋ ଜି୯ ଦୁଇଟି ସୁନ୍ଦର ରଙ୍ଗ ଡିପ୍ ସାଫାୟାର ବ୍ଲୁ ଓ ନାଚୁରାଲ ଫରେଷ୍ଟ ଗ୍ରୀନ୍ଷରେ ଆସନ୍ତା ୩୧ ତାରିଖ ଦିନ ୧୨ଟାରୁ ଫ୍ଲିପ୍କାର୍ଟରେ ମାତ୍ର ୧୧,୪୯୯ଟଙ୍କା ମୂଲ୍ୟରେ ଉପଲବ୍ଧ ହେବ ।
Comments are closed.