ଗାନ୍ଧୀ ଜୟନ୍ତୀ ଅବସରରେ ମୋନା ପକ୍ଷରୁ ରାଜ୍ୟବ୍ୟାପୀ ପ୍ରତିବାଦ ସଭା ଆୟୋଜିତ


ଭୁବନେଶ୍ୱର : ଗାନ୍ଧୀ ଜୟନ୍ତୀ ଅବସରରେ ମିଳିତ ଓଡିଶା ନିଶା ନିବାରଣ ଅଭିଯାନ (ମୋନା) ପକ୍ଷରୁ ରାଜ୍ୟର ସମସ୍ତ ଜିଲ୍ଲାରେ ଓଡିଶାରୁ ମଦ ବନ୍ଦ ନିମନ୍ତେ ଧାରଣା ଓ ପ୍ରତିବାଦ ସଭା ଆୟୋଜନ କରାଯାଇଛି । ଗାନ୍ଧୀଜୀଙ୍କର ୧୫୦ତମ ବର୍ଷ ପୂର୍ତ୍ତି ଅବସରରେ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ଦ୍ୱାରା ରାଜ୍ୟ ଏବଂ ଦେଶରୁ ମଦ ବନ୍ଦ ନିମନ୍ତେ କୌଣସି ପଦକ୍ଷେପ ନିଆଯାଇ ନଥିବାରୁ ମୋନା ପକ୍ଷରୁ ଏହି ନିଷ୍ପତି ନିଆଯାଇଛି । ଏହା ସହ ସର୍ବଭାରତୀୟ ସ୍ତରରେ ‘ଲିକର ଫ୍ରି ଇଣ୍ଡିଆ’ ପକ୍ଷରୁ ଏହି ସମଭାପନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି ।
ଏହି ଅବସରରେ ସୂଚନା ଦେଇ ମୋନା ସଭାପତି ଶ୍ରୀଯୁକ୍ତ ପଦ୍ମଚରଣ ନାୟକ କହିଛନ୍ତି ଯେ, “ଗାନ୍ଧୀଜୀଙ୍କର ୧୫୦ତମ ବର୍ଷ ପୂର୍ତ୍ତି ଅବସରରେ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ପକ୍ଷରୁ ଗାନ୍ଧୀଜୀଙ୍କର ଆଦର୍ଶକୁ ଲୋକମାନଙ୍କ ନିକଟରେ ପହଞ୍ଚାଇବା ପାଇଁ ଅନେକ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଥିଲା । କିନ୍ତୁ ସାଂପ୍ରତିକ ପରିସ୍ଥିତିରେ ରାଜନୈତିକ ଶକ୍ତି ମାନଙ୍କର ଗାନ୍ଧୀଙ୍କ ଆଦର୍ଶ ପ୍ରତିଥିବା ସଠତାକୁ ବିଚାର କଲେ ଲଜ୍ଜାରେ ମୁଣ୍ଡ ନଇଁଯାଏ । ଲାଗେକି କଣ ସତରେ ଆମେ ସେହି ଭାରତରେ ଆଜି ବଞ୍ଚିଛୁ, ଯାହାର ସ୍ୱାଧୀନତା ଆନ୍ଦୋଳନର ମଙ୍ଗ ଧରିଥିଲେ ସେହି ଅର୍ଦ୍ଧ ଲଂଗଳା ଫକୀର ତ୍ୟାଗର ମୂର୍ତ୍ତି ମନ୍ତ ପ୍ରତୀକ ବାରିଷ୍ଟର ମୋହନ ଦାସ କରମଚାନ୍ଦ ଗାନ୍ଧୀ । ଯାହାଙ୍କର ସର୍ବଶ୍ରେଷ୍ଠ ସ୍ୱପ୍ନ ଥିଲା ମଦମୁକ୍ତ ଭାରତ । ଗାନ୍ଧୀ ବିଚାରକକୁ ଅଗ୍ରାଧିକାର କେବଳ ବାଚନିକ ହେଲା ସିନା ବାସ୍ତବ ଠାରୁୁ ଧିରେ ଧିରେ ଦୂରକୁ ଠେଲି ହୋଇଯାଉଛି । ମଦର ବନ୍ୟା ଦେଶରେ ସରକାରୀ ପ୍ରୋତ୍ସାହନରେ ଯେଭଳି ଚାଲିଛି ବିଶେଷ କରି କରୋନା ମହାମାରୀ ସମୟରେ ମଧ୍ୟ ସମ୍ଭାଳ ପଡି ନହିଁ । ତାହା ଗାନ୍ଧୀଙ୍କ ଆତ୍ମାକୁ ନିଶ୍ଚିତ ଭାବରେ ଦୁଃଖିତ କରୁଥିବ । ”
ଏହା ସହ ସେ କହିଛନ୍ତି ଯେ, “କରୋନା ମହାମାରୀକୁ ଦୃଷ୍ଟିରେ ରଖି ସଂଗଠନ ପକ୍ଷରୁ ସମସ୍ତ କାର୍ଯ୍ୟକର୍ତ୍ତା ମାନଙ୍କୁ କରୋନା ନିର୍ଦ୍ଦେଶାବଳୀ ଗୁଡିକୁ ଅକ୍ଷର ଅକ୍ଷରେ ପାଳନ କରି ଏହି ସବୁ କାର୍ଯ୍ୟମାନ ସଂପାଦନ ପାଇଁ ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ବିଶେଷ ଅନୁରୋଧ କରାଯାଇଛି । ”
ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଉପସ୍ଥିତ ଥିଲେ ମଳୟ ତ୍ରିପାଠୀ, ବାଣୀ ଦାସ, ଖଗେସ୍ୱର ବଳ, ସୌମ୍ୟରଂଜନ ମହାନ୍ତି, ଶାନ୍ତିଲତା ରାଉତରାୟ, ଅରୁଣ ସାମନ୍ତରାୟ, ଶୁଭେନ୍ଦୁ ରାଉତରାୟ, ଗିରିଜା ପ୍ରସାଦ ନାୟକ ।


Share It

Comments are closed.