ସୁଶାନ୍ତଙ୍କୁ ନ୍ୟାୟ ଦେବା ପାଇଁ ଜନ୍ତର ମନ୍ତରରେ ସତ୍ୟାଗ୍ରହ କରିବା ଲାଗି ସମସ୍ତଙ୍କୁ ଆହ୍ୱାନ ଦେଲେ ଭଉଣୀ ଶ୍ୱେତା


ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ଯେବେ​‌ଠୁ ଡ୍ରଗ୍ସ ମାମଲା ସାମ୍ନାକୁ ଆସିଛି ସେବେଠୁ ଆତ୍ମହତ୍ୟା ମାମଲାର ତଦନ୍ତ ଅନ୍ୟ ଦିଗକୁ ଚାଲିଯାଇଛି। ଡ୍ରଗ୍ସ ମାମଲା ପରେ ସୁଶାନ୍ତଙ୍କୁ ନ୍ୟାୟ ଦେବା ବଦଳରେ ଏହା ବଲିଉଡ ଡ୍ରଗ୍ସ ଲିଙ୍କର ଚର୍ଚା ପାଲଟିଛି। ସିବିଆଇର ଏଭଳି ତଦନ୍ତରେ ସୁଶାନ୍ତଙ୍କ ପରିବାର ସହ ତାଙ୍କ ପ୍ରଶଂସକଙ୍କୁ ମଧ୍ୟ ନିରାଶ ହେବାକୁ ପଡିଛି।

ତେବେ ଏବେ ସୁଶାନ୍ତଙ୍କ ଭଉଣୀ ଶ୍ୱେତା ସିଂହ କୀର୍ତି ସୁଶାନ୍ତ ମାମଲାର ତଦନ୍ତ ଓ ନ୍ୟାୟ ଦାବିରେ ସାମାଜିକ ଗଣମାଧ୍ୟମରେ ଅଭିଯାନ ଚଳାଇଛନ୍ତି। ଶ୍ୱେତାଙ୍କ ଏହି କ୍ୟାମ୍ପେନକୁ ପୂରା ଦୁନିଆର ଲୋକ ଖୁବ ସମର୍ଥନ ମଧ୍ୟ କରୁଛନ୍ତି। ତେବେ ଶ୍ୱେତା ଆଜି ଗାନ୍ଧି ଜୟନ୍ତୀ ଅବସରରେ ସୁଶାନ୍ତଙ୍କ ପ୍ରଶଂସକଙ୍କୁ ଦିଲ୍ଲୀ ଜନ୍ତର ମନ୍ତରରେ ପଡ଼ିଆରେ ଏକତ୍ରିତ ହେବାକୁ ଅନୁରୋଧ କରିଛନ୍ତି। ଶ୍ୱେତା ତାଙ୍କ ଟ୍ୱିଟରେ ଲେଖିଛନ୍ତି, ‘ଆଜି ଜନ୍ତର ମନ୍ତର କ୍ୟାମ୍ପେନରେ ଯୋଗ ଦେଇ ଏହାକୁ ସମର୍ଥନ କରନ୍ତୁ। ଧ୍ୟାନ ଦେବେ ମାସ୍କ ପିନ୍ଧିବେ। ସାମାଜିକ ଦୂରତ୍ୱ ଓ ଆଇନ ନିୟମକୁ ପାଳନ କରିବେ।’ ଏହା ସହ ହାସଟ୍ୟାଗରେ ସୁଶାନ୍ତଙ୍କ ପାଇଁ ସତ୍ୟାଗ୍ରହ ସେ ଲେଖିଛନ୍ତି। ଏହା ପୂର୍ବରୁ ଶ୍ୱେତା ଲେଖିଛନ୍ତି କ’ଣ ସୁଶାନ୍ତଙ୍କୁ ନ୍ୟାୟ ମିଳିବ? ତାର ନୀରିହ ଚେହେରା ଓ ସ୍ୱପ୍ନ ଆମ ଉପରେ ଭାର ହୋଇ ରହିଛି।   ତେବେ ସୁଶାନ୍ତ ମୃତ୍ୟୁ ମାମଲାର ତଦନ୍ତ କରୁଥିବା ସିବିଆଇ ଆଜି ସିଦ୍ଧାର୍ଥ ପିଠାନୀଙ୍କ ବୟାନ ରେକର୍ଡ କରିବ। ତଦନ୍ତ ଏଜେନ୍ସି ସିଆରପିସି ଧାରା ୧୬୪ରେ ଅଭିନେତାଙ୍କ ଫ୍ଲାଟମେଟ୍ ସିଦ୍ଧାର୍ଥଙ୍କ ବୟାନ ରେକର୍ଡ କରିବ। ଏ ପାଇଁ ସିଦ୍ଧାର୍ଥକୁ ସମନ ପଠାଇଛି ସିବିଆଇ।


Share It

Comments are closed.