ଦିବ୍ୟାଙ୍ଗଙ୍କୁ ସଶକ୍ତ କରିବା ପାଇଁ ମାଇକ୍ରୋସଫ୍ଟ ଇଣ୍ଡିଆ ଓ ନାସ୍‌କମ୍ ଫାଉଣ୍ଡେସନର ନୂଆ ଅଭିଯାନ


ଭୁବନେଶ୍ୱର: ମାଇକ୍ରୋସଫ୍ଟ ଇଣ୍ଡିଆ ଓ ନାସ୍‌କମ୍ ଫାଉଣ୍ଡେସନ୍ ପକ୍ଷରୁ ଆଜି ଦିବ୍ୟାଙ୍ଗ ସଶକ୍ତିକରଣ ବିଭାଗ (ଡିଇପିଡବ୍ଲ୍ୟୁଡି), ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରଣାଳୟ, ବିଜ୍ଞାନ ଓ ପ୍ରାଦ୍ୟୋଗିକ ବିଭାଗ (ଡିଏସ୍‌ଟି), ବିଜ୍ଞାନ ଓ ପ୍ରାଦ୍ୟୋଗିକ ମନ୍ତ୍ରଣାଳୟ ଓ ଇଆର୍‌ଏନ୍‌ଇଟି (ନ୍ୟାସ୍‌ନାଲ ରିସର୍ଚ୍ଚ ଆଣ୍ଡ ଏଜୁକେଶନ ନେଟ୍‌ୱର୍କ ଅଣ୍ଡର୍ ଏମ୍‌ଇଆଇଟିୱାଇ) ସହଭାଗିତାରେ ଇନୋଭେଟ୍ ଫର୍ ଆକ୍ସେସିବୁଲ ଇଣ୍ଡିଆ ଅଭିଯାନର ଶୁଭାରମ୍ଭ କରାଯାଇଛି । ଇନୋଭେଟ୍ ଫର୍ ଆକ୍ସେସିବୁଲ ଇଣ୍ଡିଆ ହେଉଛି ଦେଶବ୍ୟାପୀ ଏକ ଅଭିନବ ଆହ୍ୱାନ ଯାହାକି ସମାନ ସୁଯୋଗ ପାଇଁ ପହଂଚ ଓ ସମାଜରେ ଉନ୍ନତ ଏକତ୍ରୀକରଣ ପାଇଁ ଆବଶ୍ୟକ ପ୍ରଯୁକ୍ତି ଓ ଉପକରଣ ମାଧ୍ୟମରେ ଦିବ୍ୟାଙ୍ଗ ଲୋକମାନଙ୍କୁ ସଶକ୍ତ କରିବାକୁ ଲକ୍ଷ୍ୟ ରଖିଛି । ଏହି ଅଭିଯାନ ମାଇକ୍ରୋସଫ୍ଟ କ୍ଲାଉଡ୍‌, ଆର୍ଟିଫିସିଆଲ ଇଂଟେଲିଜେନ୍ସ ଓ ଅନ୍ୟାନ୍ୟ ଟେକ୍ନୋଲୋଜିଗୁଡିକୁ ବ୍ୟବହାର କରି ବିକଶିତ ହୋଇଥିବା ଚଳଣୀୟ ଟେକ୍ନୋଲୋଜି ସମାଧାନର ଏକ ସମୂହ ହେବ; ଯାହକି ଦିବ୍ୟାଙ୍ଗ ବ୍ୟକ୍ତିମାନେ ସମ୍ମୁଖୀନ ହେଉଥିବା ସମସ୍ୟାକୁ ଦୂର କରିଥାଏ, ବିଶେଷ କରି ଚାକିରି ପାଇବା, ଶିକ୍ଷା କ୍ଷେତ୍ରରେ ସମାଧାନ, ଦକ୍ଷତା ବିକାଶ, ନିଯୁକ୍ତି, ଗତିଶୀଳତା, ପୁନର୍ବାସ ଓ ଅନ୍ୟାନ୍ୟ ସରକାରୀ ସେବାରେ ସହାୟକ ହୋଇଥାଏ ।
ଏହି ଅଭିଯାନ ଛାତ୍ରଛାତ୍ରୀ, ନାଗରିକ ଓ ସାମାଜିକ ପ୍ରଭାବ ବିଶିଷ୍ଟ ସଂଗଠନଗୁଡିକଠାରୁ ୨୧ଟି ଔପଚାରିକ ସ୍ୱୀକୃତିପ୍ରାପପ୍ତ ଅକ୍ଷମତା ମଧ୍ୟରୁ କୌଣସି ଗୋଟିଏରେ ଦିବ୍ୟାଙ୍ଗ ଥିବା ବ୍ୟକ୍ତିଙ୍କ ସମସ୍ୟାର ସମାଧାନ ପାଇଁ କଷ୍ଟମାଇଜ୍‌ଡ ସଲ୍ୟୁସନ୍ ନିର୍ମାଣ କରିବା ପାଇଁ ଆବେଦନ ଆହ୍ୱାନ କରିବ । ଡେଭ୍‌ଲପର୍‌ଙ୍କ ଦ୍ୱାରା ସମ୍ବୋଧିତ କରାଯିବା ପାଇଁ ପ୍ରୋତ୍ସାହିତ କରାଯାଉଥିବା ପ୍ରମୁଖ କ୍ଷେତ୍ରଗୁଡିକ ହେଉଛି ମୋବିଲିଟି, ଇ-ଗଭର୍ଣ୍ଣାନ୍ସ, ପହଂଚ, ଶିକ୍ଷା, କୌଶଳ, ଜୀବନଶୈଳୀ ଓ ସ୍ୱାସ୍ଥ୍ୟ । ଆବେଦନକାରୀମାନେ ଆସନ୍ତା ଏପ୍ରିଲ ୧୫ ତାରିଖ ପୂର୍ବରୁ https://iai.nasscomfoundation.org/ ରେ ନିଜର ବିଚାରଧାରା ପଠାଇପାରିବେ ।
ଏସମ୍ପର୍କରେ ମତ ରଖି ମାଇକ୍ରୋସଫ୍ଟ ଇଣ୍ଡିଆର ଅଧ୍ୟକ୍ଷ ଅନନ୍ତ ମାହେଶ୍ୱରୀ କହିଛନ୍ତି ଯେ, ଏହି ଅଭିଯାନ ଏକ ସମାବେଶୀ ଭବିଷ୍ୟତର ନିର୍ମାଣ ପାଇଁ ନୂତନ ବିଚାରଧାରା ଆଣିବାକୁ ଏକ ଉନ୍ନତ ସୁଯୋଗ ପ୍ରଦାନ କରୁଛି । ସେହିଭଳି ନାସ୍‌କମ୍ ଫାଉଣ୍ଡେସନ୍‌ର ସିଇଓ ଅଶୋକ ପାମିଦି କହିଛନ୍ତି ଯେ, ଇନୋଭେଟ୍ ଫର୍ ଆନ୍ ଆକ୍‌ସେସିବୁଲ ଇଣ୍ଡିଆ ସହ ଆମେ ସମସ୍ତ ସମ୍ଭାବ୍ୟ ଟେକ୍ନୋଲୋଜି ଆଧାରିତ ଉଦ୍ଭାବନକୁ କ୍ୟାପ୍‌ଚର କରିବାକୁ ଆଶା ରଖିଛୁ ଯାହାକି ଦିବ୍ୟାଙ୍ଗମାନଙ୍କ ଜୀବନକୁ ଅଧିକ ସହଜ କରିପାରିବ । ସେହିପରି ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରଣାଳୟର ସଚିବ ଶକୁନ୍ତଳା ଡୋଲେ ଗାମ୍‌ଲିନ୍ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଏକ ଜାତୀୟସ୍ତରୀୟ ଅଭିଯାନ ରୂପେ ଲଂଚ୍ କରାଯାଇଥିବା ଏହି କାର୍ଯ୍ୟକ୍ରମ ଏକ ସମାବେଶୀ ସମାଜ ଗଠନ କରିବାର ଲକ୍ଷ୍ୟ ସହ ଦିବ୍ୟାଙ୍ଗମାନଙ୍କ ବିକାଶ ପାଇଁ ସମାନ ସୁଯୋଗ ପ୍ରଦାନ କରିବ । ବିଜ୍ଞାନ ଓ ଟେକ୍ନୋଲୋଜି ବିଭାଗର ଏନ୍‌ଇବି ଡିଭିଜନ୍ ହେଡ୍ ତଥା ପରାମର୍ଶଦାତା ଡଃ ନୀରଜ ଶର୍ମା କହିଛନ୍ତି ଯେ, ଏହି ଅଭିଯାନ ଦିବ୍ୟାଙ୍ଗଙ୍କ ସମସ୍ୟାର ସମାଧାନ ପାଇଁ ଉଦ୍ୟୋଗ, ବ୍ୟବସାୟିକ ବିଚାର, ଡିଜାଇନ୍ ବିଚାର, ମେନ୍‌ଟରିଙ୍ଗ ଓ ଅନ୍ୟ ସହାୟତା ଗତିବିଧିକୁ ଏକତ୍ର କରି ସୁଲଭ ଓ ସ୍ଥ୍ରା୍ରୟୀ ସମାଧାନ ପ୍ରଦାନ କରିବ । ଇଆର୍‌ଏନ୍‌ଇଟିର ଡାଇରେକ୍ଟର ଜେନେରାଲ ଗୀତା କଥ୍‌ପାଲିଆ କହିଛନ୍ତି, ଆମେ ଇଆର୍‌ଏନ୍‌ଇଟିରେ ଇନୋଭେଟ୍ ଫର୍ ଆକ୍ସେସିବୁଲ ଇଣ୍ଡିଆ ଫାଇନାଲିଷ୍ଟଙ୍କ ପାଇଁ ପରାମର୍ଶ, ଚୟନ ଓ ମେନ୍‌ଟରିଂରେ ସହଯୋଗ କରିବା ସହ ଆବଶ୍ୟକୀୟ ରିସର୍ଚ୍ଚ ସହାୟତା ଓ ମାର୍ଗଦର୍ଶନ ପ୍ରଦାନ କରିବୁ ।


Share It

Comments are closed.