ସାମସଙ୍ଗ ପକ୍ଷରୁ ସମସ୍ତ ଉପଭୋକ୍ତା ଇଲେକ୍ଟ୍ରୋନିକ ଏବଂ ମୋବାଇଲ ପ୍ରଡକ୍ଟ ଉପରେ ୱାରେଂଟି ବୃଦ୍ଧି


ଭୁବନେଶ୍ୱର: ସାମସଙ୍ଗ କ୍ଷେତ୍ରରେ ଆମ ଗ୍ରାହକଙ୍କ ମଙ୍ଗଳ କାମନା କରିବା ଆମର ପ୍ରାଥମିକତା । ଆମର ପ୍ରତ୍ୟେକ ପଦକ୍ଷେପ ଆପଣଙ୍କୁ ସୁରକ୍ଷା ଦେବା ପାଇଁ ଆମେ ପ୍ରତିବଦ୍ଧ । ବର୍ତମାନର ପରିସ୍ଥିତିକୁ ଦୃଷ୍ଟିରେରଖି ଆମର ସମସ୍ତ ଉତ୍ପାଦ ସୃଙ୍ଖଳାର ଧାର୍ଯ୍ୟ ୱାରେଂଟିକୁ ଆମେ ଆସନ୍ତା ମେ ୩୧ ପର୍ଯ୍ୟନ୍ତ ବର୍ଦ୍ଧିତ କରିବୁ । ଏହି ଲକଡାଉନ୍ ଅବଧି ମଧ୍ୟରେ (ମାର୍ଚ୍ଚ ୨୦ ଓ ଏପ୍ରିଲ ୩୦, ୨୦୨୦ ମଧ୍ୟରେ) ୱାରେଂଟି ତାରିଖ ଅତିକ୍ରମ ହୋଇଯାଇଥିଲେ ମଧ୍ୟ ଏହା ସମସ୍ତ ଉତ୍ପାଦଗୁଡ଼ିକ ପାଇଁ ବୈଧ ରହିବ ।
ଅତିରିକ୍ତଭାବେ ସାମସଙ୍ଗ, ଗ୍ୟାଲେକ୍ସି ଏସ୨୦ ନିମନ୍ତେ ପ୍ରି-ବୁକ କରିଥିବା ଗ୍ରାହକମାନଙ୍କ ପାଇଁ ଅଫର ଗୁଡ଼ିକର ରିଡମ୍ପସନ୍ ଅବଧିକୁ ବଢ଼ାଇଦେଇଛି । ଗ୍ୟାଲେକ୍ସି ଏସ୨୦ର ପ୍ରି-ବୁକ କରିଥିବା ଗ୍ରାହକମାନେ ଆସନ୍ତା ଏପ୍ରିଲ ୩୦ ତାରିଖ ପର୍ଯ୍ୟନ୍ତ ସେମାନଙ୍କର ସ୍ମାର୍ଟଫୋନକୁ ସଂଗ୍ରହ ଓ କାର୍ଯ୍ୟକାରୀ କରିପାରିବେ । ଯେଉଁ ପ୍ରି-ବୁକ ହୋଇଥିବା ଉପଭୋକ୍ତା ମାର୍ଚ୍ଚ ୩୧ କିମ୍ବା ଏହା ପୂର୍ବରୁ ସେମାନଙ୍କର ଏସ୨୦ ଡିଭାଇସକୁ କ୍ରୟ କରିଥିବେ, ଆସନ୍ତା ମେ ୧୫ ସୁଦ୍ଧା ଅଫର ସମେତ ଗ୍ୟାଲେକ୍ସି ବଡସ୍ ପାଇବାକୁ ସକ୍ଷମ ହେବେ । ଏହି ଆହ୍ୱାନପୁର୍ଣ୍ଣ ସମୟରେ ଆମେ ଆପଣଙ୍କୁ ଅନୁରୋଧ କରୁଛୁଯେ ଘରେ ରୁହନ୍ତୁ ଓ ସୁରକ୍ଷିତ ରୁହନ୍ତୁ ।


Share It

Comments are closed.