କୁଖ୍ୟାତ ଆତଙ୍କବାଦୀ ମସୁଦ ଅଝାରକୁ ପାକିସ୍ତାନ ଦ୍ଵାରା ୧୪କୋଟିର ସହାୟତା ରାଶି
ଲାହୋର : ସଂଯୁକ୍ତରାଷ୍ଟ୍ର ଦ୍ଵାରା ପ୍ରତିବନ୍ଧ ହୋଇଥିବା ଜୟସ -ଏ -ମହମ୍ମଦ ଓ ଏହାର ମୂଖ୍ୟ ମାସୁଦ ଅଝାରକୁ ପାକିସ୍ତାନର ସରକାର ୧୪ କୋଟି ସହାୟତା ରାଶି ଦେବ । ରିପୋର୍ଟ ଅନୁସାରେ, ଅଜହରଙ୍କର ପରିବାରର ୧୪ ଜଣ ସଦସ୍ୟଙ୍କୁ ଭାରତୀୟ ସେନା ଅପରେସନ ସିନ୍ଦୂର ଅନ୍ତର୍ଗତ ନିପାତ କରିଛି । ତେବେ ପାକିସ୍ଥାନ ପକ୍ଷରୁ ଏହି ଆକ୍ରମଣରେ ମୂତକ ପ୍ରତ୍ୟେକ ପରିବାରକୁ ୧କୋଟି ସହାୟତା ଘୋଷଣା କରାଯାଇଅଛି।
ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ମୃତକଙ୍କ ମଧ୍ୟରେ ମାସୁଦର ବଡ଼ ଭଉଣୀ ଏବଂ ତାଙ୍କ ସ୍ୱାମୀ, ଜଣେ ଭଣଜା ଏବଂ ତାଙ୍କ ସ୍ତ୍ରୀ, ଜଣେ ଭଣଜା ଏବଂ ତାଙ୍କ ପରିବାରର ପାଞ୍ଚ ଜଣ ପିଲା ରହିଛନ୍ତି । ଏପରି କ୍ଷେତ୍ରରେ, ଆଝାରଙ୍କ ପରିବାରର ମୃତ୍ୟୁ ହୋଇଥିବା ୧୪ ଜଣ ସଦସ୍ୟଙ୍କ ପାଇଁ ସେ ପ୍ରତ୍ୟେକ ୧ କୋଟି ଟଙ୍କା ଲେଖଏଁ ପାଇବାର ହକଦାର ହୋଇପାରିବେ, ଯାହା ସମୁଦାୟ ୧୪ କୋଟି ଟଙ୍କା ।
ଏହା ସହିତ, ପ୍ରଧାନମନ୍ତ୍ରୀ ସରିଫ ଭାରତର ଆକ୍ରମଣରେ ଧ୍ୱଂସ ହୋଇଥିବା ଘରଗୁଡ଼ିକୁ ପୁନଃନିର୍ମାଣ କରିବାକୁ ମଧ୍ୟ ପ୍ରତିଶ୍ରୁତିବଦ୍ଧ ହୋଇଥିଲେ, ଯାହା ସନ୍ଦେହ ସୃଷ୍ଟି କରିଛି। ଭାରତୀୟ ଅଧିକାରୀଙ୍କ ସହ ସମସ୍ତ ବୈଠକରେ, ସେମାନେ ପୁନର୍ବାର କହିଛନ୍ତି ଯେ ମେ 7 ତାରିଖରେ ହୋଇଥିବା ଆକ୍ରମଣ କେବଳ ଆତଙ୍କବାଦୀ ଶିବିରଗୁଡ଼ିକୁ ଟାର୍ଗେଟ କରି କରାଯାଇଥିଲା ଏବଂ କୌଣସି ସାଧାରଣ ନାଗରିକ ଅଞ୍ଚଳ ପ୍ରଭାବିତ ହୋଇ ନଥିଲା।
Comments are closed.