ପାକିସ୍ତାନ ପୁଣି ହେଲା ଦିଭାଗ, ବାଲୁଚିସ୍ଥାନ ନିଜକୁ ଅଲଗା ଦେଶ ବୋଲି ଘୋଷଣା କଲା

Share It

ପାକିସ୍ତାନ: ଭାରତ ସହ ପଙ୍ଗା ନେବା ପାକିସ୍ଥାନକୁ ମହଙ୍ଗା ପଡ଼ିଛି। ପୂର୍ବରୁ ପାକିସ୍ଥାନ ଅନେକଥର ବାଲୁଚିସ୍ଥାନରେ ହେଉଥିବା ପାକିସ୍ଥାନ ବିରୋଧୀ କାର୍ଯ୍ୟକଳାପ ପାଇଁ ଭାରତକୁ ଦାୟୀ କରି ଆସିଛି। ତେବେ ଭାରତ ମଧ୍ୟ ଏହି ବାଲୁଚିସ୍ଥାନ ବାସୀଙ୍କ ଆନ୍ଦୋଳନକୁ ସମର୍ଥନ ଯୋଗାଇ ଅସିଛି । କିନ୍ତୁ ବର୍ତମାନ ପାକିସ୍ତାନ ଏକ ଅତ୍ୟନ୍ତ ଭୟାବହ ପରିସ୍ଥିତି ଭିତରକୁ ଠେଲି ହୋଇ ଯାଇଛି, କାରଣ ବାଲୁଚିସ୍ଥାନ ଆନ୍ଦୋଳନ ର ନେତାମାନେ ଏବେ ନିଜକୁ ପାକିସ୍ତାନଠାରୁ ଅଲଗା ବୋଲି ବିଧିବଦ୍ଧ ଘୋଷଣା କରିଦେଇଛନ୍ତି।

ବାଲୁଚିସ୍ଥାନ ଆନ୍ଦୋଳନର ପ୍ରମୁଖ ନେତା ମୀର ୟାର ବାଲୁଚ୍ ସମେତ ବାଲୁଚ୍ ନେତାମାନେ ପାକିସ୍ତାନଠାରୁ ବେଲୁଚିସ୍ତାନର ସ୍ୱାଧୀନତା ଘୋଷଣା କରିବା ପରେ “ବଲୁଚିସ୍ତାନ ଗଣରାଜ୍ୟ ଘୋଷଣା” ସୋସିଆଲ ମିଡିଆରେ ଟ୍ରେଣ୍ଡ କରିବା ଆରମ୍ଭ କରିଛି। ସମ୍ପ୍ରତି ଭାରତ ଏବଂ ପାକିସ୍ତାନ ମଧ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ମଧ୍ୟରେ ଏହି ଘୋଷଣା ପାକିସ୍ତାନକୁ ଆହୁରି ଏକ ବିରାଟ ସମସ୍ୟା ମଧ୍ୟକୁ ଠେଲି ଦେଇଛି । ଜଣେ ଜଣାଶୁଣା ଲେଖକ ଏବଂ ବାଲୁଚ୍ ଅଧିକାର ପାଇଁ ଦୀର୍ଘ ଦିନ ଧରି ଆନ୍ଦୋଳନରତ ଓକିଲ ମୀର ୟାର ବାଲୁଚ୍ ପ୍ଲାଟଫର୍ମ X ରେ ପୋଷ୍ଟଗୁଡ଼ିକର ଏକ ସିରିଜ ପୋଷ୍ଟ ମାଧ୍ୟମରେ ଏହି ଘୋଷଣା ଜାରି କରିଥିଲେ।

ଏହାସହ ସେ ଭାରତ ସରକାରଙ୍କୁ ନୂଆଦିଲ୍ଲୀରେ ଏକ ବାଲୁଚ୍ ଦୂତାବାସକୁ ଅନୁମତି ଦେବାକୁ ମଧ୍ଯ ଅନୁରୋଧ କରିଥିଲେ ଏବଂ ପାକିସ୍ତାନୀ ସେନାକୁ ଏହି ଅଞ୍ଚଳରୁ ପ୍ରତ୍ୟାହାର କରିବାକୁ କହିବା ସହିତ ବାଲୁଚିସ୍ତାନକୁ ଶାନ୍ତି ସେନା ପଠାଇବାକୁ ଜାତିସଂଘକୁ ଆହ୍ୱାନ କରିଥିଲେ। ଏହି ଘୋଷଣା ମେ ୭ ରେ ଭାରତର ଅପରେସନ ସିନ୍ଦୁର ପରେ ହୋଇଥିଲା, ଯାହା ପାକିସ୍ତାନ ଏବଂ ପାକ୍-ଅଧିକୃତ କାଶ୍ମୀର (POK) ରେ ଆତଙ୍କବାଦୀ ଶିବିରଗୁଡ଼ିକୁ ଟାର୍ଗେଟ କରିଥିଲା।

“ଆମେ ଆମର ସ୍ୱାଧୀନତା ହାସଲ କରିଛୁ” ମିର ୟାର ବାଲୁଚ୍ ଟୁଇଟର ମଧ୍ୟମରେ ଦାବି କରିଛନ୍ତି ଯେ ବାଲୁଚ୍ ସ୍ୱାଧୀନତା ସଂଗ୍ରାମୀମାନେ ୧୦୦ରୁ ଅଧିକ ଗ୍ୟାସ୍ କୂଅ ଥିବା ଡେରା ବୁଗଟିରେ ପାକିସ୍ତାନର ଗ୍ୟାସ୍ ଫିଲ୍ଡ ଉପରେ ଆକ୍ରମଣ କରିଛନ୍ତି।

ତାଙ୍କର ଏକ ପୋଷ୍ଟରେ ସେ କହିଛନ୍ତି, “ଆତଙ୍କବାଦୀ ପାକିସ୍ତାନର ପତନ ନିକଟତର ହୋଇଥିବାରୁ ଖୁବ୍ ଶୀଘ୍ର ଏକ ସମ୍ଭାବ୍ୟ ଘୋଷଣା କରାଯିବା ଉଚିତ। ଆମେ ଆମର ସ୍ୱାଧୀନତା ଦାବି କରିଛୁ ଏବଂ ଆମେ ଭାରତକୁ ଦିଲ୍ଲୀରେ ବେଲୁଚିସ୍ତାନର ସରକାରୀ କାର୍ଯ୍ୟାଳୟ ଏବଂ ଦୂତାବାସକୁ ଅନୁମତି ଦେବାକୁ ଅନୁରୋଧ କରୁଛୁ।”


Share It

Comments are closed.