୫୦ ବର୍ଷ ବୟସରେ ପୁଣି ବାପା ହେଲେ ବିଜେପି ସାଂସଦ ମନୋଜ ତିୱାରୀ


ଭୋଜପୁରୀ ଫିଲ୍ମ ଆକ୍ଟର ତଥା ବିଜେପି ସାଂସଦ ମନୋଜ ତିୱାରୀ ୫୦ ବର୍ଷ ବୟସରେ ପୁଣି ପିତା ହୋଇଛନ୍ତି । ମନୋଜ ତିୱାରୀଙ୍କ ପତ୍ନୀ ସୁରଭି ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି । ମନୋଜ ତିୱାରୀ କହିଛନ୍ତି କି ତାଙ୍କ ଝିଅ ଜିୟା ତାଙ୍କୁ ଦ୍ୱିତୀୟ ବିବାହ ପାଇଁ ମନାଇଥିଲେ । ମନୋଜ ତିୱାରୀଙ୍କ ପ୍ରଥମ ପତ୍ନୀ ରାନୀ ସହିତ ତାଙ୍କର ୧୦ ବର୍ଷ ପୂର୍ବେ ଡିଭୋର୍ସ ହୋଇଯାଇଥିଲା ।

ଏବେ ମନୋଜ ତିୱାରୀ କହିଛନ୍ତି ଯେ ‘ଦିଲ୍ଲୀରେ ରହିବା ସତ୍ତ୍ୱେ ମୁଁ ଓ ମୋ ଝିଅ ଜିୟା ପରସ୍ପର ସହିତ କଣ୍ଟାକ୍ଟରେ ଅଛୁ । ଜିୟା ମୁମ୍ବାଇରେ ନିଜ ମା ରାନୀ ସହିତ ରହୁଛି । ମୋ ଝିଅ ଜିୟା ହିଁ ମୋତେ ଆଉ ଥରେ ବିବାହ ପାଇଁ ଜିଦ୍ କରି କରି ଶେଷରେ ମନାଇଥିଲା ।’ ଲକଡାଉନରେ ବିବାହ
ମନୋଜ ତିୱାରୀ କହିଛନ୍ତି କି ସୁରଭି ସହିତ ତାଙ୍କ ବିବାହ ତରବରରେ ହୋଇଯାଇଖିଲା । ସୁରଭି ପ୍ରେଗ୍ନେଣ୍ଟ ଥିଲେ । କହିରଖୁଛୁ ଏପ୍ରିଲରେ ଲକଡାଉନ ସମୟରେ ଉଭୟ ବିବାହ କରିଥିଲେ ।


Share It

Comments are closed.