ବାପା ହେଲେ ଉମେଶ ଯାଦବ


ନୂଆବର୍ଷରେ ଭାରତୀୟ ପେସ୍‌ ବୋଲର ଉମେଶ ଯାଦବଙ୍କ ଘରକୁ ଆସିଛି ନୂଆ ଅତିଥି । ଶୁକ୍ରାବାର ତାଙ୍କ ପତ୍ନୀ ତାନିୟା ଏକ କନ୍ୟା ସନ୍ତାନ ଜନ୍ମ ଦେଇଛନ୍ତି । ଉମେଶ ସୋସିଆଲ୍‌ ମିଡିଆ ଇନ୍‌ଷ୍ଟାଗ୍ରାମରେ ତାଙ୍କର ଏକ ଝିଅ ହୋଇଥିବା ନେଇ ସୂଚନା ଦେଇଛନ୍ତି ।

 

View this post on Instagram

 

A post shared by Umesh Yaadav (@umeshyaadav)

ସେ ଏବେ ଅଷ୍ଟ୍ରେଲିଆରେ ଭାରତୀୟ ଦଳ ସହ ରହିଛନ୍ତି । ବକ୍ସିଂ ଡେ’ ଟେଷ୍ଟରେ ଆହତ ହୋଇ ସେ ଶେଷ ୨ଟି ଟେଷ୍ଟରୁ ବାଦ୍‌ ପଡ଼ିଛନ୍ତି । ତାଙ୍କ ଜଙ୍ଘ ପଛପଟ ମାଶଂପେଶୀ ଟାଣି ହୋଇଯାଇଥିଲା । ଖୁବଶୀଘ୍ର ସେ ସ୍ୱଦେଶ ଫେରିବାର କାର୍ଯ୍ୟକ୍ରମ ରହିଛି ।


Share It

Comments are closed.