ନୂଆ ଲୁକ ସହ ସୋସିଆଲ ମିଡିଆରେ ଛାଇଗଲେ ଧୋନି


ଗତ କାଲି ଗୁହ୍ୱାଟିରେ ଖେଳାଯାଇଥିବା ଭାରତ ଏବଂ ୱେଷ୍ଟଇଣ୍ଡିଜର ପ୍ରଥମ ଦିନିକିଆରେ ଏକ ହାଇଭୋଲଟେଜ ମ୍ୟାଚ ଦେଖିବାକୁ ମିଳିଥିଲା । ଭାରତ ପ୍ରଥମେ ଟଚ ଜିତି ବୋଲିଂ କରିବାର ନିଷ୍ପତି ନେଇଥିବା ବେଳେ ଅପରପକ୍ଷରେ ୱେଷ୍ଟଇଣ୍ଡିଜ ଭାରତକୁ ୩୨୩ର ରନର ଟାର୍ଗେଟ ଦେଇଥିଲା । ଏହି ମ୍ୟାଚରେ ୱେଷ୍ଟଇଣ୍ଡିଜ ୮ଟି ୱିକେଟ ହରାଇ ୩୨୨ ରନ ଏକ ବଡ ଲକ୍ଷ୍ୟ ଭାରତକୁ ଦେଇଥିଲା ।
ପ୍ରକାଶ ଥାଉକି ଭାରତ ପାଇଁ ଏହା ଏକ ବଡ ସ୍କୋର ଲକ୍ଷ୍ୟ ଭଳି ଲାଗୁଥିବା ବେଳେ କିନ୍ତୁ ଅଧିନାୟକ ବିରାଟ କୋହଲି ଏବଂ ଉପ-ଅଧିନାୟକ ରୋହିତ ଶର୍ମା ନିଜର ସଂଘର୍ଷୀୟପାରି ଖେଳି ଭାରତକୁ ଅତି ସହଜରେ ବିଜୟର ଦ୍ୱାର ଦେଖାଇଥିଲେ । ଗତ କାଲିର ଏହି ମ୍ୟାଚରେ ବିରାଟ ୧୪୦ର ବ୍ୟକ୍ତିଗତ ସ୍କୋର ସଂଗ୍ରହ କରିଥିବାବେଳେ ରୋହିତ ୧୫୨ ରନର ବ୍ୟକ୍ତିଗତ ସ୍କୋର ହାସଲ କରିଥିଲେ ।
ସବୁଠାରୁ ବଡ କଥା ହେଲା ଏହି ମ୍ୟାଚରେ ରୋହିତ ଏବଂ କୋହଲିଙ୍କର ଶତକୀୟ ପାରି ଦେଖିବା ପାଇଁ ଦର୍ଶକଙ୍କୁ ଯେତିକି ଭଲ ଲାଗୁ ବା ନଲାଗୁ କିନ୍ତୁ ଧୋନି ନୂଆ ଲୁକ ଦେଖିବା ପାଇଁ ଦର୍ଶକମାନେ ଚାହିଁବସିଥିଲେ ।
ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯାଇଥିବା ଦିନିକିଆର ମ୍ୟାଚରେ ଧୋନିଙ୍କର ନୂଆ ଲୁକ ଭାଇରାଲ ହେବାରେ ଲାଗିଛି । କ୍ରିକେଟ ଛଡା ଧୋନି ନିଜ ଲୁକକୁ ନେଇ ବେଶ ଚର୍ଚ୍ଚାରେ ରହିଥାନ୍ତି । କେତେବେଳେ ସେ ଲମ୍ବା ଲମ୍ବା ବାଳ ରଖିଥାନ୍ତି ତ ଆଉ କେତେବେଳେ ନୂଆ ହେୟାର ଷ୍ଟାଇଲ ସହିତ ନଜର ଆସିଥାନ୍ତି , କିନ୍ତୁ ବର୍ତ୍ତମାନ ଧୋନି ନିଜ ବାଳକୁ ନେଇ ଚର୍ଚ୍ଚାର ନାହାନ୍ତି ବରଂ ନିଜ ଦାଢିକୁ ନେଇ ଚର୍ଚ୍ଚାରେ ରହିଛନ୍ତି ।
ଧୋନି ନିଜ ନୂଆ ଲୁକରେ ଫ୍ରେଞ୍ଚ କଟ ଧାଡି ରଖିଥିବାବେଳେ ତାଙ୍କର ଏହି ନୂଆ ଲୁକ ଅନେକ ପ୍ରସଂଶକମାନେ ପସନ୍ଦ କରିଛନ୍ତି ।


Share It

Comments are closed.