ବିରୋଧ ପ୍ରଦର୍ଶନ ମଧ୍ୟରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମାକୁ ପଂହଚାଇଲେ କ୍ଷତି, ଆମେରିକା କଲା କ୍ଷମା ପ୍ରାର୍ଥନା

Share It

ଆମେରିକାରେ ବର୍ତମାନ ୋଜର ଧରିଥିବା ବିରୋଧ ପ୍ରଦର୍ଶନ ମଧ୍ୟରେ କିଛି ଅଜ୍ଞାତ ଲୋକମାନେ ଭାରତୀୟ ଦୂତାବାସ ବାହାରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମାକୁ ପେଂଟିଙ୍ଗରେ ବିରୂପିତ କରିଦେଇଛନ୍ତି । ସୂଚନା ମିଳିଛି ଯେ ୱାଶିଂଟନରେ ବ୍ଲାକ ପିପୁଲ ମ୍ୟାଟର୍ସ ର ପ୍ରଦର୍ଶନକାରୀମାନେ ଭାରତୀୟ ଦୂତାବାସ ବାହାରେ ସ୍ଥିତ ମହାତ୍ମା ଗାନ୍ଧୀଙ୍କ ମୂର୍ତିକୁ ବିକୃତ କରି ଦେଇଛନ୍ତି । ଯାହାକୁ ନେଇ ଦୂତାବାସର ଅଧିକାରୀମାନେ ସ୍ଥାନୀୟ ଆଇନ ପ୍ରବର୍ତନ ଏଜେନ୍ସି ନୀକଟରେ ଏହାର ଅଭିଯୋଗ କରିଛନ୍ତି । ଏହି ଘଟଣା ୱାଶିଂଟନ ଡିସିରେ ଦୁଇ ଜୁନ ଏବଂ ତିନି ଜୁନର ମଧ୍ୟ ରାତ୍ରିରେ ହୋଇଥିବାର କୁହାଯାଉଛି । ଅନ୍ୟପଟେ ଭାରତରେ ଆମେରିକାର ରାଜଦୂତ କେନ ଜଷ୍ଟର ଏଥିପାଇଁ କ୍ଷମା ପ୍ରାର୍ଥନା କରିଛନ୍ତି ।


ମେଟ୍ରୋପୋଲିଟନ ପୋଲିସ ଅଧିକାରୀଙ୍କ ଟିମ ବୁଧବାର ଦିନ ଘଟଣାସ୍ଥଳକୁ ଯାଇ ଅନୁଧ୍ୟାନ କରିଛନ୍ତି ଏବଂ ଏହାର ଅଧିକ ତଥ୍ୟ ସମ୍ବନ୍ଧରେ ଛାନବିନ ମଧ୍ୟ ଚାଲିଛି । ପ୍ରତିମାକୁ ଜଳ୍‌ଦୀରୁ ଜଲ୍‌ଦୀ ସଫା କରିବା ପାଇଁ ଚେଷ୍ଟା ଚାଲିଛି । ଅହିଂସା ଓ ଶାନ୍ତିର ପ୍ରଚାରକ ମହାତ୍ମା ଗାନ୍ଧୀଙ୍କ ପ୍ରତିମାକୁ ଏଭଳି ସମୟରେ କ୍ଷତି ପହଂଚାଯାଇଛି ଯେତେବେଳେ ମିନିଆପୋଲିସ କବ୍‌ଜାରେ ଜର୍ଜ ଫ୍ଲଏଡ ନାମକ ଜଣେ କୃଷ୍ଣକାୟ ବ୍ୟକ୍ତିଙ୍କର ଗତ ମେ ୨୫ ତାରିଖରେ ହତ୍ୟା ପରେ ପୁରା ଦେଶରେ ପ୍ରଦର୍ଶନ ହିଂସାତ୍ମକ ରୂପ ନେଇଛି । ଏଗୁଡ଼ିକ ମଧ୍ୟରୁ ଅନେକ ପ୍ରଦର୍ଶନ ହିଂସାତ୍ମକ ରୂପ ଧାରଣ କରିଛି ଯାହା ମଧ୍ୟରେ ଅନେକ ପ୍ରତିଷ୍ଠିତ ଏବଂ ପବିତ୍ର ଆମେରିକୀୟ ସ୍ମାରକଗୁଡ଼ିକୁ ମଧ୍ୟ କ୍ଷତି ପହଂଚିଛି ।
ୱାଶିଂଟନ ଡିସିରେ ପ୍ରଦର୍ଶନକାରୀମାନେ ଏହି ସପ୍ତାହରେ ଏକ ଐତିହାସିକ ଗିର୍ଜାଘରକୁ ଜଳାଇଦେଇଛନ୍ତି ଏବଂ ରାଷ୍ଟ୍ରିୟ ସ୍ମାରକ ତଥା ଲିଙ୍କନ ସ୍ମାରକ ଭଳି କିଛି ପ୍ରତିଷ୍ଠିତ ଐତିହାସିକ ଐତିହ୍ୟକୁ କ୍ଷତିଗ୍ରସ୍ତ କରିଦେଇଛନ୍ତି । ଆମେରିକାରେ ବିଦେଶୀ ନେତାମାନଙ୍କ ପ୍ରତିମାଗୁଡ଼ିକ ମଧ୍ୟରୁ ଏକ ପ୍ରତିମା ହେଉଛି ମହାତ୍ମା ଗାନ୍ଧୀଙ୍କର ପ୍ରତିମା । ଏହାର ଅନାବରଣ ୧୬ ଡିସେମ୍ବର ୨୦୦୦ ମସିହାରେ ଆମେରିକା ଗସ୍ତ ସମୟରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପାୟୀଙ୍କ ଦ୍ୱାରା ଆମେରିକାର ତତ୍କାଳୀନ ରାଷ୍ଟ୍ରପତି ୱିଲ କ୍ଲିଂଟନଙ୍କ ଉପସ୍ଥିତିରେ କରାଯାଇଥିଲା ।
ଭାରତୀୟ ଦୂତାବାସଙ୍କ ୱେବସାଇଟ ଅନୁଯାୟୀ ମହାତ୍ମା ଗାନ୍ଧୀଙ୍କ ଆଠ ଫୁଟ ଆଠ ଇଂଚର ଏହି ପ୍ରତିମା କାଂସ୍ୟରେ ନିର୍ମିତ । ଏଥିରେ ଜଣେ ନେତା ଭାବରେ ମହାତ୍ମା ଗାନ୍ଧୀଙ୍କୁ ହାତରେ ବାଡ଼ି ଧରି ଚାଲୁଥିବାର ଦେଖାଯାଇଛି, ଯାହାକି ୧୯୩୦ ମସିହାରେ ତାଙ୍କ ଦ୍ୱାରା ହୋଇଥିବା ଲବଣ ସତ୍ୟାଗ୍ରହ ଆନ୍ଦୋଳନର କଥା ମନେପକାଇଦେଉଛି । ଏହି ପ୍ରତିମାକୁ ଗୌତମ ପଲ ଡିଜାଇନ କରିଥିଲେ ଏବଂ ଏହା ଭାରତୀୟ ସାଂସ୍କୃତିକ ସମ୍ବନ୍ଧ ପରିଷଦ (ଆଇସିସିଆର) ତରଫରୁ ଉପହାର କରାଯାଇଥିଲା ।


Share It

Comments are closed.