ଯୁବକଙ୍କ ପ୍ରାଇଭେଟ ପାର୍ଟକୁ କାମୁଡି ଦେଲା ପଡୋଶୀଙ୍କ ପୋଷା କୁକୁର, ପୋଲିସରେ ମାମଲା ରୁଜୁ


ଗୃହପାଳିତ କୁକୁର କାମୁଡ଼ିବାର ଅନେକ ଖବର ଦେଶର ଅନେକ ସ୍ଥାନରୁ ଆସିଥାଏ । ଏହି କ୍ରମରେ ଲକ୍ଷ୍ନୌର କୃଷ୍ଣନଗର ପୋଲିସ ଷ୍ଟେସନ ଅଞ୍ଚଳରୁ ଆଉ ଏକ ମାମଲା ସାମ୍ନାକୁ ଆସିଛି । ଏଠାରେ ଜଣେ ଯୁବକଙ୍କୁ ପଡୋଶୀଙ୍କ ପୋଷା କୁକୁର ଅତି ଖରାପ ଭାବରେ ଆଘାତ ପହଞ୍ଚାଇଥିଲା । ଏହି ସମୟରେ କୁକୁରଟି ପୀଡିତଙ୍କ ପ୍ରାଇଭେଟ୍ ପାର୍ଟକୁ ମଧ୍ୟ କାମୁଡ଼ି ଦେଇଥିଲା । ଗୁରୁତର ଆହତ ଯୁବକଙ୍କୁ ଚିକିତ୍ସା ପାଇଁ କେଜିଏମୟୁରେ ଭର୍ତ୍ତି କରାଯାଇଥିଲା । କେଜିଏମୟୁରୁ ଡିସଚାର୍ଜ ହେବା ପରେ ଗୁରୁବାର ଦିନ ପୀଡିତ ପୋଲିସ ଷ୍ଟେସନକୁ ଯାଇ ଏଫଆଇଆର ଦାଖଲ କରିଥିଲେ, ତା ପରେ ଏହି ଘଟଣା ସାମ୍ନାକୁ ଆସିଲା । ସେପ୍ଟେମ୍ବର ୩ ରେ ରାତି ପ୍ରାୟ ୧୦.୩୦ ସମୟରେ ଏହି ଘଟଣା ଘଟିଥିଲା । କୃଷ୍ଣନଗର ପୋଲିସ ଏହି ଘଟଣାର ତଦନ୍ତ କରୁଛି । ଲକ୍ଷ୍ନୌର ପ୍ରେମନଗର ନିବାସୀ ଯୁବକ ସାଙ୍କଲପ ନିଗମଙ୍କ ପ୍ରାଇଭେଟ୍ ପାର୍ଟକୁ ଏକ ପୋଷା କୁକୁର ଆକ୍ରମଣ କରିଥିଲା । ଏହା ପରେ ପୀଡିତ ସଙ୍କଲପ ନିଗମଙ୍କୁ କେଜିଏମୟୁରେ ଚିକିତ୍ସା କରିବାକୁ ପଡିଥିଲା। କୁକୁର ଆକ୍ରମଣରେ ପୀଡିତର ମୂତ୍ରନଳୀ ନଷ୍ଟ ହୋଇଯାଇଥିଲା ଏବଂ ତାଙ୍କୁ ଦୁଇ ଦିନ ମେଡିକାଲ କଲେଜରେ ଭର୍ତ୍ତି କରିବାକୁ ପଡିଥିଲା । ଯୁବକ କୁକୁରର ମାଲିକଙ୍କଠାରୁ କ୍ଷତିପୂରଣ ଦାବି କରିଛନ୍ତି ।

ପୀଡିତ ଯୁବକ ତାଙ୍କ ଏଫ୍ଆଇଆରରେ କହିଛନ୍ତି ଯେ ସେ ସେପ୍ଟେମ୍ବର ୩ ତାରିଖ ରାତିରେ ସ୍ଥାନୀୟ ଅଞ୍ଚଳରେ ଜାଗରଣ କାର୍ଯ୍ୟକ୍ରମ ପରେ ପାଦରେ ଘରକୁ ଯାଉଥିଲେ । ଶଙ୍କର ନାମକ ଜଣେ ବ୍ୟକ୍ତି ରାସ୍ତାରେ ଶିବ ମନ୍ଦିର ନିକଟରେ କୁକୁର ବୁଲାଉଥିଲେ । ସେ ମନ୍ଦିର ସମ୍ମୁଖରେ ପହଞ୍ଚିବା ମାତ୍ରେ କୁକୁରଟି ତାଙ୍କୁ ଆକ୍ରମଣ କରିଥିଲା । ବଞ୍ଚାଇବାକୁ ପାଟି ଚିତ୍କାର କଲେ ଓ କୁକୁରର ମାଲିକ ଶଙ୍କରଙ୍କଠାରୁ ସାହାଯ୍ୟ ବି ମାଗିଥିଲେ । କିନ୍ତୁ ଶଙ୍କର କୁକୁରକୁ ହଟାଇବାକୁ ଚେଷ୍ଟା କରିନଥିଲେ । ସେ କୌଣସି ପ୍ରକାରେ ନିଜକୁ କୁକୁରର କବଳରୁ ମୁକ୍ତ କରି ସେଠାରୁ ଦୌଡ଼ି ପଳାଇଲେ ।


Share It

Comments are closed.