କୋହଲିଙ୍କ ସାକ୍ଷାତକାର ନେଲେ ରୋହିତ, ଦେଖନ୍ତୁ ଭିଡିଓ


ଦୁବାଇ ଆନ୍ତର୍ଜାତିକ ଷ୍ଟାଡିୟମରେ ଏହା ଏକ ମଜାଦାର ଦୃଶ୍ୟ ଥିଲା ଯେତେବେଳେ ଭାରତୀୟ ଦଳର ପୂର୍ବତ୍ତନ ଅଧିନାୟକ ବିରାଟ କୋହଲି ଦୀର୍ଘ ଦିନର ବ୍ୟବଧାନ ପରେ ନିଜର ଆନ୍ତର୍ଜାତିକ ୭୧ତମ ଶତକ ସଂପର୍କରେ ଅଧିନାୟକ ରୋହିତ ଶର୍ମାଙ୍କୁ ନିଜର ସାକ୍ଷାତକାର ଦେଇଥିଲେ । ଦୀର୍ଘ ୧୦୨୦ ଦିନର ବ୍ୟବଧାନ ପରେ ଗତ ଗୁରୁବାର ଦିନ ବିରାଟ ଆଫଗାନିସ୍ଥାନ ବିପକ୍ଷରେ ୬୧ ବଲରେ ୧୨୨ ରନର ଅପରାଜିତ ପାଳି ଖେଳି ଦୀର୍ଘଶ୍ୱାସ ପକାଇଥିଲେ ।

ବିରାଟ, ଶତକୀୟ ପାଳି ଖେଳି ଆଫଗାନିସ୍ଥାନ ସମ୍ମୁଖରେ ୨୧୨ ରନର ବିଶାଳ ସ୍କୋର ଠିଆ କରିଥିବାବେଳେ ଅନ୍ୟପଟେ ଭାରତ ୧୦୧ର ରନର ବୃହତ ବ୍ୟବଧାନରେ ବିଜୟ ହାସଲ କରିଥିଲା ।
୨୦୧୯ ପର ଠାରୁ କୋହଲି ଭାରତ ପାଇଁ କୌଣସି ଶତକୀୟ ପାଳି ଖେଳିବାରେ ଅସମର୍ଥ ଥିଲେ । କିନ୍ତୁ ନିଜର ୭୧ତମ ଶତକ ପୂର୍ବରୁ ଟି-୨୦ରେ ୫୦.୬୦ ହାରରେ ୧୦୧୨ ରନ ସଂଗ୍ରହ କରିଥିଲେ ।
ଏହି ମ୍ୟାଚରେ ଅଧିନାୟକ ରୋହିତଙ୍କୁ ବିଶ୍ରାମ ଦିଆଯାଇଥିବାବେଳେ ତାଙ୍କ ବଦଳରେ କୋହଲି ରାହୁଲଙ୍କ ସହ ଓପନିଂ କରିବାକୁ ଆସିଥିଲେ ।


Share It

Comments are closed.