ଆର୍ୟା ରାଜେନ୍ଦ୍ରନ ଦେଶର ସର୍ବକନିଷ୍ଠ ମେୟର


କେରଳର ରାଜଧାନୀ ଥିରୁୱନନ୍ତପୁରମରେ ଜଣେ ୨୧ ବର୍ଷୀୟା ଯୁବତୀ (ଆର୍ୟା ରାଜେନ୍ଦ୍ରନ) ସେଠାକାର ମେୟର ପଦ ହାସଲ କରିବାକୁ ଯାଉଛନ୍ତି । ସେ ଏହି ଦାୟିତ୍ୱ ଗ୍ରହଣ କରିବା ପରେ ଭାରତର ସର୍ବକନିଷ୍ଠ ମେୟର ଭାବେ ବିବେଚିତ ହେବେ ।

ଆରୟା ରାଜେନ୍ଦ୍ରନ ନାମକ ଏହି ଯୁବତୀ ଜଣକ ଥିରୁୱନନ୍ତପୁରମ ସ୍ଥିତ ଅଲ ସେଣ୍ଟସ କଲେଜରେ ଆଇନ୍‌ ପାଠ୍ୟକ୍ରମରେ ଅଧ୍ୟୟନ କରୁଛନ୍ତି । ନିକଟରେ ଶେଷ ହୋଇଥିବା ପୌରପାଳିକା ନିର୍ବାଚନରେ ସେ ଥିରୁୱନନ୍ତପୁରମର ମୁଦାଭାନମୁଗଲ ୱାର୍ଡରୁ ବିଜୟୀ ହୋଇଛନ୍ତି । ତାଙ୍କୁ ମେୟର ଭାବେ ନିଯୁକ୍ତି କରିବା ପାଇଁ ସିପିଏମର ଜିଲା କମିଟି ତରଫରୁ ସୁପାରିଶ କରାଯାଇଛି । ଦଳର ରାଜ୍ୟ କମିଟି ଏହା ଉପରେ ମୋହର ଲଗାଇବାର ସମ୍ଭାବନା ରହିଛି ।


Share It

Comments are closed.