ଇଣ୍ଡିଆ କ୍ୟାପିଟାଲ୍ସ ବିରୋଧରେ ରାଇଡର ଓ କୈଫଙ୍କ ଚମତ୍କାର ଭାଗିଦାରିତା


ଆଜି ସ୍କାଏ୨୪୭.ନେଟ ଲିଜେଣ୍ଡସ ଲିଗ କ୍ରିକେଟ୍ (ଏଲଏଲସି)ର ୧୦ମ ମ୍ୟାଚରେ ଗୌତମ ଗମ୍ଭୀରଙ୍କ ନେତୃତ୍ୱାଧୀନ ଇଣ୍ଡିଆ କ୍ୟାପିଟାଲ୍ସ ବିରୋଧରେ ହରଭଜନ ସିଂହଙ୍କ ମନିପାଲ ଟାଇଗର୍ସ ୨୦ ଓଭରରେ ୫ ୱିକେଟ ହରାଇ ୧୬୧ ରନ କରିଛି । ମନିପାଲ ଟାଇଗର୍ସର ଜେସି ରାଇଡର ଓ ମହମ୍ମଦ କୈଫ ମିଳିତ ଭାବେ ୧୨୬ ରନ କରିଥିଲେ ଯାହାକି ଟିମକୁ ୧୬୧ ରନର ବଡ ସ୍କୋର ହାସଲ କରିବାରେ ସାହାଯ୍ୟ କରିଥିଲା   ବାମହାତି ବ୍ୟାଟସମ୍ୟାନ ରାଇଡର ୫ଟି ଚୌକା ଓ ୫ଟି ଛକା ସହିତ ୫୫ ବଲରେ ୭୬ ରନ କରିଥିବା ବେଳେ କୈଫ ୯ଟି ଚୌକା ଓ ଗୋଟିଏ ଛକା ସହିତ ୪୮ ବଲ୍‌ରେ ୬୭ ରନ କରିଥିଲେ ।

ଇଣ୍ଡିଆ କ୍ୟାପିଟାଲ୍ସ କ୍ୟାପ୍ଟେନ ଟସ ଜିତିବା ସହ ପ୍ରଥମେ ବୋଲିଙ୍ଗ ପାଇଁ ନିଷ୍ପତି ନେଇଥିଲେ । ରାଇଡର ଓ ଟାଟେଣ୍ଡା ଟାଇବୁ ଟାଇଗର୍ସର ଇନିଙ୍ଗସ ଆରମ୍ଭ କରିଥିଲେ । ତେବେ ପୂର୍ବତନ ଅଷ୍ଟ୍ରେଲିଆ ସ୍ପିଡଷ୍ଟର ମିଶେଲ ଜନଶନ ୫ମ ଓଭରରେ ଟାଇବୁଙ୍କ ୱିକେଟ୍ ନେଇଥିଲେ ଓ କୈଫ ମିଡିଲ ଓଭରରେ ରାଇଡରଙ୍କୁ ଯୋଗ ଦେଇଥିଲେ । ପରବର୍ତୀ ୧୩ ଓଭରରେ ଇଣ୍ଡିଆନ୍ କ୍ୟାପିଟାଲ୍ସର ବୋଲରମାନେ ସବୁ ଚେଷ୍ଟା କରିଥିଲେ ମଧ୍ୟ ୱିକେଟ ନେବାରେ ଅସଫଳ ରହିଥିଲେ । ସେହିପରି ମନିପାଲ ଟାଇଗର୍ସ ମଧ୍ୟ ପାୱାରପ୍ଲେ ଓଭରରେ କେବଳ ୪୬/୧ ରନ ସଂଗ୍ରହ କରିଥିଲା । ୧୫ ଓଭର ପର୍ଯ୍ୟନ୍ତ କ୍ୟାପିଟାଲ୍ସର ବୋଲରମାନେ ଟାଇଗର୍ସ ଉପରେ ଚାପ ପକାଇବାକୁ ସର୍ବୋତମ ପ୍ର୍ରୟାସ କରିଥିଲେ, ଯାହାଫଳରେ ରନ ୧୧୭/୧ରେ ସୀମିତ ରହିଥିଲା । କିନ୍ତୁ ଶେଷ ୫ ଓଭରରେ ରାଇଡର୍ ଓ କୈଫଙ୍କ ଚମତ୍କାର ପ୍ରଦର୍ଶନ ରନରେଟକୁ ବୃଦ୍ଧି କରିଥିଲା । ତେବେ ୧୯ତମ ଓଭରରେ ଉଭୟ ବ୍ୟାଟସମ୍ୟାନ ଲିଆମ୍ ଫ୍ଲୁଙ୍କେଟଙ୍କ ଦ୍ୱାରା ଆଉଟ ହୋଇଥିଲେ ।


Share It

Comments are closed.