ଜାଣନ୍ତୁ କେଶ ପାଇଁ କାଠ ପାନିଆର ବ୍ୟବହାର କାହିଁକି ହୋଇଥାଏ ଭଲ


ବଜାର​‌ରେ ଆଜିକାଲି ପ୍ଲାଷ୍ଟିକ୍ ପାନିଆର ଚାହିଦା ବଢ଼ୁଛି। ପ୍ଲାଷ୍ଟିକ୍ ପାନିଆରେ କୁଣ୍ଡାଇଲେ କେଶର ବିଭିନ୍ନ ସମସ୍ୟା ଉପୁଜେ। ପୂର୍ବ ସମୟରେ, ସମସ୍ତେ କାଠ ପାନିଆରେ କେଶ କୁଣ୍ଡାଉଥିଲେ। ପ୍ଲାଷ୍ଟିକ୍ ଯୁଗରେ କାଠକୁ ଲୋକେ ଏକରକମ ଭୁଲିଗଲେଣି। ଏ​‌ବେ ମଧ୍ୟ ବଜାରରେ, ଅନ୍-ଲାଇନ୍‌ରେ କାଠ ପାନିଆ ମିଳୁଛି। ଚାଲନ୍ତୁ ଜାଣିବା ଏହି କାଠ ପାନିଆର ଫାଇଦା ।

୧ ପ୍ରଥମ କଥା ହେଉଛି, କାଠ ପାନିଆରେ କୁଣ୍ଡାଇଲେ କେଶ ସଂକ୍ରମଣ ହୁଏନାହିଁ।

୨ ରୁପି, କେଶମୂଳରୁ ଚୋପା ଛାଡ଼ିବା ଆଦି ସମସ୍ୟା ହେଉଥିଲେ ମଧ୍ୟ ତାହା ବନ୍ଦ ହୋଇଯାଏ।

୩ ଉଙ୍କୁଣି ସମସ୍ୟାରୁ ରକ୍ଷା ପାଇବାକୁ ନିମ୍ବ କାଠ ପାନିଆରେ ପ୍ରତିଦିନ କେଶ କୁଣ୍ଡାଇବେ।

୪ କାଠ ପାନିଆର ମଧ୍ୟ ବିଭିନ୍ନ ଡିଜାଇନ୍ ବଜାରରେ ମିଳୁଛି। ଏସବୁ ସାମାନ୍ୟ ମହଙ୍ଗା କାରଣରୁ ସମସ୍ତେ ପ୍ଲାଷ୍ଟିକ୍ ପାନିଆ କିଣିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି। ଜାଣିରଖନ୍ତୁ ଯେ, କାଠ ପାନିଆରେ କେଶ କୁଣ୍ଡାଇଲେ ବିଭିନ୍ନ ସମସ୍ୟା ଦୂର ହୁଏ।


Share It

Comments are closed.