ଛେଳିର ବୟସ କିପରି ଜାଣିବେ, ଦେଖନ୍ତୁ ଭିଡିଓ


ଆମ ରାଜ୍ୟରେ କିଛି ଲୋକ ଛେଳିପାଳନ କରି ଗୁଜୁରାଣ ମେଣ୍ଟାନ୍ତି। ବେଳେ ବେଳେ ଚାଷୀ ଭାଇମାନେ ଛେଳିମାନଙ୍କର ବୟସ ସଠିକ୍‌ ଭାବରେ ନିରୂପଣ କରି ନ ପାରି ବୟସ୍କ ଛେଳି କିଣି ଠକାମିର ଶିକାର ହୋଇଥାଆନ୍ତି। ତେବେ ଛେଳି ପାଳନରେ ଲାଭ ପାଇବା ପାଇଁ ହେଲେ ଠିକ୍‌ ପ୍ରଜାତି ଓ କମ୍‌ ବୟସର ଛେଳି କିଣିବାର ଆବଶ୍ୟକତା ରହିଛି। ଛେଳିମାନଙ୍କର ବୟସ ଜାଣିବାର ଉପାୟ ଜଣାଥିଲେ ସାଧାରଣତଃ ଠିକ୍‌ ବୟସର ଛେଳି କିଣି ଛେଳି ଫାର୍ମରେ ଉନ୍ନତି ହୋଇପାରିବ।

କିପରି ଜାଣିବେ :-
ଛେଳିମାନଙ୍କର ବୟସ ମୁଖ୍ୟତଃ ସେମାନଙ୍କର ତଳମାଢ଼ିର ଆଗଦାନ୍ତ ଇନ୍‌ସିଜ୍‌ର ଦାନ୍ତକୁ ବିଚାର କରି ଜଣାଯାଇଥାଏ । ଛେଳିମାନଙ୍କର ଜନ୍ମରୁ ଏକ ବର୍ଷ ବୟସ ମଧ୍ୟରେ ସେମାନଙ୍କର ତଳମାଢ଼ିରେ ଆଠଟି କିମ୍ବା ୪ଯୋଡ଼ା ଅସ୍ଥାୟୀ ଆଗଦାନ୍ତ ବା ଟେମ୍ପରାରି ଇନ୍‌ସିଜ୍‌ର ଦାନ୍ତ ଥାଏ । ଛେଳିର ବୟସ ଏକ ବର୍ଷ ବେଳକୁ ତଳମାଢ଼ିରେ ଥିବା ଏକ ଯୋଡ଼ା ବା ଦୁଇଟି ଅସ୍ଥାୟୀ ଆଗଦାନ୍ତ ବା ଟେମ୍ପରାରି ଇନ୍‌ସିଜ୍‌ର ଟିଥ୍‌ ସ୍ଥାୟୀ ବା ପରମାନେଣ୍ଟ ଇନ୍‌ସିଜ୍‌ର ଟିଥ୍‌କୁ ରୂପାନ୍ତରିତ ହୋଇଥାଏ ।


Share It

Comments are closed.