ମର୍ଣ୍ଣିଂ ୱାକ କରୁଛନ୍ତି କି, ଜାଣନ୍ତୁ କଣ ପଡିଥାଏ ଆପଣଙ୍କ ଶରୀରରେ ଏହାର ପ୍ରଭାବ


ପ୍ରାୟତଃ ସମସ୍ତେ ଓଜନର ନିୟନ୍ତ୍ରଣ କରିବାରେ ହେଉ କିମ୍ବା ନିଜକୁ ଫିଟ କରିବାକୁ ହେଉ ମର୍ଣ୍ଣିଂୱାର୍କ କରିଥାନ୍ତି । ମର୍ଣ୍ଣିଂ ୱାକ କରିବା ଦ୍ୱାରା ସମ୍ପୂର୍ଣ୍ଣ ଶରୀରରେ ଏକ ଭିନ୍ନ ପ୍ରଭାବ ପଡିଥାଏ । ଶରୀରରେ ଏହାର ବିଭିନ୍ନ ପ୍ରଭାବ ସମ୍ପର୍କରେ ଜାଣନ୍ତୁ . . . .
୧. ପ୍ରତିଦିନ ମର୍ଣ୍ଣିଂ ୱାକ କରିବା ଦ୍ୱାରା ଶରୀରରେ ଶକ୍ତିରେ ବୃଦ୍ଧି ହୋଇଥାଏ । ପ୍ରତିଦିନ ଅତି କମରେ ଆପଣ ୨୦ମିନିଟ ଚାଲନ୍ତୁ । ଖାସ କରି ବାହାରେ ଚାଲିବା ଦ୍ୱାରା ଶରୀରରେ ବିଭିନ୍ନ ପ୍ରଭାବ ପଡିଥାଏ ।
୨. ମର୍ଣ୍ଣିଂ ୱାକ କରିବା ଦ୍ୱାରା ଆପଣ ମନ ଏବଂ ମସ୍ତିଷ୍କ ଶୁଷ୍କ ରହିଥାଏ । ବିଷାଦ ଏବଂ ଦୁଖ ମଧ୍ୟ ଦୂର ହୋଇଥାଏ ।
୩. ଆପଣ ଅନ୍ୟ କୌଣସି କଠିନ ବ୍ୟାୟାମ କରିପାରୁନଥିଲେ ପ୍ରତିଦିନ କିଛି ସମୟ ମର୍ଣ୍ଣିଂ ୱାକ କରନ୍ତୁ । ଏହା ଦ୍ୱାରା ଆପଣଙ୍କ ଶରୀରକୁ ସମ୍ପୂର୍ଣ୍ଣ ଦିନର ବ୍ୟାୟମ ମିଳିଯାଇଥାଏ ।
୪. ମର୍ଣ୍ଣିଂ ୱାକ ଦ୍ୱାରା ମଧ୍ୟ ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ ।
୫. ଡାଇବେଟିସ ଏବଂ ବିଭିନ୍ନ ପ୍ରକାରର ସ୍ୱାସ୍ଥ୍ୟ ସମସ୍ୟାକୁ ମଧ୍ୟ ମର୍ଣ୍ଣିଂ ୱାକ ଦ୍ୱାରା ନିୟନ୍ତ୍ରଣ କରାଯାଇପାରିବ ।
୬. ମର୍ଣ୍ଣିଂ ୱାକ ଦ୍ୱାରା ଶରୀରର ସମସ୍ତ ମାଂସପେଶୀ ଶକ୍ତ ହୋଇଥାଏ ।
୭. ରିସର୍ଚ୍ଚ ଦ୍ୱାରା ଏହା ପ୍ରମାଣିତ କି ମର୍ଣ୍ଣିଂ ୱାକ କକୁଥିବା ବ୍ୟକ୍ତିଙ୍କ ମସ୍ତିଷ୍କରେ ଖୁବ ଶୀଘ୍ର ଆଇଡିଆ ଆସିଥାଏ । ଏହା ମସ୍ତିଷ୍କକୁ ସତେଜ ରଖିଥାଏ ।
୮. ମର୍ଣ୍ଣିଂ ୱାକ ଦ୍ୱାରା ଆପଣଙ୍କୁ ନିଦଜନିତ ସମସ୍ୟା ହେଉଥିଲେ ଏହା ଦୂର ହୋଇଥାଏ । ଏବଂ ଭଲ ନିଦ ହୋଇଥାଏ ।
୯. ମର୍ଣ୍ଣିଂ ୱାକ କରିବା ଦ୍ୱାରା ଶରୀରର ତାପମାତ୍ରା ନିୟନ୍ତ୍ରିତ ହୋଇଥାଏ ।
୧୦. ପ୍ରତିଦିନ ମର୍ଣ୍ଣିଂ ୱାର୍କ କରୁଥିବା ବ୍ୟକ୍ତି ଜାବନସାରା ସୁସ୍ଥ ରହିଥାନ୍ତି । ତାଙ୍କର ବିଭିନ୍ନ ପ୍ରକାରର ରୋଗର ନିୟନ୍ତ୍ରଣ ହୋଇଥାଏ ।


Share It

Comments are closed.