୨୦୨୩ରୁ ପ୍ରାରମ୍ଭ ହେବ ମହିଳା ଆଇପିଏଲ


ସମଗ୍ର ବିଶ୍ୱରେ ଆଇପିଏଲ ମ୍ୟାଚର କ୍ରେଜ ବଢୁଥିବା ବେଳେ ବିସିସିଆଇ ପକ୍ଷରୁ ମହିଳା ଆଇପିଏଲ ମ୍ୟାଚର ଆୟୋଜନ ପାଇଁ ଆଲୋଚନା ଚାଲିଥିଲା । ବିଗତ ୨ ଆଇପିଏଲ ସଂସ୍କରଣରେ ପରୀକ୍ଷାମୂଳକଭାବେ ୩ରୁ ୪ଟି ମହିଳା କିକ୍ରେଚ ମ୍ୟାଚ ଖେଳାଯାଇଥିଲା ।
ଶୁକ୍ରବାର ଦିନ ଭାରତୀୟ କ୍ରିକେଚ କଣ୍ଟ୍ରୋଲ ବୋର୍ଡ ପ କ୍ଷରୁ ଅଫିସିଆଲ ଭାବେ ମହିଳା ଆଇପିଏଲ ମ୍ୟାଚ ଖେଳାଯିବ ବୋଲି ସ୍ପଷ୍ଟ କରାଯାଇଛି । ୨୦୨୩ରୁ ଏହି ମହିଳା ଆଇପିଏଲର ଶୁଭାରମ୍ଭ ହେବ । ଏହା ଗୋଟିଏ ମାସ ଚାଲିବ ଏବଂ ଏଥିରେ ୫ଟି ଦଳ ଅଂଶଗ୍ରହଣ କରିବେ । ପରେ ଏହାର ଲୋକପ୍ରିୟତା ଏବଂ ପ୍ରଦର୍ଶନକୁ ଦେଖି ପୁନର୍ବାର ମଧ୍ୟ ଆୟୋଜନ କରାଯାଇପାରେ । ଏହାର ପ୍ରାରମ୍ଭିକତାକୁ ନେଇ ବିସିସିଆଇର ସଭାପତି ସୌ÷ରଭ ଗାଙ୍ଗୁଲି ଏବଂ ସମ୍ପାଦକ ଜୟ ଶାହା ସୂଚନା ଦେଇଥିଲେ ।
ଦକ୍ଷିଣ ଆଫ୍ରିକାରେ ଆୟୋଜିତ ହେବାକୁ ଥିବା ଟି-୨୦ ମହିଳା ବିଶ୍ୱକପ ଶେଷ ହେବା ପେର ମାର୍ଚ୍ଚ ୨୦୨୩ରୁ ଆଇପିଏଲ ପ୍ରାରମ୍ଭ ହୋଇପାରେ । ଏଥିରେ ନିବେଶକାରୀଙ୍କ ଆଗ୍ରହକୁ ଦେଖି ମଧ୍ୟ ଦଳ ସଂଖ୍ୟା ୬କୁ ମଧ୍ୟ ବୃଦ୍ଧି କରାଯାଇପାରେ । ମୁମ୍ବାଇ ଇଣ୍ଡିଆନ୍ସ, ରାଜସ୍ଥାନ ରୟାଲ୍ସ ଏବଂ ଚେନ୍ନାଇ ସୁପରକିଙ୍ଗ, ୟୁ-ଟିଭି ପ୍ରମୁଖ ମହିଳା ଦଳ କିଣିବା ପାଇଁ ଆଗ୍ରହ ମଧ୍ୟ ପ୍ରକାଶ କରିଥିବା ସୌରଭ ଗାଙ୍ଗୁଲି କହିଛନ୍ତି ।


Share It

Comments are closed.