୩୦ ଜିଲ୍ଲାରେ ଖେଲୋ ଇଣ୍ଡିଆ ସେଣ୍ଟରର ଉଦଘାଟନ
କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରାଳୟ ଏବଂ ଓଡ଼ିଶା କ୍ରୀଡ଼ା ଓ ଯୁବସେବା ବିଭାଗର ମିଳିତ ଆନୁକୂଲ୍ୟରେ ଓଡ଼ିଶାର ୩୦ଟି ଜିଲ୍ଲାରେ ୩୦ଟି ଖେଲୋ ଇଣ୍ଡିଆ ସେଣ୍ଟରର ଉଦଘାଟନ କରାଯାଇଛି।ରାଜ୍ୟରେ ତୃଣମୂଳ ସ୍ତରରେ କ୍ରୀଡ଼ା ଭିତ୍ତିଭୂମିର ବିକାଶ ହେବା ସହିତ ଓଡ଼ିଶାର ପ୍ରତିଟି ଜିଲ୍ଲାରେ ଯେପରି କ୍ରୀଡ଼ା ପ୍ରତିଭା ବିକଶିତ ହୋଇପାରିବ ସେ ଲକ୍ଷ୍ୟ ନେଇ ଖେଲୋ ଇଣ୍ଡିଆ ସେଣ୍ଟରର ନିର୍ମାଣ କରାଯାଇଛି। ଖେଲୋ ଇଣ୍ଡିଆ ସେଣ୍ଟର ମାନଙ୍କରେ କ୍ରୀଡ଼ାବିତମାନଙ୍କୁ ଉପଯୁକ୍ତ ପ୍ରଶିକ୍ଷଣ ପ୍ରଦାନ କରାଯିବା ସହିତ ବିଭିନ୍ନ କ୍ରୀଡ଼ା ଯଥା ଫୁଟବଲ, ଭଲିବଲ, ହକି, ଆଥଲେଟିକ୍ସ, ଖୋଖୋ, କବାଡ଼ି ଆଦି ନିମନ୍ତେ ସୁଦୃଢ଼ ଭିତ୍ତିଭୂମି ଏବଂ ସମସ୍ତ ପ୍ରକାର ସୁବିଧା ଖେଳାଳୀ ମାନଙ୍କୁ ପ୍ରଦାନ କରାଯିବ। ଏଥିସହିତ ଏହି ଖେଲୋ ଇଣ୍ଡିଆ ସେଣ୍ଟର ଗୁଡ଼ିକର ଉପଯୁକ୍ତ ପରିଚାଳନା ନିମନ୍ତେ ସରକାରଙ୍କ ତରଫରୁ ବାର୍ଷିକ ୫ ଲକ୍ଷ ଟଙ୍କାର ଅନୁଦାନ ରାଶି ମଧ୍ୟ ପ୍ରଦାନ କରାଯିବ। ଜିଲ୍ଲା ମାନଙ୍କରେ ସ୍ଥାପିତ ହୋଇଥିବା ଏହି ଖେଲୋ ଇଣ୍ଡିଆ ସେଣ୍ଟର ମାନଙ୍କରେ ପ୍ରତ୍ୟେକ ଜିଲ୍ଲାର ଆଞ୍ଚଳିକ କ୍ରୀଡ଼ାକୁ ମଧ୍ୟ ପ୍ରଧାନ୍ୟ ଦିଆଯିବ। ପୂର୍ବରୁ ଜାତୀୟ ସ୍ତରୀୟ ଏବଂ ରାଜ୍ୟ ସ୍ତରରେ ୍ଯଯାତି ଅର୍ଜନ କରିଥିବା କ୍ରୀଡ଼ାବିତ ହିଁ ଖେଲୋ ଇଣ୍ଡିଆ ସେଣ୍ଟରର କୋଚ ଭାବରେ ଆଗାମୀ ଭବିଷ୍ୟତର କ୍ରୀଡ଼ାବିତମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିବେ। ଏଥିସହିତ ଅଧିକରୁ ଅଧିକ କ୍ରୀଡ଼ାବିତମାନେ ଯେପରି ଖେଲୋ ଇଣ୍ଡିଆ ସେଣ୍ଟରରେ ଅନ୍ତର୍ଭୁକ୍ତ ହେବେ ତାହାକୁ ମଧ୍ୟ ସୁନିଶ୍ଚିତ କରାଯିବ।କେବଳ ପ୍ରମୁଖ ସହର ନୁହେଁ ବରଂ ଓଡ଼ିଶାର ପ୍ରତ୍ୟେକ ଜିଲ୍ଲାରେ କ୍ରୀଡ଼ା ଭିତ୍ତିଭୂମିକୁ ସୁଦୃଢ଼ କରିବା ସହ କ୍ରୀଡ଼ା ପ୍ରତିଭାର ଯେପରି ବିକାଶ ହୋଇପାରିବ ସେହି ଲକ୍ଷ୍ୟରେ ଖେଲୋ ଇଣ୍ଡିଆ ସେଣ୍ଟରର ର୍ନିମାଣ କରାଯାଇଛି। କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ରବିବାର କଳିଙ୍ଗ ଷ୍ଟାଡିୟମ ଠାରେ କ୍ରୀଡ଼ାମନ୍ତ୍ରୀ ଉଦଘାଟନୀ ସମାରୋହରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ବୈଠକରେ ଓଡ଼ିଶା କ୍ରୀଡ଼ା ଓ ଯୁବସେବା ବିଭାଗର ପ୍ରମୁଖ ଶାସନ ସଚିବ ଭାସ୍କର ଜ୍ୟୋତି ଶର୍ମା ଖେଲୋ ଇଣ୍ଡିଆ ସେଣ୍ଟର ସ୍ଥାପନର ଲକ୍ଷ୍ୟ ଏବଂ କାର୍ଯ୍ୟକାରିତା ସମ୍ବନ୍ଧରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ।
Comments are closed.