ନୂଆବର୍ଷରେ ଘରକୁ ନୂଆ କ୍ୟାଲେଣ୍ଡର ଆଣିବା ସମୟରେ ଏହି ଦିଗ ଗୁଡିକ ପ୍ରତି ରଖନ୍ତୁ ଯଥେଷ୍ଟ ଧ୍ୟାନ

Share It

ନବବର୍ଷକୁ ସ୍ୱାଗତ କରିବାକୁ ଅନେକ ସ୍ଥାନରେ ପ୍ରସ୍ତୁତି ମଧ୍ୟ ଆରମ୍ଭ ହେଲାଣି। ସେହିପରି ଅଧିକାଂଶଙ୍କ ଘରେ ନୂଆ କ୍ୟାଲେଣ୍ଡର ମଧ୍ୟ କିଣା ଯିବା ଆରମ୍ଭ ହେଲାଣି। ତେବେ ବାସ୍ତୁ ଅନୁଯାୟୀ କ୍ୟାଲଣ୍ଡର ସହ ଜଡିତ କିଛି ସରଳ ଉପାୟ ରହିଛି, ଯାହା ଜାଣିବା ଦ୍ୱାରା ଖୁବ ଲାଭ ମିଳିଥାଏ। କ୍ୟାଲେଣ୍ଡରକୁ ନେଇ ବାସ୍ତୁରେ କିଛି ନିୟମ ମଧ୍ୟ ବର୍ଣ୍ଣନା କରାଯାଇଛି। ଏହି ନିୟମର ପାଳନ କରିବା ଦ୍ୱାରା ଭାଗ୍ୟରେ ସୁପରିବର୍ତ୍ତନ ଆସିଥାଏ। ଦୁର୍ଭାଗ୍ୟ ସୌଭାଗ୍ୟରେ ପରିବର୍ତ୍ତନ ହୋଇଥାଏ। ଜାଣନ୍ତୁ..

ଘରକୁ ନୂଆ ବର୍ଷର କ୍ୟାଲେଣ୍ଡର କିଣି ଆଣିବା ପରେ ଏହାକୁ ପୁରୁଣା କ୍ୟାଲେଣ୍ଡର ଉପରେ ଟାଙ୍ଗନ୍ତୁ ନାହିଁ। ଏହାଦ୍ୱାରା ନକରାତ୍ମକ ଶକ୍ତି ପ୍ରବେଶ କରିଥାଏ। ଯା ଦ୍ୱାରା ପରିବାରରେ କଳହ, ଆର୍ଥିକ ସମସ୍ୟା, ଅଯଥାରେ ଟଙ୍କା ଖର୍ଚ୍ଚ ହୋଇଥାଏ। ଘରକୁ କଦାପି ଚିରା କ୍ୟାଲେଣ୍ଡର ଆଣନ୍ତୁ ନାହିଁ।

ନୂଆ କ୍ୟାଲେଣ୍ଡର ନିକଟରେ କୌଣସି ଝଗଡା ହୋଇଥିବା ଫଟୋ, ଦୁଃଖୀ ଫଟୋ, ଯୁଦ୍ଧ ସମୟରେ ଫଟୋ ରଖନ୍ତୁ ନାହିଁ। ଏହାଦ୍ୱାରା ମାନସିକ ଦୁଶ୍ଚିନ୍ତା ଲାଗି ରହିବା ସହ ଜୀବନରେ ସମସ୍ୟା ଓ ଘରୁ ସୁଖଶାନ୍ତି ଦୂର ହୋଇଥାଏ।

କ୍ୟାଲେଣ୍ଡର ଟାଙ୍ଗିବା ସମୟରେ ସର୍ବଦା ଧ୍ୟାନ ଦିଅନ୍ତୁ ଏହାର ସ୍ଥାନ ଓ ଦିଗ ପ୍ରତି। ଏହାକୁ ଯେକୌଣସି ସ୍ଥାନରେ ଟାଙ୍ଗନ୍ତୁ ନାହିଁ। ଏହାଦ୍ୱାରା ବାସ୍ତୁ ଦୋଷ ସୃଷ୍ଟି ହୋଇଥାଏ। ପରିବାର ସଦସ୍ୟଙ୍କ ଉନ୍ନତିରେ ବାଧା ହୋଇଥାଏ। କ୍ୟାଲେଣ୍ଡରକୁ ମୁଖ୍ୟ ଦରଜା ପଛରେ ଟାଙ୍ଗନ୍ତୁ ନାହିଁ। ଏହାକୁ ଦକ୍ଷିଣ ଦିଗରେ ମଧ୍ୟ ଟାଙ୍ଗନ୍ତୁ ନାହିଁ।

ବାସ୍ତୁ ଅନୁଯାୟୀ, କିଛି ରଙ୍ଗର ସ୍ୱତନ୍ତ୍ର ମହତ୍ତ୍ୱ ରହିଛି। ରଙ୍ଗ ଅନୁଯାୟୀ, ଘରକୁ କ୍ୟାଲେଣ୍ଡର ଆଣିବାର ମଧ୍ୟ କିଛି ନିୟମ ରହିଛି। ଧଳା, ସବୁଜ, ଗୋଲାପି, ଲାଲ ଓ ନୀଳ ରଙ୍ଗ ମଧ୍ୟ ସାମିଲ ରହିଛି। ଏହି ରଙ୍ଗ ମଧ୍ୟରୁ ଯେକୌଣସି ଗୋଟିଏ ରଙ୍ଗର କ୍ୟାଲେଣ୍ଡର ଘରକୁ ଆଣିପାରିବେ। ଏହାଦ୍ୱାରା ପରିବାରରେ ସୁଖସମୃଦ୍ଧି ବୃଦ୍ଧି ହୋଇଥାଏ।

ଏହାକୁ ଯେକୌଣସି ଦିଗରେ ମଧ୍ୟ ଟାଙ୍ଗନ୍ତୁ ନାହିଁ। ମାନ୍ୟତା ଅନୁଯାୟୀ, ଉତ୍ତର ଦିଗ କୁବେରଙ୍କ ଦିଗ ବୋଲି କୁହାଯାଏ। ଏହି ଦିଗରେ କ୍ୟାଲେଣ୍ଡର ଟାଙ୍ଗିବା ଦ୍ୱାରା ଆର୍ଥିକ କ୍ଷେତ୍ରରେ ଉନ୍ନତି ହୋଇଥାଏ। ପଶ୍ଚିମରେ ଲଗାଇବା ଦ୍ୱାରା ଅଟକି ଥିବା କାର୍ଯ୍ୟରେ ସଫଳତା ମିଳିବା ସହ କର୍ମକ୍ଷେତ୍ରରେ ଉନ୍ନତି ହୋଇଥାଏ। ପୂର୍ବ ଦିଗରେ କ୍ୟାଲେଣ୍ଡର ଟାଙ୍ଗିବା ଦ୍ୱାରା ପରିବାରରେ ସର୍ବଦା ସୁଖସମୃଦ୍ଧି ରହିଥାଏ।


Share It

Comments are closed.