ଆପଣଙ୍କ ଜନ୍ମ କାର୍ମିକ ସଂଖ୍ୟାରେ ହୋଇନାହିଁ ତ? ଆପଣଙ୍କ ପୂର୍ବଜନ୍ମ କର୍ମ ସହିତ ରହିଛି ଏହାର ନୀବିଡ଼ ସମ୍ପର୍କ
ଯଦି ଆପଣ କୌଣସି ମାସର ୧୦,୧୩,୧୪,୧୬,୧୯ ତାରିଖରେ ଜନ୍ମ ହୋଇଛନ୍ତି ତେବେ ଏହି ସଂଖ୍ୟାକୁ କାର୍ମିକ ନମ୍ବର ବୋଲି କୁହାଯାଏ । କାର୍ମିକ ସଂଖ୍ୟାରେ ଜନ୍ମ ବ୍ୟକ୍ତି ପୂର୍ବ ଜନ୍ମରେ କିଛି ଏମିତି କର୍ମ କରିଥାନ୍ତି ଯେଉଥି ପାଇଁ ଏ ଜନ୍ମରେ ସେମାନେ କାର୍ମିକ ସଂଖ୍ୟାରେ ଜନ୍ମ ହୋଇଥାନ୍ତି ।
କୌଣସି ମାସର ୧୦ ତାରିଖରେ ଜନ୍ମିତ ବ୍ୟକ୍ତିଙ୍କୁ ନିଜ ଜୀବନରେ ପ୍ରତ୍ୟକ କର୍ମ ଏକୁଟିଆ ହିଁ କରିବାକୁ ପଡିଥାଏ । ଯଦିଓ ସେମାନଙର ବହୁତ ସମ୍ପର୍କ ଥାଏ ହେଲେ ଆବଶ୍ୟକ ବେଳେ କେହି ଆସିନଥାନ୍ତି । କାରଣ ଗତ ଜନ୍ମରେ ଏମାନେ କାହାରିକୁ ସାହାଜ୍ୟ କରିନଥିଲେ ।
ତେଣୁ ଏମାେନ ଏ ଜନ୍ମ ଶୂନ ରୁ ଆରମ୍ଭ କରିବେ ଏବଂ ସଫଳ ମଧ୍ୟ ହେବେ ।
କୌଣସି ମାସର ୧୩ ତାରିଖରେ ଜନ୍ମିତ ବ୍ୟକ୍ତି ପୂର୍ବ ଜନ୍ମରେ ଅନେକ ଲୋକଙ୍କ ସହ ଧୋକା, ଦୁର୍ନୀତି କର୍ମ ତଥା ବେଇମାନି ଭଳି ମନ୍ଦ କର୍ମ କରିଥିବାରୁ ଏ ଜନ୍ମରେ ମଧ୍ୟ ସେ ନିଜ ସମ୍ପର୍କରେ ଅନେକ ଥର ଧୋକା ଖାଇବା ସହ ଦୁର୍ନୀତି କର୍ମରେ ମଧ୍ୟ ଲିପ୍ତ ରହିପାରନ୍ତି । ତେଣୁ ପୂର୍ବ ଜନ୍ମର କର୍ମର ପୁନରାବୃତି ନ କରି ଅଧିକରୁ ଅଧିକ ସମୟ
ନିଜ କାମ କରିବା ସହ ନିଜ ର ସମ୍ପର୍କ ପ୍ରତି ସଚୋଟ ରୁହନ୍ତୁ ।
କୌଣସି ମାସର ୧୪ ତାରିଖରେ ଜନ୍ମିତ ବ୍ୟକ୍ତି ପୂର୍ବ ଜନ୍ମରେ ନିଜକୁ ମିଳିଥିବା ସ୍ଵାଧୀନତାର ଅପବ୍ୟବହାର କରିଥିଲେ । ଦୁର୍ନୀତି , ପଇସା ପଛେର ପଡ଼ିବା , ଅନ୍ୟକୁ ଧୋକା ଦେବା ଭଳି କର୍ମରେ ଲିପ୍ତ ଥିଲେ । ତେଣୁ ପୂର୍ବ ଜନ୍ମ କର୍ମର ପୁନରାବୃତି ଏ ଜନ୍ମରେ ନ କରି ଭଗବତ ମାର୍ଗରେ ନିଜ ଜୀବନ ଅତିବାହିତ କରିବା ଉଚିତ ।
କୌଣସି ମାସର ୧୬ ତାରିଖରେ ଜନ୍ମିତ ବ୍ୟକ୍ତି ଗତ ଜନ୍ମ ରେ ଅନେକ ଲୋକଙ୍କୁ ଠକି ଥିଲେ । ତେଣୁ ଆପଣ କାର୍ମିକ ସଂଖ୍ୟାରେ ଜନ୍ମ ହୋଇଛନ୍ତି । ଏ ଜନ୍ମରେ ଆପଣକୁ ନିଜ ସମ୍ପର୍କରେ ଅନେକ ବାର ଧୋକା ମିଳିବ ଏବଂ ଆପଣଙ୍କୁ ଏହାକୁ ସହିବାକୁ ପଡିବ । କାରଣ ଏହା ଆପଣଙ୍କ ପୂର୍ବ ଜନ୍ମ ରେ କରିଥିବା କର୍ମ ର ଫଳ । ତେଣୁ ଏ ଜନ୍ମରେ ଆପଣ କାହାରିକୁ କଷ୍ଟ ଦିଅନ୍ତୁ ନାହିଁ । ଅଧିକରୁ ଅଧିକ ସମାଜସେବା , ଦାନଧର୍ମ କାମ କରିବା ଉଚିତ ।
କୌଣସି ମାସର ୧୯ ତାରିଖରେ ଜନ୍ମ ବ୍ୟକ୍ତି ଯଦିଓ ଏ ଜନ୍ମରେ ସମାଜରେ ନିଜର ଏକ ସ୍ଵତନ୍ତ୍ର ସ୍ଥାନ, ପରିଚୟ ସୃଷ୍ଟି କରିଥାନ୍ତି ତଥାପି ସେମାନେ ନିଜ ଲୋକଙ୍କ ଠାରୁ ସବୁବେଳେ ଠକାମୀର ଶିକାର ହୋଇଥାନ୍ତି । କାରଣ ପୂର୍ବ ଜନ୍ମ ରେ ସେମାନେ ନିଜ ଶକ୍ତିର
ର ଅପବ୍ୟବହାର କରିଥିଲେ । ତେଣୁ ପୂର୍ବ ଜନ୍ମରେ କରିଥିବା ଭୂଲର କିଭଳି ପୁନରାବୃତି ନହେବ ସେଥିପ୍ରତି ଧ୍ୟାନ ଦେବା ଉଚିତ । କର୍ମ କ୍ଷେତ୍ରରେ ନିଜ ଠାରୁ ତଳ କର୍ମଚାରୀ ଙ୍କ ସହ ଭଲ ବ୍ୟବହାର କରିବା ଉଚିତ । ଅଧିକରୁ ଅଧିକ ସମାଜସେବା, ଦାନଧର୍ମ କାମ କରିବା ଉଚିତ ।
Comments are closed.