କଙ୍ଗନାଙ୍କ ଡ୍ରଗ୍ସ ଲିଙ୍କକୁ ନେଇ ତଦନ୍ତ କରିବ ମୁମ୍ବାଇ ପୋଲିସ


ସୁଶାନ୍ତ ସିଂହ ରାଜପୁତଙ୍କ ମାମଲାରେ ମୁହଁ ଖୋଲିବା ପରଠୁ ମହାରାଷ୍ଟ୍ର ସରକାରଙ୍କ ସ୍କାନରରେ ‘କୁଇନ’ କଙ୍ଗନା। ସୁଶାନ୍ତଙ୍କ ମାମଲାରେ ମୁମ୍ବାଇ ପୋଲିସ ଓ ମହାରାଷ୍ଟ୍ର ସରକାରଙ୍କୁ ଟାର୍ଗେଟ କରି ଅଡ଼ୁଆରେ ଅଭିନେତ୍ରୀ କଙ୍ଗନା ରାଣାୱତ । ଏବେ କଙ୍ଗନା ଡ୍ରଗ୍ସ ସେବନ କରୁଥିବା ନେଇ ଅଭିଯୋଗ ପରେ ମୁମ୍ବାଇ ପୋଲିସ ଘଟଣାର ତଦନ୍ତ କରିବ।
ଏନେଇ ରାଜ୍ୟ ଗୃହମନ୍ତ୍ରୀ ଅନୀଲ ଦେଶମୁଖ ନିର୍ଦେଶ ମଧ୍ୟ ଦେଇସାରିଛନ୍ତି। କଙ୍ଗନାଙ୍କ ପୂର୍ବତନ ପ୍ରେମିକ ତଥା ଅଭିନେତା ଅଧ୍ୟୟନ ସୁମନଙ୍କ ଏକ ଅଭିଯୋଗକୁ ଭିତ୍ତି କରି ମହାରାଷ୍ଟ୍ର ସରକାର କଙ୍ଗନା ବିରୋଧରେ ତଦନ୍ତ ନିର୍ଦେଶ ଦେଇଛନ୍ତି।

ଅନୀଲ ଦେଶମୁଖ କହିଛନ୍ତି ଯ, ଅଧ୍ୟୟନ ସୁମନ ଯିଏକି ଜଣେ ବରିଷ୍ଠ ଅଭିନେତା ଶେଖର ସୁମନଙ୍କ ପୁଅ ସେ ପୂର୍ବରୁ ଅଭି​‌ଯୋଗ କରିଥିଲେ ଯେ କଙ୍ଗନା ଡ୍ରଗ୍ସ ସେବନ କରିବା ସହ ତାଙ୍କୁ ଡ୍ରଗ୍ସ ନେବାକୁ ବାଧ୍ୟ କରୁଥିଲେ। ତେବେ ଏହି ଘଟଣାର ତଦନ୍ତ ପାଇଁ ମୁମ୍ବାଇ ପୋଲିସକୁ ଦାୟିତ୍ୱ ଦିଆଯାଇଛି।

ଅନ୍ୟପଟେ କଙ୍ଗନା ରଣାଓ୍ବତ ଏନେଇ ନିଜର ପ୍ରତିକ୍ରିୟା ଟ୍ୱିଟର ଜରିଆରେ ଦେଇଛନ୍ତି। ଯଦି ଡ୍ରଗ୍ସ କନେକ୍ସନ କିଛି ମିଳିଲା ସେ ମୁମ୍ବାଇ ଛାଡ଼ିଦେବେ ବୋଲି ଟ୍ୱିଟ କରି କହିଛନ୍ତି କଙ୍ଗନା ରାଣାୱତ ।


Share It

Comments are closed.