ଏବେ ରିୟାଙ୍କ ନୂଆ ଠିକଣା ଭାୟଖଲା ଜେଲ


ମଙ୍ଗଳବାର ସନ୍ଧ୍ୟାରେ ଅଭିନେତ୍ରୀ ରିୟା ଚକ୍ରବର୍ତୀଙ୍କୁ ଡ୍ରଗ୍ସ ମାମଲାରେ ଏନସିବି ଗିରଫ କରିଛି । ରିୟା ଗିରଫ ହେବାପରେ ତାଙ୍କ ପିତା ଇନ୍ଦ୍ରଜିତ ଚକ୍ରବର୍ତୀ ଝିଅ ଗିରଫ ହେବା ପରେ କହିଛନ୍ତି ଯେ ଦେଶ କୌଣସି ପ୍ରମାଣ ବିନା ରିୟାଙ୍କୁ ଜେଲ ପଠାଇବେ ଲାଗିଛି । କୌଣସି ପ୍ରମାଣ ବିନା ସାରା ଦେଶ ରିୟାଙ୍କୁ ଫାସୀ ଖୁଣ୍ଟରେ ଝୁଲାଇବାକୁ ଚେଷ୍ଟା କରୁଛି । ରିୟାଙ୍କ ଜାମିନ ଆବେଦନ ଖାରଜ ହେବାପରେ ରିୟାଙ୍କ ପିତା ଆଉ ଏକ ଟ୍ୱିଟ କରି କହିଛନ୍ତି, ‘ରିୟାଙ୍କ ଜାମିନ ଆବେଦନ ଖାରଜ ହୋଇଯାଇଛି । ଗୁରୁବାର ଦିନ ସ୍ପେଶାଲ କୋର୍ଟରେ ଆଉ ଏକ ଆବେଦନ କରାଯିବ । ମୋତେ କଣ ମରିଯିବା ଉଚିତ ।’ ରିୟାଙ୍କ ଓକିଲ ସତୀଶ ମାନସିଂଦେ ଜାମିନ ପାଇଁ ଆବେଦନ କରିଥିଲେ ଯାହାକୁ କୋର୍ଟ ଖାରଜ କରି ଦେଇଛନ୍ତି । ବୁଧବାର ଦିନ ସେ ସେସନ କୋର୍ଟରେ ଅପିଲ କରିପାରିବେ । ଯଦି ସେଠାରେ ମଧ୍ୟ ଜାମିନ ଖାରଜ ହୁଏ ତାହେଲେ ସୁପ୍ରିମକୋର୍ଟରେ ଅପିଲ କରିବେ । ରିୟାଙ୍କ ଉପରେ ଧାରା ୨୭(ଏ) ଲାଗିଛି । ଏହି ଧାରାରେ ୧୦ ବର୍ଷ ଜେଲ ଦଣ୍ଡ ମିଳିଥାଏ । ଧାରା ୨୭(ଏ) ଅବୈଧ ଡ୍ରଗ୍ସ କାରବାରରେ ଟଙ୍କା ଲେଣଦେଣ ମାମଲା । ଏହି ଧାରାରେ ୧୦ ବର୍ଷ କିମ୍ବା ତା ଠାରୁ ଅଧିକ ସଜା ମିଳିବାର ପ୍ରାବଧାନ ରହିଛି । ସାଧାରଣତଃ ଏହିଭଳି ମାମଲାରେ କୋର୍ଟ ଜାମିନ ମଂଜୁର କରିନଥାନ୍ତି ।


Share It

Comments are closed.