କଂଗ୍ରେସର କାର୍ଯ୍ୟକାରୀ ଅଧ୍ୟୟ ହୋଇପାରନ୍ତି କମଲନାଥ
ମଧ୍ୟ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥଙ୍କୁ କଂଗ୍ରେସରେ ମିଳିବାରେ ବଡ ଦାୟିତ୍ୱ । ସୁତ୍ରରୁ ମିଳିଥିବା ଖବର ଅନୁସାରେ, କମଲନାଥଙ୍କୁ ଦଳର କାର୍ଯ୍ୟକାରୀ ଅଧ୍ୟକ୍ଷ କରାଯାଇପାରେ। ଅଳ୍ପ ସମୟ ପୂର୍ବରୁ କମଲନାଥ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କୁ ଭେଟିବାକୁ ପହଁଞ୍ଚିଥିଲେ। କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ମଧ୍ୟ ସୋନିଆ ଗାନ୍ଧିଙ୍କ ବାସଭବନ ୧୦ ଜନପଥରେ ପହଁଞ୍ଚିଛନ୍ତି।
ଅନ୍ୟପକ୍ଷେ କଂଗ୍ରେସ ପାର୍ଟି ଭିତରେ ଚର୍ଚ୍ଚା ନିର୍ବାଚନୀ ରଣନୀତିଜ୍ଞ ପ୍ରଶାନ୍ତ କିଶୋରଙ୍କୁ ନେଇ ମଧ୍ୟ ରହିଛି। କଂଗ୍ରେସ ପାର୍ଟି ଭିତରେ ଅଧ୍ୟକ୍ଷ ପଦକୁ ନେଇ ଗତ କିଛି ଦିନ ହେବ ଚର୍ଚ୍ଚା ଜାରି ରହିଛି। ଏହି ପଦ ପାଇଁ କଂଗ୍ରେସ ନିଜର ସବୁଠାରୁ ବିଶ୍ୱସ୍ଥ ଓ ବରିଷ୍ଠ ନେତା କମଲନାଥଙ୍କ ବିଷୟରେ ଭାବିଛି। କମଲନାଥଙ୍କୁ ଏହି ଦାୟିତ୍ୱ ଯଦି ମିଳେ ତେବେ କଂଗ୍ରେସରେ ବଡ ଧରଣର ପରିବର୍ତ୍ତନ ହେବ। କୁହାଯାଉଛି ଯେ, ମୌସୁମୀ ଅଧିବେଶନ୍ ପରେ କମଲନାଥଙ୍କୁ ଦଳର ଅଧ୍ୟକ୍ଷ ଚୟନ କରାଯିବ।
Comments are closed.