ଲକଡାଉନ୍ ସମୟରେ ସହଜ ରିଚାର୍ଜ ପାଇଁ ଜିଓ ଆରମ୍ଭ କଲା ‘ଜିଓ ଆସୋସିଏଟ୍’

Share It

ଭୁବନେଶ୍ଵର: ଦେଶ ସାରା ଲକଡାଉନ୍ ଚାଲିଥିବା ବେଳେ ରିଲାଏନ୍ସ ଜିଓ ଏହାର ଗ୍ରାହକ ଓ କ୍ଷୁଦ୍ର ବ୍ୟବସାୟୀଙ୍କ ପାଇଁ ‘ଜିଓ ଆସୋସିଏଟ୍’ ନାମରେ ଏକ ସୁଯୋଗ ଆଣିଛି। ଏହି ସୁଯୋଗକୁ ଉପଯୋଗ କରି ଯେକୌଣସି ଜିଓ ଗ୍ରାହକ ଅନ୍ୟ ଜିଓ ଗ୍ରାହକଙ୍କ ପାଇଁ ରିଚାର୍ଜ କରିପାରିବେ ଓ ଘରେ ବସି କମିଶନ ବାବଦ ଅର୍ଥ ବି ଅର୍ଜନ କରିପାରିବେ। ଏହି କମିଶନ ଅର୍ଥ ରିଚାର୍ଜ ମୂଲ୍ୟର ୪ ପ୍ରତିଶତ ହାରରେ ଆପଣଙ୍କ ଜିଓ ଆକାଉଣ୍ଟରେ ଜମା ହେବ। ଆପଣ ପରବର୍ତ୍ତୀ ରିଚାର୍ଜ ପାଇଁ ଏହି ଅର୍ଥକୁ ବ୍ୟବହାର କରିପାରିବେ। ଓଡ଼ିଶାର ବିସ୍ତୃତ ଗ୍ରାମାଞ୍ଚଳ ଓ ଛୋଟ ଛୋଟ ସହରାଞ୍ଚଳରେ ମୋବାଇଲ୍ ରିଚାର୍ଜ ଲାଗି ସୃଷ୍ଟି ହେଉଥିବା ସମସ୍ୟାର ସମାଧାନ କରିବାକୁ ଯାଇ ଜିଓ ପକ୍ଷରୁ ଏହି ସ୍ଵତନ୍ତ୍ର ଯୋଜନା ଘୋଷଣା କରାଯାଇଛି।
ଆପଣଙ୍କ ଆଖ ପାଖରେ ଯଦି ଜିଓ ରିଚାର୍ଜ ଷ୍ଟୋର୍ ଖୋଲା ନରହୁଛି ତେବେ ଆପଣ ଏହି ଜିଓ ଆସୋସିଏଟ୍ ଯୋଜନାରେ ଅଂଶଗ୍ରହଣ କରି ନିଜର, ନିଜ ପରିବାରର ତଥା ପଡ଼ୋଶୀ ଓ ସାଙ୍ଗସାଥିଙ୍କ ମୋବାଇଲ୍ ରିଚାର୍ଜ କରିପାରିବେ। ଏଥିଲାଗି ଆପଣଙ୍କୁ ୪ ପ୍ରତିଶତ ହାରରେ କମିଶନ ମିଳିବ। ଅର୍ଥାତ୍ ଏହାଦ୍ଵାରା ଜିଓ ଗ୍ରାହକଙ୍କୁ ଫୋନ୍ ରିଚାର୍ଜ କରିବାକୁ ସମସ୍ୟା ରହିବ ନାହିଁ ଓ ଘରେ ବସି ଗାଁ ବା ସହରର ‘ଜିଓ ଆସୋସିଏଟ୍’ ଉପଯୋଗକାରୀ ୪ ପ୍ରତିଶତ ଅର୍ଥ ସଙ୍ଗେ ସଙ୍ଗେ ଅର୍ଜନ କରିପାରିବ।
ଜିଓ ଆସୋସିଏଟ୍ ହେବା ଲାଗି କୌଣସି ଗ୍ରାହକଙ୍କୁ ଜିଓ ପିଓଏସ୍ ଲାଇଟ୍ ଆପ୍କୁ ନିଜ ମୋବାଇଲ୍ରେ ଡାଉନ୍ଲୋଡ୍ କରିବାକୁ ହେବ। ଗୁଗୁଲ୍ ପ୍ଲେ ଷ୍ଟୋରରେ ଏହି ଆପ୍ ଉପଲବ୍ଧ। ଏହି ଆପ୍ରେ ନିଜକୁ ପଞ୍ଜିକୃତ କରିବା ସହ ପ୍ରାରମ୍ଭିକ ଭାବେ ୧୦୦୦ ଟଙ୍କା ଆକାଉଣ୍ଟରେ ଜମା କଲେ ସଙ୍ଗେସଙ୍ଗେ ସେହି ଆକାଉଣ୍ଟରେ ୪ ପ୍ରତିଶତ ହାରରେ ୪୦ଟଙ୍କା ଅଧିକ ମୋବାଇଲ୍ ଫୋନ୍ ରିଚାର୍ଜ ପାଇଁ ଉପଲବ୍ଧ ହେବା ସହ ଏହି ୪୦ ଟଙ୍କାର ୪ ପ୍ରତିଶତ ବି ଆକାଉଣ୍ଟକୁ ଆସିବ। ଅର୍ଥାତ୍ ୧୦୦୦ ଟଙ୍କା ମୂଳ ରାଶି ଆକାଉଣ୍ଟ ଖୋଲିଲେ ଆପଣ ରିଚାର୍ଜ ପାଇଁ ୧୦୪୧ଟଙ୍କା ୬୦ ପଇସା ପାଇପାରିବେ। ଏହି ସମୁଦାୟ ରାଶିକୁ ଆପଣ ନିଜର ବା ନିଜ ପରିବାର, ବନ୍ଧୁ ବା ପଡ଼ୋଶୀଙ୍କ ଜିଓ ମୋବାଇଲ୍କୁ ରିଚାର୍ଜ କରିପାରିବେ। ଆପଣଙ୍କ ଆକାଉଣ୍ଟରେ ପରବର୍ତ୍ତୀ ବାଲାନ୍ସ ପାଇବା ଲାଗି ସର୍ବନିମ୍ନ ୨୦୦ ଟଙ୍କା ରିଚାର୍ଜ କରିବାକୁ ପଡ଼ିବ।
ଏହି ଟଙ୍କାରେ ଆପଣ ଜଣଙ୍କ ମୋବାଇଲ୍ ନୁହେଁ, ବରଂ ବିଭିନ୍ନ ମୋବାଇଲ୍କୁ ରିଚାର୍ଜ କରିପାରିବେ। ଜିଓ ଆସୋସିଏଟ୍ ଯୋଜନାରେ ପ୍ରବେଶ ଦେୟ ୧୦୦୦ ଟଙ୍କା ରହିଥିବା ବେଳେ ପ୍ରାରମ୍ଭିକ ଅଫର ଭାବେ ଏହାକୁ ଛାଡ଼ କରାଯାଇଥିବା କମ୍ପାନୀ ପକ୍ଷରୁ କୁହାଯାଇଛି। ଅଧିକରୁ ଅଧିକ ଲୋକଙ୍କୁ ଏହି ଯୋଜନାରେ ସାମିଲ୍ କରିବା ଲାଗି ଏହି ବ୍ୟବସ୍ଥା କରାଯାଇଛି।
ନିକଟରେ ଆରମ୍ଭ ହୋଇଥିବା ଏହି ଯୋଜନା ପ୍ରାରମ୍ଭିକ ପର‌୍ୟ୍ୟାୟରେ ଅନେକ ଆଗ୍ରହ ଲକ୍ଷ୍ୟ କରିଛି। ହଜାର ହଜାର ସଂଖ୍ୟାରେ ଗ୍ରାହକ ଏହି ଜିଓ ଆସୋସିଏଟ୍ ଯୋଜନାରେ ସାମିଲ୍ ହୋଇ ଯୋଜନାର ଲାଭ ଉଠାଉଛନ୍ତି। ଏପ୍ରିଲ୍ ମାସରୁ ଏହି ଯୋଜନା ଆରମ୍ଭ ହୋଇଛି। କିନ୍ତୁ ଏହି କିଛି ସପ୍ତାହ ମଧ୍ୟରେ ଗୁଗୁଲ୍ ପ୍ଲେଷ୍ଟୋରରୁ ୫ ଲକ୍ଷରୁ ଅଧିକ ଜିଓ ପିଓଏସ୍ ଲାଇଟ୍ ଆପ୍ ଡାଉନ୍ଲୋଡ୍ ହୋଇଛି।


Share It

Comments are closed.