କରୋନାକୁ ହରାଇବା କେବଳ ସରକାରଙ୍କ ଦାୟିତ୍ୱ ନୁହେଁ, ବରଂ ପ୍ରତ୍ୟେକ ଭାରତୀୟଙ୍କ ଦାୟିତ୍ୱ: ସାହାରାଶ୍ରୀ ସୁବ୍ରତ ରୟ


ଭୁବନେଶ୍ୱର: ସାହାରା ଇଣ୍ଡିଆ ପରିବାରର ଅଧ୍ୟକ୍ଷ, ସାହାରାଶ୍ରୀ ସୁବ୍ରତ ରୟ ସାହାରା ଆଜି ଏକ ବିବୃତି ଜାରି କରି ସମସ୍ତ ଭାରତୀୟଙ୍କୁ ନିଦେନ କରିଛନ୍ତି ଯେ, କରୋନା ମହାମାରୀ ବିରୋଧରେ ଲଢିବା କେବଳ ଭାରତ ସରକାରଙ୍କ ଦାୟିତ୍ୱ ନୁହେଁ, ବରଂ ଏହା ପ୍ରତ୍ୟେକ ଭାରତୀୟଙ୍କ ସମାନ ଦାୟିତ୍ୱ । ଏହା ସମଗ୍ର ମାନବଜାତିର ଯୁଦ୍ଧ ଏବଂ ଏହି ଯୁଦ୍ଧରେ ପ୍ରତ୍ୟେକ ବ୍ୟକ୍ତି ହେଉଛନ୍ତି ଜଣେ ଜଣେ ସୈନିକ । ପ୍ରତ୍ୟେକ ନାଗରିକଙ୍କର ଏକ ଦାୟିତ୍ୱ ରହିଛି । ପ୍ରତ୍ୟେକ ପୁରୁଷ ଓ ମହିଳାଙ୍କର ଏଥିରେ କିଛି ନା କିଛି ଭୂମିକା ରହିଛି । ଯଦି ଆମେ ଭାବିବା ଯାହା କିଛି କରିବା କଥା ତାହା କେବଳ ସରକାର, ହସ୍ପିଟାଲ, ଡାକ୍ତର, ପୋଲିସ୍ ଓ ପ୍ରଶାସନ କରିବ ତେବେ, ଆମେ କରୋନା ବିରୋଧରେ ଏହି ଯୁଦ୍ଧ ହାରିଯିବା ।
କରୋନା ମହାମାରୀ ସମଗ୍ର ବିଶ୍ୱକୁ ଦୋହଲାଇ ଦେଇଛି । ଲକ୍ଷ ଲକ୍ଷ ଲୋକ ଏହି ମହାମାରୀରେ ସଂକ୍ରମିତ ହୋଇଥିବା ବେଳେ ଲକ୍ଷାଧିକ ମୃତ୍ୟୁବରଣ କରିଛନ୍ତି । ଆମେରିକା, ଇଂଲଣ୍ଡ, ଇଟାଲୀ, ଫ୍ରାନ୍ସ ଓ ସ୍ପେନ୍ ଆଦି ଦେଶରେ କରୋନା ମହାମାରୀ ଉଗ୍ର ରୂପ ଧାରଣ କରିଛି ଓ ସେଠାରେ ସ୍ଥିତି ନିୟନ୍ତ୍ରଣ ବାହାରେ ରହିଛି । ତେଣୁ ଲକ୍‌ଡାଉନ୍‌ର ୨ୟ ପର୍ଯ୍ୟାୟ ସମଗ୍ର ଦେଶ ପାଇଁ ଖୁବ୍ ଗୁରୁତ୍ୱପୂଣ୍ଣ । ଏହି ଲକ୍‌ଡାଉନ୍ ସମୟରେ ଆମକୁ କୌଣସି ପ୍ରକାରେ କରୋନା ସଂକ୍ରମଣକୁ ରୋକିବାକୁ ହେବ । ଏହା ଏକ ଅତ୍ୟନ୍ତ ଜଟିଳ ସମୟ । ଉଭୟ ମଣିଷ ଓ ମାନବିକତା ଏବେ ବିପଦରେ । ତେଣୁ ମୁଁ ମୋର ଦେଶବ।।ସୀଙ୍କୁ ନିବେଦନ କରୁଛି ଯେ, କରୋନାର ଭୟାବହତାକୁ ବୁଝିବାକୁ ହେବ । ଏହି ସମୟରେ ଆମର କେବଳ ଗୋଟିଏ ଧର୍ମ ଓ ତାହା ହେଉଛି ମାନବିତା । ଆମର ଗୋଟିଏ କର୍ତବ୍ୟ ହେଉଛି ମାନବଜାତିକୁ ସୁରକ୍ଷିତ ରଖିବା । ଆମ ପାଖରେ ଆଉ କିଛି ବିକଳ୍ପ ନାହିଁ । ଯଦି ଏହି ଲକ୍‌ଡାଉନ୍ ଲାଗୁ ହୋଇନଥାନ୍ତା ତେବେ ପରିସ୍ଥିତି ଆହୁରି ଭୟାବହ ହୋଇଥାନ୍ତା । ତେଣୁ ଲକ୍‌ଡାଉନ୍ ସମୟରେ ଘରେ ରୁହନ୍ତୁ । ସରକାରଙ୍କ ଦ୍ୱାରା ଜାରି କରାଯାଉଥିବା ନିର୍ଦ୍ଦେଶର ପାଳନ କରନ୍ତୁ । ଡାକ୍ତର, ନର୍ସ, ପୋଲିସ ଓ ପ୍ରଶାସନିକ ଅଧିକାରୀମାନେ ସେମାନଙ୍କ ଜୀବନକୁ ବିପଦରେ ପକାଇ କରୋନା ବିରୋଧରେ ଲଢୁଛନ୍ତି । ତେଣୁ ସେମାନଙ୍କୁ ସହଯୋଗ କରନ୍ତୁ । କରୋନା ବିରୋଧରେ ଲଢିବା ପାଇଁ ଆମକୁ ସାମାଜିକ ଦୂରତାର ପାଳନ କରିବାକୁ ହେବ । ଯେତେବେଳେ ଆମେ ଶେଷରେ କରୋନାକୁ ପରାଜିତ କରିବା ଆମେ ଏକ ନୂଆ ଆରମ୍ଭ କରିବା । ଆମେ ଏକାଠି ହୋଇ ପୂର୍ବାପେକ୍ଷା ଆମ ଦେଶକୁ ଆହୁରି ଶକ୍ତିଶାଳୀ କରିବା ।


Share It

Comments are closed.