‘ଅବତାର’ ସିକ୍ୱେଲର ବଜେଟ ୭୫୦୦ କୋଟି !

Share It

୨୦୦୯ରେ ରିଲିଜ ହୋଇଥିବା ଜେମ୍ସ କ୍ୟାମରନଙ୍କ ଫିଲ୍ମ ‘ଅବତାର’ ବକ୍ସ ଅଫିସରେ ସମସ୍ତ ରେକର୍ଡ ଭାଙ୍ଗିଥିଲା । ଏହି ଭିଜୁଆଲ ମାଷ୍ଟରସ୍କ୍ରିଫ୍ଟ ସବୁଠାରୁ ବଡ ବ୍ଲକ ବଷ୍ଟର ଫିଲ୍ମମାନଙ୍କ ମଧ୍ୟରୁ ଅନ୍ୟତ୍ତମ ଅଟେ । ଗତ ବର୍ଷ ରିଲିଜ ହୋଇଥିବା ‘ଆଭେଞ୍ଜର : ଏଣ୍ଡଗେମ’ ଶେଷରେ ୱାର୍ଲୱାଇଡ ବକ୍ସ ଅଫିସରେ ଅବତାର ରେକର୍ଡ ଭାଙ୍ଗୀଥିଲା ।
ବର୍ତ୍ତମାନ ୨୦୨୧ରେ ‘ଅବତାର ୨’ର ରିଲିଜ ପାଇଁ ପ୍ରସ୍ତୁତି ଚାଲିଛି । ଜେମ୍ସ କ୍ୟାମରନଙ୍କ ଅନୁଯାୟୀ ଫିଲ୍ମଟି ଧାର୍ଯ୍ୟ କରାଯାଇଥିବା ନିର୍ଦ୍ଧାରିତ ସମୟ ମୁତାବକ ରିଲିଜ ହେବ ଏବଂ କରୋନା ମହାମାରୀ କାରଣ ସତ୍ତ୍ୱେ ମଧ୍ୟ ଏହାକୁ ଘୁଞ୍ଚାଯିବ ନାହିଁ ।
ଏକ ରିପୋର୍ଟ ଅନୁଯାୟୀ ଏହି ଫିଲ୍ମର ସିକ୍ୱେଲର ବଜେଟ ସଂପର୍କରେ ବର୍ତ୍ତମାନ ଜଣାପଡିଛି, ଯାହାକି ସମସ୍ତଙ୍କ କଳ୍ପନାରୁ ବାହାର ଅଟେ । ଶୁଣିବାକୁ ମିଳିଛି ଯେ, ଏହି ଫିଲ୍ମର ସିକ୍ୱେଲର ବଜେଟ ୭୫୦୦ କୋଟି ଅଟେ । କେବଳ ଏତିକି ଜଣାପଡିଛି ଯେ, ଏହା ‘ଅବତାର’ର ସମସ୍ତ ସିକ୍ୱେଲର ବଜେଟ ଅଟେ । ତେବେ ଏହି ‘ଅବତାର’ର କେତୋଟି ସିକ୍ୱେଲ ରହିଛି ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଜଣାପଡି ନାହିଁ ।
ଏକ ସାକ୍ଷାତକାରରେ କ୍ୟାମରନ କହିଛନ୍ତି ଯେ, ‘ମୁଁ ଅବତାରକୁ ନେଇ ପୁଣି ଥରେ କାମ କରିବାକୁ ଚାହୁଁଛି । ଏହି ମଧ୍ୟରେ ନିୟମ ଅନୁଯାୟୀ କୌଣସି ସମସ୍ୟା ନାହିଁ । ବର୍ତ୍ତମାନ ସବୁ କିଛି ସ୍ଥଗିତ ହୋଇ ରହିଛି । ନ୍ୟୁଜିଲାଣ୍ଡରେ ସୁଟିଙ୍ଗ ହେବାର ଥିଲା କିନ୍ତୁ ସବୁ କିଛି ସ୍ଥଗିତ ହୋଇଯାଇଛି । ଆମେ ଶୀଘ୍ରରୁ ଶୀଘ୍ର କାମ ଆରମ୍ଭ କରିବା ପାଇଁ ପ୍ରୟାସ କରୁଛୁ । ’


Share It

Comments are closed.