ଜାଗୁଅାର ଏଫ୍-ଟାଇପ୍ ଏସ୍ଭିଅାର୍ ବୁକିଂ ଅାରମ୍ଭ


ଜାଗୁଅାର ଲ୍ୟାଣ୍ଡ ରୋଭର ଇଣ୍ଡିଅା ପକ୍ଷରୁ ଭାରତରେ ଜାଗୁଅାର ଏଫ୍-ଟାଇପ୍ ଏସ୍ଭିଅାର୍ର ବୁକିଂ ଅାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି ଏହାକୁ ଏରୋଡାଇନାମିକ୍ସ ଇିନିୟରଙ୍କ ଦ୍ୱାରା ନିର୍ମାଣ କରାଯାଇଛି

ଏଥିରେ ୫.୦ଲି ସୁପର ଚାର୍ଜଡ୍ ଭି-୮ ଇିନ୍, ୪୨୩ କିଲୋଓ୍ୱାଟ ୍ ପାଓ୍ୱାର ଅାଉଟପୁଟ ଏବଂ ୭୦୦ଏନ୍ଏମ୍ ଟର୍କ ଅାଦି ବୈଶିଷ୍ଟ୍ୟ ରହିଛି ମାତ୍ର ୩.୭ ସେକେଣ୍ଡରେ ଏହା ଘଂଟାପ୍ରତି ୦-୧୦୦କିମି ଗତି ହାସଲ କରିପାରିଥାଏ ଏହାର ଟପ୍ ସ୍ପିଡ୍ ଘଂଟାପ୍ରତି ୩୨୨ କିମି ରହିଛି ଏହା ଏକ୍ସ ଶୋ’ରୁମ୍ ମୂଲ୍ୟ ୨୬୫ ଲକ୍ଷ ଟଙ୍କାରୁ ଅାରମ୍ଭ ହେଉଛି

ଏହି ଅବସରରେ ଜାଗୁଅାର ଲ୍ୟାଣ୍ଡ ରୋଭର ଇଣ୍ଡିଅା ଲିଃ.ର ସଭାପତି ତଥା ପରିଚାଳନା ନିର୍ଦ୍ଦେଶକ ରୋହିତ ସୁରୀ କହିଲେ, ‘ଜାଗୁଅାର ଲ୍ୟାଣ୍ଡ ରୋଭରର ନୂଅା ଏଫ୍-ଟାଇପ୍ ଏସ୍ଭିଅାର୍ ସ୍ପେିସିଅାଲ ଭେହିକିଲ୍ ଅପରେଶନ ଦ୍ୱାରା ବିକଶିତ ହୋଇଛି ଏହାର ଡିଜାଇନିଂ ଠାରୁ ଅାରମ୍ଭ କରି ପ୍ରତିଟି କ୍ଷେତ୍ରରେ ସ୍ବତନ୍ତ୍ରତା ପରିଲକ୍ଷିତ ହୋଇଛି ଏହାର ଲାଇଟ୍ େଓ୍ୱଟ୍ ମାଗ୍ନେସିୟମ୍ ନିର୍ମାଣ ଶୈଳୀ ବେଶ୍ ଉଚ୍ଚକୋଟୀର‘

ଏହାର ଟାୟାରଗୁଡ଼ିକରେ ବିକଶିତ ଗ୍ରିପ୍ ରହିଛି ଏହା ଚାଳକଙ୍କ ଦୈନଦିନ ଅାବଶ୍ୟକତାକୁ ଦୃଷ୍ଟିରେ ରଖି ନିର୍ମାଣ କରାଯାଇଛି

ଭାରତରେ ଉପଲବ୍ଧ ହେଉଥିବା ଲ୍ୟାଣ୍ଡ୍ ରୋଭର ରେ୍ ମଧ୍ୟରେ ଏକ୍ସଇର ମୂଲ୍ୟ ୩୭.୩୧ ଲକ୍ଷରୁ ଅାରମ୍ଭ ହେଉଥିବାବେଳେ ଏକ୍ସଏଫ୍ର ମୂଲ୍ୟ ୪୮.୧୪ ଲକ୍ଷରୁ ଅାରମ୍ଭ ହେଉଛି ସେହିପରି ଏଫ୍-ପେସ୍ର ମୂଲ୍ୟ ୬୧.୯୧ ଲକ୍ଷ ଟଙ୍କାରୁ ଅାରମ୍ଭ ହେଉଛି ଏକ୍ସଜେର ମୂଲ୍ୟ ୧୦୦.୮୦ ଲକ୍ଷ ଟଙ୍କା, ଏଫ୍-ଟାଇପ୍ ମୂଲ୍ୟ ୧୩୪.୩୩ ଲକ୍ଷ ଟଙ୍କାରୁ ଅାରମ୍ଭ ହେଉଛି

ଜାଗୁଅାର ଲ୍ୟାଣ୍ଡ ରୋଭର ଯାନ ଗୁଡିକ ଅହମ୍ମଦାବାଦ୍, ଔରଙ୍ଗାବାଦ୍, ବାଙ୍ଗାଲୁର୍, ଭୁବନେଶ୍ୱର, ଚଣ୍ଡିଗଡ଼, ଚେନ୍ନାଇ, କୋଏମ୍ବାଟୁର, ଦିଲ୍ଲୀ, ଗୁରୁଗାଓଁ, ହାଇଦ୍ରାବାଦ୍, ଇନ୍ଦୋର, ଜୟପୁର, କୋଲକତା, କୋଚି, କମଲ, ଲକ୍ଷ୍ନେ, ଲୁଧିଅାନା, ମାଙ୍ଗାଲୋର୍, ମୁମ୍ବାଇ, ନାଗପୁର, ନୋଏଡା, ପୁନେ, ରାଏପୁର, ବିଜୟଓ୍ୱାଡା ଓ ସୁରାଟ ଅାଦି ୨୭ଟି ସ୍ବୀକୃତି ପ୍ରାପ୍ତ ଅାଉଟଲେଟ୍ରେ ଉପଲବ୍ଧ ହେଉଛି


Share It

Comments are closed.