କରୋନା ପରେ ଚେନ୍ନାଇକୁ ଆଉ ଏକ ଝଟକା, ୟୁଏଇରୁ ଭାରତ ପ୍ରତ୍ୟାବର୍ତ୍ତନ କଲେ ରାଇନା


ଆଇପିଏଲ ଖେଳିବା ପାଇଁ ୟୁଏଇ ପହଁଞ୍ଚି ସାରିଥିବା ଚେନ୍ନାଇ ସୁପରକିଙ୍ଗର ବ୍ୟାଟସମ୍ୟାନ୍ ସୁରେଶ ରୈନା ଭାରତ ଫେରିଆସିଛନ୍ତି। ପାରିବାରିକ କାରଣ ପାଇଁ ସେ ଦେଶକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି ବୋଲି କୁହାଯାଉଛି। ସେ ପୁରା ସିଜିନ ଟିମରୁ ବାହାରେ ରହିବେ । ସିଏସକେର ସିଇଓ କେ.ଇ ବିଶ୍ୱନାଥନ ସୋସିଆଲ ମିଡିଆରେ ସୂଚନା ଦେଇଥିଲେ ଓ କହିଥିଲେ ଟିମ୍ ଏହି ସମୟରେ ତାଙ୍କର ପରିବାରକୁ ପୁରା ସମର୍ଥନ ଜଣାଉଛି । ସିଏସକେର ସିଇଓ ଟୁଇଟରେ ଲେଖିଛନ୍ତି, ସୁରେଶ୍ ରୈନା ବ୍ୟକ୍ତିଗତ କାରଣରୁ ଭାରତ ଫେରି ସାରିଛନ୍ତି । ସେ ପୁରା ସିଜିନ ପାଇଁ ଟିମରୁ ବାହାରି ଯାଇଛନ୍ତି। ଚେନ୍ନାଇ ସୁପରକିଙ୍ଗ ଏବେ ସୁରେଶ ଓ ତାଙ୍କର ପରିବାରକୁ ପୁରା ସମର୍ଥନ ଜଣାଉଛି । ଉଲ୍ଳେଖନୀୟ ଯେ, ଚଳିତ ବର୍ଷ ମାର୍ଚ୍ଚରେ ରୈନା ଦ୍ୱିତୀୟ ଥର ବାପା ହୋଇଥିଲେ। ତାଙ୍କ ପତ୍ନୀ ପ୍ରିୟଙ୍କା ଚୌଧୁରୀ ପୁଅକୁ ଜନ୍ମ ଦେଇଥିଲେ। ପୁଅର ନାମ ଦୁହେଁ ରିୟୋ ରଖିଥିଲେ।

ସିଏସକେର ସଦସ୍ୟଙ୍କୁ ଦୁବାଇ ପହଁଞ୍ଚିବା ପରେ କରୋନା ହୋଇଥିଲା। ଏହାପରେ ଶୁକ୍ରବାର ପୁରା ଟିମକୁ କ୍ୱାରେଣ୍ଟାଇନ କରିଦିଆଯାଇଥିଲା। ଏଭଳି ଖବର ଆସୁଛି ଯେ, ଚେନ୍ନାଇ ସୁପରକିଙ୍ଗର ମୋଟ ୧୧ ସଦସ୍ୟଙ୍କୁ କରୋନା ହୋଇଛି,ସେମାନଙ୍କ ଭିତରେ ଜଣେ ଭାରତୀୟ ଖେଳାଳି ରହିଛନ୍ତି। ଉଲ୍ଲେଖନୀୟ ଯେ, ଚେନ୍ନାଇର ଟିମ୍ ଚେପୁକରେ ୫ ଦିନ କ୍ୟାମ୍ପ କରିବା ପରେ ୨୧ ଅଗଷ୍ଟରେ ଦୁବାଇ ପହଁଞ୍ଚିଥିଲେ ଓ ୬ ଦିନ କ୍ୱାରେଣ୍ଟାଇନ ପିରିୟଡରେ ସୁରେଶ ରୈନା ମଧ୍ୟ ଟିମ୍ ସହିତ ୟୁଏଇ ପହଁଞ୍ଚିଥିଲେ। ସେ ଚେନ୍ନାଇରେ ହୋଇଥିବା କ୍ୟାମ୍ପର ମଧ୍ୟ ଅଂଶ ରହିଥିଲେ। ଯେଉଁଠି ବାକି ଟିମ୍ ହୋଟେଲରେ ଥିବା ବେଳେ ରୈନା ଦେଶକୁ ଫେରିଆସିଛନ୍ତି। ସୁରେଶ ରୈନା ଇନଷ୍ଟାଗ୍ରାମରେ ୧୫ ଅଗଷ୍ଟ​‌ରେ ପୋଷ୍ଟ କରିଥିଲେ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ନେଉଛନ୍ତି। ସୁରେଶ ରୈନା ଭାରତ ପାଇଁ ୧୮ ଟେଷ୍ଟ ମ୍ୟାଚ୍ ଓ ୨୨୬ଟି ଦିନିକିଆ ବ୍ୟତୀତ ମୋଟ ୭୮ଟି ଟି-୨୦ ମ୍ୟାଚ୍ ଖେଳିଛନ୍ତି। ୨୨୬ ଦିନିକିଆ ମ୍ୟାଚ୍ରେ ରୈନା ୫ଶତକ ସାହାଯ୍ୟରେ ୫୬୧୫ ରନ୍ କରିଥିଲେ। ଟି-୨୦ କ୍ରିକେଟରେ ସେ ଏକ ଶତକ ସହିତ ୧୬୦୫ ରନ୍ କରିଥିଲେ। ଟେଷ୍ଟ ମ୍ୟାଚରେ ତାଙ୍କର ପ୍ରଦର୍ଶନ ଭଲ ନଥିଲା ଓ ୧୮ ଟେଷ୍ଟ ମ୍ୟାଚରେ ସେ କେବଳ ୭୮୬ ରନ୍ କରିଥିଲେ।


Share It

Comments are closed.