ମୟୂର ପରକୁ ଏଭଳି କରନ୍ତୁ ବ୍ୟବହାର, ଯାହା ଆପଣଙ୍କ ଭାଗ୍ୟ ବଦଳାଇଦେବ


ମୟୂର ପରରେ ସମସ୍ତ ଦେବାଦେବୀ ଏବଂ ନବଗ୍ରହଙ୍କ ବାସ ରହିଥାଏ | ପ୍ରତ୍ୟେକ ଧର୍ମରେ ମୟୂର ପର ବ୍ୟବହୃତ ହୁଏ | ମୟୂର ପର ଅନେକ ଦେବତାଙ୍କର ପ୍ରିୟ ଅଳଙ୍କାର | ଭଗବାନ କୃଷ୍ଣ, ମାତା ସରସ୍ୱତୀ, ମାତା ଲକ୍ଷ୍ମୀ, ଇନ୍ଦ୍ରଦେବ, ଭଗବାନ ଶିବଙ୍କ ପୁତ୍ର କାର୍ତ୍ତିକେୟ ଏବଂ ଶ୍ରୀଗନଣଶ, ସମସ୍ତେ କୌଣସି ନା କୌଣସି ମୟୂରର ପରକୁ ଭଲ ପାଆନ୍ତି | ତେଣୁ, ଏହି ମୟୂର ପର ଜୀବନର ଦିଗ ଏବଂ ଅବସ୍ଥା ପରିବର୍ତ୍ତନ କରିବାରେ ସହାୟକ ହୁଏ |

ଯଦି ଆପଣ ଆର୍ଥିକ ସମସ୍ୟା ସହ ସଂଘର୍ଷ କରୁଛନ୍ତି, ତେବେ ଆପଣ ନିଜ ଅଫିସ୍ କିମ୍ବା ଲକରରେ ଦକ୍ଷିଣ-ପୂର୍ବ ଦିଗରେ ମୟୂର ପର ରଖିବା ଉଚିତ୍ | ଆପଣ ଏଥିରୁ ବହୁତ ଉପକୃତ ହେବେ | ଆପଣଙ୍କର କଦାପି ଟଙ୍କାର ଅଭାବ ରହିବ ନାହିଁ ଏବଂ ଅଟକି ରହିଥିବା ଟଙ୍କାକୁ ମଧ୍ୟ ସହଜରେ ପାଇପାରିବେ |ଶୋଇବା ଘରର ପୂର୍ବ କିମ୍ବା ଦକ୍ଷିଣ ପୂର୍ବ ଦିଗରେ ମୟୂର ପର ରଖିବା ଦ୍ବାରା ସମସ୍ତ ଅଟକିରହିଥିବା କାର୍ଯ୍ୟ ପୁରା ହୋଇଥାଏ |

ପିଲାମାନଙ୍କର ପାଠପଢ଼ାରେ ମନ ଲାଗୁନଥିଲେ, ସେମାନେ ମୟୂର ପରକୁ କୋଠରୀ କିମ୍ବା ବହି ଭିତରେରେ ରଖନ୍ତୁ | ଏହା କରିବା ଦ୍ବାରା ଏକାଗ୍ରତା ବଢ଼ିଥାଏ ଏବଂ ପାଠପଢ଼ାରେ ମନ ଲାଗିଥାଏ |ମୁଖ୍ୟ ଫାଟକରେ ଗଣେଶଙ୍କ ମୂର୍ତ୍ତି ସହିତ ମୟୂରର ପର ଲଗାଇବା ଦ୍ବାରା ଘରୁ ସମସ୍ତ ପ୍ରକାରର ବାସ୍ତୁ ଦୋଷ ଦୂର ହୋଇଥାଏ । ଘରେ କୌଣସି ପ୍ରକାରର ନକରାତ୍ମକ ଶକ୍ତିର ବାସ ରହିନଥାଏ । ଯଦି ଆପଣଙ୍କ ଘରେ ମୟୂର ପର ଅଛି ତେବେ କୌଣସି ଖରାପ ଶକ୍ତି ଘରେ ପ୍ରବେଶ କରିପାରିବ ନାହିଁ | ଏହା ଆପଣଙ୍କ ଘରେ ସକରାତ୍ମକ ଶକ୍ତି ବଜାୟ ରଖେ |


Share It

Comments are closed.