ଏସିଆର ସବୁଠାରୁ ବିଶାଳ ବସ୍ତି ଧାରାବିରେ ଅଣାୟତ୍ତ ହୋଇପାରେ ସଂକ୍ରମଣ


ଏସିଆର ସବୁଠାରୁ ବଡ଼ ବସ୍ତି ଭାବେ ଜଣାଶୁଣା ଝୋପଡ଼ପଟ୍ଟୀ, ଧାରାବିରେ କରୋନା ଭାଇରସରେ ସଂଙ୍କ୍ରମିତ ବ୍ୟକ୍ତିଙ୍କର ମୃତ୍ୟୁ ହେବାଦ୍ୱାରା ପୁରା ବସ୍ତିରେ ଭୟର ବାତାବରଣ ଖେଳି ଯାଇଛି । ଏଠାରୁ କରାନା ଭାଇରସ ଉପରେ ଅନ୍ୟ ଏକ ମାମଲା ସାମ୍ନାକୁ ଆସିଛି । ଜଣେ ୩୫ ବର୍ଷୀୟ ଡାକ୍ତରଙ୍କ ଠାରେ କରୋନା ଭାଇରସ ପଜିଟିଭ ଆସିଛି । ତାଙ୍କ ପରିବାରକୁ କ୍ୱାରେଣ୍ଟାଇନ କରିଦିଆଯାଇଛି , ଆଜି ଏମାନଙ୍କର ଟେଷ୍ଟ କରାଯିବ । ଧାରାବିରେ ଯେଉଁ ବିଲ୍ଡିଙ୍ଗରେ ରୋଗୀ ଜଣଙ୍କ ରହୁଥିଲେ ତାକୁ ବିଏମସି ପକ୍ଷରୁ ସିଲ କରିଦିଆଯାଇଛି ।
ଏହା ପୂର୍ବରୁ ଜଣେ ୫୨ ବର୍ଷୀୟ ସଫେଇ କର୍ମଚାରୀ କରୋନା ପଜିିଟିଭି ମିଳିଥିଲେ । ସେ ନିଜ ପରିବାର ସହିତ ବରଲୀରେ ରୁହନ୍ତି । କିନ୍ତୁ ବସ୍ତିକୁ ସାନିଟାଇଜ କରିବା ପାଇଁ ଆସୁଥିଲେ । ତାଙ୍କର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି , ବ୍ୟକ୍ତିଙ୍କ ସଂଷ୍ପର୍ଶରେ ଆସିଥିବା ୨୩ ଲୋକଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଛି ।
ବସ୍ତିରୁ କରୋନା ସଂକ୍ରମିତଙ୍କ ବାହାରିବା ପରେ ବସ୍ତିକୁ ଗୁରୁବାର ସକାଳ ହିଁ ପୁରା ଅଞ୍ଚଳକୁ ଯୁଦ୍ଧକାଳୀନ ଭିତ୍ତିରେ ସାନିଟାଇଜ କରିବା ଆରମ୍ଭ କରିଦିଆଯାଇଛି । ବାଲିଗା ନଗରରେ ୩୦୦ ଫ୍ଲାଟ ଓ ୯୦ ଦୋକାନକୁ ସିଲ କରିଦିଆଯାଇଛି । ଲୋକମାନଙ୍କ ପାଇଁ ଅତ୍ୟାବଶ୍ୟକ ସାମଗ୍ରୀ ଉପଲବ୍ଦ କରାଇବା ନିମନ୍ତେ କର୍ମଚାରୀମାନଙ୍କୁ କାର୍ଯ୍ୟରେ ନିୟୋଜିତ କରାଯାଇଛି ।
ନଅ ଲକ୍ଷ ଲୋକଙ୍କର ଯାଞ୍ଚ:
ଧାରାବିରେ ଗତ ସପ୍ତାହରେ ୨ଲକ୍ଷ ଲୋକଙ୍କର ସର୍ଭେ କରାଯାଇଥିଲା ଏବଂ ୯ ଲକ୍ଷ ଲୋକଙ୍କର ମେଡିକାଲ ହିଷ୍ଟ୍ରିର ଯାଞ୍ଚ କରାଯାଇଥିଲା । ୯୦ ଲୋକଙ୍କ ନମୁନା ଯାଞ୍ଚ ପାଇଁ ପଠାଯାଇଥିଲା । ସଭିଙ୍କର ରିପୋର୍ଟ ନେଗେଟିଭ ଆସିଥିଲା ।
ବ୍ରିଟଶ ଯୁଗରୁ ସ୍ଥାପିତ ହୋଇଥିଲା ଏହି ବସ୍ତି
ଧାରାବି ୧୮୮୪ରେ ବ୍ରିଟିଶଙ୍କ ସମୟରେ ଅବସ୍ଥାପିତ ହୋଇଥିଲା । ଏହି ବସ୍‌ତିରେ ଫ୍ୟାକ୍ଟରୀ ଏବଂ ଅନ୍ୟ ସ୍ଥାନଗୁଡ଼ିକରେ କାର୍ଯ୍ୟ କରୁଥିବା ଶ୍ରମିକମାନେ ବାସ କରୁଥିଲେ । ଏଠାରେ ବାହାରୁ ଆସୁଥିବା ଲୋକମାନଙ୍କୁ ସହଜରେ କୁଡ଼ିଆରେ ଆଶ୍ରୟ ନିଳିଯାଇଥାଏ । ତେଣୁ ଏଠାରେ ଲୋକମାନେ ଅଧିକ ସଂଖ୍ୟାରେ ରହିଥାନ୍ତି ।
ପାଖାପାଖି ୨୫୦ ଏକର ପର୍ଯ୍ୟନ୍ତ ପରିବ୍ୟାପ୍ତ ଧାରାବିରେ ୧୦ ଲକ୍ଷରୁ ଅଧିକ ଲୋକ ବାସ କରନ୍ତି । ଧାରାବିରେ ଲୋକାରଣ୍ୟ ହେବା କାରଣରୁ ଏଠାରେ ପୂର୍ବରୁ ମହାମାରୀ ବ୍ୟାପିବାର ଇତିହାସ ରହିଛି । ୧୮୯୬ରେ ଯେତେବେଳେ ପ୍ଲେଗର କାୟା ଦେଶ ଓ ବିଦେଶରେ ବିସ୍ତାର ହୋଇଥିଲା ସେତେବେଳେ ଏହା ଧାରାବି ସମେତ ମୁମ୍ବାଇର ଅର୍ଦ୍ଧେକ ଜନସଂଖ୍ୟାକୁ କବଳିତ କରିନେଇଥିଲା ।


Share It

Comments are closed.