ଡବ୍ଲୁଏଚଓରେ ବଢ଼ିଲା ଭାରତର ସମ୍ମାନ, ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ହେବେ ଏହାର କାର୍ଯ୍ୟକାରୀ ବୋର୍ଡର ଅଧ୍ୟକ୍ଷ

Share It

କୋଭିଡ-୧୯ ବିରୁଦ୍ଧରେ ଭାରତର ଲଢ଼େଇରେ ଆଗରେ ଠିଆହୋଇଥିବା କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ ବହୁତ ଜଲଦି ବିଶ୍ୱ ସ୍ତରୀୟ ମଂଚରେ ଭାରତର ପ୍ରତିନିଧିତ୍ୱ କରିବା ପାଇଁ ପ୍ରସ୍ତୁତ ହେଉଛନ୍ତି । ଆସନ୍ତା ମେ ୨୨ ରେ ଡାକ୍ତର ଡର୍ଷବର୍ଦ୍ଧନ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର କାର୍ଯ୍ୟକାରୀ ବୋର୍ଡର ଅଧ୍ୟକ୍ଷ ପଦ ସମ୍ଭାଳିବେ । ଡାକ୍ତର ହର୍ଷବର୍ଦ୍ଧନ ଜାପାନର ଡାକ୍ତର ହିରୋକି ନାକାତାନୀଙ୍କର ସ୍ଥାନ ନେବେ, ଯେକି ଏବେ ୩୪ ସଦସ୍ୱୀୟ ବୋର୍ଡର ଅଧ୍ୟକ୍ଷ ଅଛନ୍ତି । ଏହି ବିଶ୍ୱ ସ୍ତରୀୟ ମଂଚରେ ଭାରତର ପ୍ରତିନିଧିତ୍ୱ ପ୍ରସ୍ତାବ ଉପରେ ମଙ୍ଗଳବାର ଦିନ ବିଶ୍ୱ ସ୍ୱାସ୍ଥ୍ୟ ସଭାର ୧୯୪ ଦେଶ ହସ୍ତାକ୍ଷର କରିଛନ୍ତି ।
ଗତବର୍ଷ ଦକ୍ଷିଣ ପୂର୍ବ ଏସିଆ ଗ୍ରୁପ ଏହି ନିଷ୍ପତି କରିନେଇଥିଲା ଯେ ଏହିଥର ବୋର୍ଡ ଅଧ୍ୟକ୍ଷଙ୍କର ଚୟନ ଭାରତରୁ ହିଁହେବ । ଅଧିକାରୀଙ୍କ ମତରେ ହର୍ଷବର୍ଦ୍ଧନ ମେ ୨୨ ତାରିଖରେ ଏହି ପଦ ସମ୍ଭାଳିବେ । ଏହି ପଦ ପ୍ରତ୍ୟେକ ବର୍ଷ ବଦଳିଚାଲିଥାଏ । ସୂଚନା ଅନୁଯାୟୀ ଏହା ପୂର୍ବକାଳୀନ ଦାୟୀତ୍ୱ ନୁହେଁ ଏବଂ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ କେବଳ ବୈଠକରେ ସାମିଲ ହେବାକୁ ପଡ଼ିବ ।
ବୋର୍ଡର ବୈଠକ ବର୍ଷେର ଦୁଇଥର ହୋଇଥାଏ ଏବଂ ମୁଖ୍ୟ ବୈଠକ ସାଧାରଣ ଭାବେ ଜାନୁଆରୀରେ ହୋଇଥାଏ । ଯେବେକି ଦ୍ୱିତୀୟ ବୈଠକ ମେରେ ହୋଇଥାଏ । କାର୍ଯ୍ୟକାର ବୋର୍ଡର ମୁଖ୍ୟ କାର୍ଯ୍ୟ, ସ୍ୱାସ୍ଥ୍ୟ ସଭାର ନିଷ୍ପତି ଏବଂ ପଲିସି ପ୍ରସ୍ତୁତ କରିବା ପାଇଁ ଉଚିତ ପରାମର୍ଶ ଦେବା ହୋଇଥାଏ । ଏହି ନିଷ୍ପତି ଏଭଳି ସମୟରେ ଆସିଛି ଯେତେବେଳେ ଆମେରିକା ତରଫରୁ କରୋନା ଭାଇରସକୁ ନେଇ ଡବ୍ଲୁଏଚଓ ଉପରେ ଚୀନ ସହ ଜଡ଼ିତ ଥିବାର ଆରୋପ ଲଗାଯାଇଛି ।
ବୈଷୟିକ ଦୃଷ୍ଟିରୁ ସ୍ୱାସ୍ଥ୍ୟ କ୍ଷେତ୍ରରେ ଶ୍ରେଷ୍ଠ ୩୪ଟି ଦେଶଙ୍କୁ କେବଳ କାର୍ଯ୍ୟକାରୀ ବୋର୍ଡର ସଦସ୍ୟ କରାଯାଇଥାଏ । କିନ୍ତୁ ପ୍ରଥମଥର ଏଥିରେ ଏଭଳି ଦେଶକୁ ସାମିଲ କରାଯାଇଛି ଯେଉଁମାନେ ଏଥିରେ ବହୁତ ପଛରେ ରହିଛନ୍ତି । ଭାରତ ବ୍ୟତୀତ ବୋର୍ଡର ସଦସ୍ୟଙ୍କ ରୂପରେ ବୋଟସୱାନା, କଳମ୍ବିଆ, ଘାନା, ଗିନି-ବିସାଉ, ମେଡାଗାସ୍କର,ଓମାନ, ରିପବ୍ଲିକ ଅଫ କୋରିଆ, ରୂଷ ଏବଂ ବ୍ରିଟେନକୁ ସ୍ଥାନ ମିଳିଛି ।


Share It

Comments are closed.