ଦେଶରେ ୧ ଲକ୍ଷ ଟପିଲା କରୋନା ମୃତ୍ୟୁ ସଂଖ୍ୟା


ଦେଶରେ ହୁ ହୁ ହୋଇ ବଢୁଛି କରୋନା ମୃତକଙ୍କ ସଂଖ୍ୟା । ପ୍ରତିଦିନ କରୋନା ମୃତ୍ୟୁର ଗ୍ରାଫ୍ ଉପରମୁହାଁ ହେବାରେ ଲାଗିଛି । ଆଜି ଦେଶରେ କରୋନା ମୃତକଙ୍କ ସଂଖ୍ୟା ଏକ ଲକ୍ଷ ପାର ହୋଇଛି । ସେହିଭଳି ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୬୪ ଲକ୍ଷ ପାର୍ କରିଛି । କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି । ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା ମୁତାବକ ଗତ ୨୪ ଘଣ୍ଟାରେ ୭୯ ହଜାର ୪ ଶହ ୭୬ ନୂଆ ମାମଲା ସାମ୍ନାକୁ ଆସିଛି । ସେହିଭଳି ଭୂତାଣୁରେ ଆକ୍ରାନ୍ତ ହୋଇ ୧୦୬୯ ଜଣଙ୍କ ମୃତ୍ୟୁ ହୋଇଛି । ଏବେ ପର୍ଯ୍ୟନ୍ତ ଦେଶରେ ୬୪ ଲକ୍ଷ ୭୩ ହଜାର ୫୪୫ ଜଣ ଲୋକ ଭୂତାଣୁରେ ଆକ୍ରାନ୍ତ ହୋଇଛନ୍ତି । ବର୍ତ୍ତମାନ ଦେଶରେ ସକ୍ରିୟ ମାମଲା ସଂଖ୍ୟା ୯ ଲକ୍ଷ ୪୪ ହଜାର ୯୯୬ ରହିଛି । ସେହିଭଳି ୫୪ ଲକ୍ଷ ୨୭ ହଜାର ୭୦୭ ଜଣ ଲୋକ କରୋନାରୁ ସୁସ୍ଥ ହୋଇ ହସପିଟାଲରୁ ଘରକୁ ଫେରିଛନ୍ତି । ତେବେ ଆଜିର ରିପୋର୍ଟ ଅନୁସାରେ ବର୍ତମାନ ସୁଦ୍ଧା ଦେଶରେ ୧ ଲକ୍ଷ ୮୪୨ ଜଣଙ୍କ କରୋନା ମୃତ୍ୟୁ ହୋଇଛି । ମୃତକଙ୍କ ସଂଖ୍ୟାରେ ଏକ ଲକ୍ଷ ପାର କରିଥିବା ଦେଶ ଅନୁସାରେ ଭାରତ ବିଶ୍ୱରେ ତୃତୀୟ ଦେଶ ହୋଇଛି । ଭାରତ ଆଗରେ ଆମେରିକା ଓ ବ୍ରାଜିଲ ରହିଛି ।


Share It

Comments are closed.