ହାଥରସ ଗଣଦୁଷ୍କର୍ମ ମାମଲା, ଏବେ ଗଣମାଧ୍ୟମକୁ ମିଳିଲା ପୀଡିତାଙ୍କ ଗାଁକୁ ପ୍ରବେଶ କରିବାର ଅନୁମତି


ହାଥରସ ଗଣଦୁଷ୍କର୍ମ ପୀଡ଼ିତାଙ୍କ ମୃତ୍ୟୁ ପରେ ରାଜନୈତିକ ହଟ୍ଟଗୋଳ ଜାରି ରହିଛି। ଏହାରି ଭିତରେ ପ୍ରଶାସନ ପୀଡ଼ିତାଙ୍କ ଗାଁକୁ ପୂରା ସିଲ୍ କରି ୧୪୪ ଧାରା ଲାଗୁ କଲା। ଏହା ସହ ସମସ୍ତଙ୍କୁ ଗାଁକୁ ଭିତରକୁ ଯିବା ଆସିବାରେ କଟକଣା ଲାଗୁ କରାଗଲା। ଅନେକ ଦାବି ପରେ ଏବେ ପ୍ରଶାସନ ପୀଡ଼ିତା ପରିବାର ସହ କଥା ହେବା ପାଇଁ ଗଣମାଧ୍ୟମକୁ ଅନୁମତି ଦେଇଛି। ତେବେ ଗାଁ ଭିତରକୁ ରାଜନୈତିକ ଦଳ ମାନଙ୍କ ପାଇଁ କଟକଣା ପୂର୍ବପରି ବଳବତ୍ତର ରହିଛି।

ଏସଡିଏମ ପ୍ରେମ ପ୍ରକାଶ କହିଛନ୍ତି ଗାଁରେ ଏସଆଇଟି ତଦନ୍ତ ପୂରା ହୋଇଛି। ଏ ପାଇଁ ଗଣମାଧ୍ୟମ ଉପରୁ କଟକଣା ଉଠିଛି। ଅବଶ୍ୟ ଗାଁରେ ୧୪୪ ଧାରା ଜାରି ଥିବାରୁ ୫ରୁ ଅଧିକ ଗଣମାଧ୍ୟମ ପ୍ରତିନିଧିଙ୍କୁ ଏକତ୍ରିତ ହେବାର ଅନୁମତି ନାହିଁ। ଏବେ ସ୍ପଷ୍ଟ କରାଯାଇଛି ଗାଁକୁ କେବଳ ଏବେ ମିଡିଆକୁ ଅନୁମତି ମିଳିବ। ଯେବେ ରାଜନୈତିକ ଦଳକୁ ପ୍ରବେଶ ଅନୁମତି ଆଦେଶ ମିଳିବ ସେବେ ଦିଆଯିବ।

କିଛି ନ୍ୟୁଜ ଚାନେଲ ସହ କଥା ହେବେ ବେଳେ ପୀଡ଼ିତ ପରିବାରର ସଦସ୍ୟ କହିଛନ୍ତି ଯେତେବେଳେ ସେମାନେ ମିଡିଆ ସହ କଥା ହୁଅନ୍ତି ଡିଏମ ଜାଣିପାରନ୍ତି। ଏହା ସହ ସୋମନଙ୍କର ଅଭିଯୋଗ ଥିଲା ପରିବାର ସଦସ୍ୟଙ୍କ ଫୋନ ଛଡେଇ ନିଆଯାଇଛି ଓ ଜବରଦସ୍ତି ଘରେ ସେମାନଙ୍କୁ ବନ୍ଦ କରି ରଖାଯାଇଛି। ତେବେ ଏ ଅଭିଯୋଗ ଭିତ୍ତି ହୀନ ବୋଲି କହିଛନ୍ତି ଏସଡିଏମ।

ଉଲ୍ଲେଖନୀୟ ଯେ ହାଥରସ ଜିଲ୍ଲାରେ ସେପ୍ଟେମ୍ବର ୧୪ ତାରିଖରେ ୧୯ ବର୍ଷୀୟା ଦଳିତ ଝିଅକୁ ଗଣଦୁଷ୍କର୍ମ କରାଯାଇ ଥିଲା। ଝିଅର ମେରୁଦଣ୍ଡରେ ଆଘାତ ଲାଗିଛି । ଏହା ସହ ଜିଭ କାଟିଦେଇ ଥିବାରୁ ତାଙ୍କୁ ଜବାହାରଲାଲ ନେହରୁ ମେଡିକାଲ କଲେଜରେ ଭର୍ତି କରାଯାଇ ଥିଲା। ମାତ୍ର ସେଠାରେ ଜୀବନ ସହ ଲଢ଼ି ମଙ୍ଗଳବାର ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ।


Share It

Comments are closed.