ଜର୍ମାନୀକୁ ୫-୪ ଗୋଲରେ ହରାଇ ବ୍ରୋଞ୍ଚ ପଦକ ଜିତିଲା ଭାରତ


ଅଲମ୍ପିକ୍ସ ହକି ଭାରତ ଜର୍ମାନୀକୁ ୫-୪ ଗୋଲରେ ହରାଇ ଜିତିଲା ବ୍ରୋଞ୍ଚ ପଦକ ,ଦୀର୍ଘ ୪୦ ବର୍ଷର ପ୍ରତୀକ୍ଷା ପରେ ଭାରତ ହକିରେ ଜିତିଲା କାଂସ୍ୟ ପଦକ ଜର୍ମାନୀକୁ ୫-୪ ଗୋଲରେ ହରାଇଲା ।

ଦୀର୍ଘ ୪୦ ବର୍ଷ ପରେ ଅଲିମ୍ପିକ୍ସରେ ଭାରତ ହକିରେ ପଦକ ଜିତିଛି ଟୋକିଓ ଅଲିମ୍ପିକରେ ଜର୍ମାନୀକୁ ୫-୪ ଗୋଲରେ ପରାସ୍ତ କରିଛି । ପୁରୁଷ ହକିଦଳ ଦେଶ ପାଇଁ ଗୌରବ ଆଣିଛି । ଏହି ମ୍ୟାଚ ବେଶ୍‌ ସଂଘର୍ଷପୂର୍ଣ୍ଣ ଥିଲା । ଶେଷରେ ଭାରତୀୟ ହକିଦଳ ବିଜୟ ଲାଭ କରି ବ୍ରୋଞ୍ଚ ପଦକ ଜିତିଛନ୍ତି ।

ଅଲିମ୍ପିକରେ ଇତିହାସ ରଚିଛି ଭାରତ । ଦୀର୍ଘ ୪୧ ବର୍ଷ ପରେ ଅଲିମ୍ପିକରେ ପଦକ ପାଇଛି ଟିମ୍ ଇଣ୍ଡିଆ । ଶକ୍ତିଶାଳୀ ଜର୍ମାନୀକୁ ୫-୪ ଗୋଲରେ ହରାଇ ଭାରତୀୟ ହକି ଦଳ ପଦକ ବିଜୟୀ ହୋଇଛି ।

ଏହି ହାଇଭୋଲଟେଜ୍ ମୁକାବିଲାରେ ଟିମ୍ ଇଣ୍ଡିଆ ସେତେଟା ଭଲ ଆରମ୍ଭ କରିନଥିଲା । କିନ୍ତୁ ଲଗାତର ଭାବେ ଗୋଲ କରି ପ୍ରତ୍ୟାବର୍ତ୍ତନ କରିଥିଲା । ଏହାପରେ କିନ୍ତୁ ଜର୍ମାନୀ ଆଉ ୨ଟି ଗୋଲ୍ କରି ଭାରତ ଉପରେ ଚାପ ପକାଇଥିଲା । କିନ୍ତୁ ଭାରତ ୨ ମିନିଟରେ ୫-୩ରେ ଆଗୁଆ ରହିଥିଲା ।

ଜର୍ମାନୀ ତରଫରୁ ପ୍ରଥମ ମିନିଟରେ ଟିମୁର ଓରଜୁ ଗୋଲ୍ କରିଥିଲେ । ଫଳରେ ଦଳ ୧-୦ରେ ଭାରତ ଉପରେ ଭାରି ପଡିଥିଲା । ଏହାପରେ ଭାରତ ଭଲ କାଉଣ୍ଟର କରିଥିଲା । ହେଲେ ପେନାଲ୍ଟି କର୍ଣ୍ଣର ପାଇ ସୁଦ୍ଧା ରୁପିନ୍ଦର ପାଲ ସିଂ ଗୋଲ୍ କରିବାରେ ବିଫଳ ହୋଇଥିଲେ । ପ୍ରଥମ କ୍ୱାର୍ଟର ଶେଷ ହେବା ଠିକ୍ ପୂର୍ବରୁ ଜର୍ମାନୀ ଉପରେ ଭାରତ ଭାରି ପଡିଥିଲା । ତେବେ ଶେଷ କ୍ୱାର୍ଟରରେ ଜର୍ମାନୀ ଆଉ ଏକ ଗୋଲ ଦେଇ ୪-୫କୁ ଆଣିଥିଲା ।ଏହାପରେ ବି ଦଳକୁ ପେନାଲ୍ଟି ମିଳିଥିବା ବେଳେ ଫାଇଦା ଉଠାଇପାରିନଥିଲା ।

ଉଭୟ ଦଳ ମଧ୍ୟରେ କଡା ଟକ୍କର ହୋଇଥିଲେ ବି ଭାରତ ୫-୪ରେ ଆଗୁଆ ରହି ମ୍ୟାଚ୍ ଜିତିନେଇଥିଲା । ମ୍ୟାଚ୍ ଜିତିବା ପରେ ଭାରତକୁ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ମିଳିଛି ।


Share It

Comments are closed.