ଧବଳେଶ୍ୱର ପୀଠର ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ଯୋଗାଣ ମନ୍ତ୍ରୀ ଶ୍ରୀ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ


ପ୍ରସିଦ୍ଧ ଶୈବପୀଠ ଧବଳେଶ୍ୱରର ସର୍ବାଙ୍ଗୀନ ଉନ୍ନତି ଓ ଭକ୍ତମାନଙ୍କର ଦର୍ଶନର ସୁବିଧା ନିମନ୍ତେ ଭିତ୍ତିଭୂମିର ବିକାଶ ପ୍ରକ୍ରିୟାକୁ ତ୍ୱାରନ୍ୱିତ କରାଯାଉଛି ବୋଲି ଖାଦ୍ୟ ଯୋଗାଣ ଓ ଖ।।ଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି । ଆଜି ଲୋକସେବା ଭବନଠାରେ ଆୟୋଜିତ ଏକ ଉତ୍ତସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରି ମନ୍ତ୍ରୀ ଶ୍ରୀ ସ୍ୱାଇଁ ଧବଳେଶ୍ୱର ପୀଠରେ କରାଯାଉଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଅଗ୍ରଗତି ସଂପର୍କରେ ସମୀକ୍ଷା କରିବା ସହିତ ଚାଲୁ ରହିଥିବା ବିଭିନ୍ନ କାର୍ଯ୍ୟକୁ ଧାର୍ଯ୍ୟ ସମୟ ମଧ୍ୟରେ ଶେଷ କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ।
ମହାନଦୀ ଭିତରେ ଥିବା ଥିବା ଧବଳେଶ୍ୱର ପୀଠର ଚତୁଃପାଶ୍ୱର୍ର ପଥର ପ୍ୟାକିଂ କରାଯିବା ସହିତ ପିଠକୁ ସଂଯୋଗ ନିମନ୍ତେ ରୋପୱେ ଏବଂ ଅନ୍ୟ ଏକ ନୂତନ ପୋଲ ନର୍ମାଣ ସଂପର୍କରେ ବୈଠକରେ ଆଲୋଚନା ହୋଇଥିଲା । ଏଥି ସହିତ ପୀଠରେ ବ୍ୟାପକ ବନୀକରଣ କରାଯାଇ ଏହାର ସବୁଜିମା ଓ ପାରିପାଶ୍ୱିର୍କ ସୌନ୍ଦଯ୍ୟକରଣ ବୃଦ୍ଧି କରିବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ ।
ଧବଳେଶ୍ୱର ପୀଠ ଅନ୍ୟତ୍ତମ ଶୈବ ପୀଠ ଭାବେ ପ୍ରସିଦ୍ଧି ଲାଭ କରିଥିବାବେଳେ ଯାନିଯାତରା ସମେତ ବର୍ଷର ସବୁ ସମୟରେ ଦର୍ଶନାର୍ଥୀଙ୍କ ପ୍ରବଳ ସମାଗମ ହୋଇଥାଏ । ଏଥି ସହିତ ଦୃଷ୍ଟିକୋଣରୁ ମଧ୍ୟ ଧବଳେଶ୍ୱର ପୀଠର ଗୁରୁତ୍ୱ ରହିଛି । ତେଣୁ ପୀଠରେ ପର୍ଯ୍ୟଟନର ଭିତ୍ତିଭୂମି ନିର୍ମାଣ ସହିତ ସର୍ବାଙ୍ଗୀନ ଉନ୍ନତି ଦିଗରେ ପଦକ୍ଷେପ ନିଆଯାଇଛି । ଏହା ଦ୍ୱାରା ଅଧିକରୁ ଅଧିକ ଭକ୍ତ ଓ ପର୍ଯ୍ୟଟକ ଆକୃଷ୍ଟ ହୋଇପାରିବେ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଥିଲେ ।
ବୈଠକରେ ମହାନଦୀ-କାଠଯୋଡି ସିଷ୍ଟମର ମୁଖ୍ୟଯନ୍ତ୍ରୀ ଶ୍ରୀ ଭକ୍ତଚରଣ ମହାନ୍ତି, କଟକ ଜିଲ୍ଲା ଗ୍ରାମ୍ୟ ଉନ୍ନୟର ସଂସ୍ଥାର ପ୍ରକଳ୍ପ ନର୍ଦ୍ଦେଶକ ଶ୍ରୀ ଅମ୍ବର କୁମାର କର, ପର୍ଯ୍ୟଟନ ବିଭାଗର ଅତିରିକ୍ତ ଶାସନ ସଚିବ ଶ୍ରୀ ଦୁର୍ଗାପ୍ରସାଦ ମହାପାତ୍ର, ଅଧୀକ୍ଷଣ ଯନ୍ତ୍ରୀ ଶ୍ରୀ ଅମରେନ୍ଦ୍ର ମହାନ୍ତି , ଆଠଗଡ ଉପଜିଲ୍ଲାପାଳ ଅଜାମ୍ବର ମହାନ୍ତି ଏବଂ ଉଦ୍ୟାନକୃଷି ବିଭାଗ ଉପନିର୍ଦ୍ଦେଶକ ଶ୍ରୀ ସୁଧାକର ସାହୁ ପ୍ରମୁଖ ଯୋଗ ଦେଇଥିଲେ ।


Share It

Comments are closed.