ବିରାଟଙ୍କ ଏହି ଭୁଲ ଯୋଗୁଁ ମ୍ୟାଚଟି କାଲି ଟାଇ ମୋଡକୁ ଚାଲିଯାଇଥିଲା


କ୍ରିକେଟ ପଡିଆରେ ବିରାଟ କୋହଲି ବ୍ୟାଟିଙ୍ଗ ଏବଂ ଅଧିନାୟକତ୍ୱ ରୂପରେ କିନଚିତ ବା କିଛି ଭୁଲ କରିଥାନ୍ତି କିନ୍ତୁ ଗତ କାଲି ବିଶାଖାପଟଣାରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ମ୍ୟାଚ ଖେଳୁଥିବାବେଳେ ତାଙ୍କ ଦ୍ୱାରା ଏକ ଆଶ୍ଚର୍ଯ୍ୟଜନକ ଭୁଲ ହୋଇଯାଇଥିଲା । ବିରାଟ କୋହଲି ଦ୍ୱିତୀୟ ଦିନକିଆରେ ଏଭଳି ଏକ ଭୁଲ କରିଥିଲେ, ଯାହାକି ଆନ୍ତର୍ଜାତିକ କ୍ରିକେଟ ବେଶ କମ ଦେଖିବାକୁ ମିଳିଥାଏ ।
ପ୍ରକାଶ ଥାଉକି, ବିରାଟ କୋହଲି ୱେଷ୍ଟଇଣ୍ଡିଜ ବିପକ୍ଷରେ ମ୍ୟାଚ ଖେଳୁଥିବା ସମୟରେ ସର୍ଟ ରନ ପାଇଁ ଚେଷ୍ଟା କରୁଥିଲେ । ୧୧ତମ ଓଭରେ ବିରାଟ ଶୀଘ୍ର ୨ ରନ ଚୋରି କରିବା ଆଶାରେ ୧ ରନ ସର୍ଟ ନେଇଥିଲେ । ବିରାଟଙ୍କ ଏହି ଭୁଲକୁ ଓମ୍ପେୟାର ଧରି ନେଲେ ଏବଂ ତାଙ୍କର ୧ ରନ କାଟି ଦେଲେ ।
ତାଙ୍କର ଏହି ଭୁଲ ଯୋଗୁଁ ସେ ବହୁତ ଦୁଃଖ ଅନୁଭବ କରିବା ସହ ନିଜର ଏହି ଭୁଲ ଯୋଗୁଁ ନିଜକୁ ଖୁବ ଗାଳି ମଧ୍ୟ କରିଥିଲେ । ବିରାଟ ଓି୍ୱକେଟ ମଝିରେ ରନ ସଂଗ୍ରହ କରିବା ଦିଗରେ ଖୁବ ଜୋରସେ ଦଉଡିଥାନ୍ତି କିନ୍ତୁ ଏହି ମଧ୍ୟରେ ସେ ଅଜାଣତରେ ଏକ ଭୁଲ ମଧ୍ୟ କରିବସିଥିଲେ । ଯଦି ବିରାଟ ଏହି ଭୁଲ କରିନଥାନ୍ତେ, ତେବେ ହୁଏତ ଭାରତ କାଲି ମ୍ୟାଚ ଜିତିବାରେ ସଫଳ ହୋଇଥାନ୍ତା ।
ପ୍ରକାଶ ଥାଉକି, ଗତ କାଲି ଖେଳାଯାଇଥିବା ଏହି ମ୍ୟାଚଟି ଟାଇ ହୋଇଯାଇଥିଲା । ଶେଷ ବଲରେ ୱେଷ୍ଟଇଣ୍ଡିଜ ପାଇଁ ୫ ରନ ଆବଶ୍ୟକ ରହିଥିବାବେଳେ ହୋପ ଶେଷ ବଲରେ ଚୌକା ମାରି ମ୍ୟାଚଟିକୁ ଟାଇ ଆଡକୁ ନେଇଯାଇଥିଲେ ।
ବିରାଟ ଏହି ମ୍ୟାଚରେ ପ୍ରଥମେ ଟଚ ଜିତି ବ୍ୟାଟିଙ୍ଗ କରିବା ପାଇଁ ନିଷ୍ପତି ନେଇଥିଲେ । ଏହି ମ୍ୟାଚରେ ଦ୍ରୁତ ବୋଲର ଖଲିଲ ଅହମ୍ମଦଙ୍କ ବଦଳରେ କୁଲଦୀପ ଯାଦବଙ୍କୁ ସ୍ଥାନ ଦିଆଯାଇଥିଲା ।


Share It

Comments are closed.