ଭାରତ-ଇଂଲଣ୍ଡ ଟି-୨୦ ସିରିଜ୍‌ରେ ଦର୍ଶକଙ୍କୁ ମିଳିପାରେ ଅନୁମତି


ଭାରତ ଗସ୍ତରେ ଥିବା ଇଲଣ୍ଡ କ୍ରିକେଟ ଦଳ ୪ଟି ଟେଷ୍ଟ ମ୍ୟାଚ ଖେଳିବା ପରେ ଟ୍ବେଣ୍ଟି-୨୦ ସିରିଜ୍‌ ଖେଳିବ। ୫ ମ୍ୟାଚ ବିଶିଷ୍ଟ ଟ୍ୱେଣ୍ଟି-୨୦ ସିରିଜ୍‌ ମାର୍ଚ୍ଚ ୧୨ରୁ ୨୦ ପର୍ୟ୍ୟନ୍ତ ଅହମ୍ମଦାବାଦ୍‌ସ୍ଥିତ ମୋଟେରା ଷ୍ଟାଡ଼ିୟମରେ ଖେଳାଯିବ। ଟ୍ୱେଣ୍ଟି୨୦ ସିରିଜ୍‌ରେ ଷ୍ଟାଡ଼ିୟମକୁ ଦର୍ଶକଙ୍କ ପ୍ରବେଶ ଲାଗି ​‌େଖା ଲିବାକୁ ଚିନ୍ତା କରୁଥିବାବେଳେ ଅନ୍ତିମ ନିଷ୍ପତ୍ତି ରାଜ୍ୟ ସରକାର ନେବେ। ଭାରତ-ଇଲଣ୍ଡ ଟ୍ୱେଣ୍ଟି-୨୦ ସିରିଜ୍‌ ବେଳେ ପ୍ରଶଂସକଙ୍କ ପାଇଁ ଷ୍ଟାଡ଼ିୟମ ଖୋଲିବାକୁ ଚାହୁଁଛୁ। କେତେ ସଂଖ୍ୟାରେ ଟିକଟ ବିକ୍ରି କରାଯିବ ଆମେ ସେ ସମ୍ପର୍କରେ ଏପର୍ୟ୍ୟନ୍ତ ନିଷ୍ପତ୍ତି ନେଇନାହୁଁ। ୫୦ ପ୍ରତିଶତ ଦର୍ଶକଙ୍କୁ ଅନୁମତି ଦେବା ନେଇ ଚିନ୍ତାକରୁଛୁ। ଏ ନେଇ ଚୂଡାନ୍ତ ନିଷ୍ପତ୍ତି ରାଜ୍ୟ ସରକାର ନେବେ। ଦର୍ଶକଙ୍କ ସୁରକ୍ଷା ପ୍ରତି ଆମେ ପ୍ରାଥମିକତା ଦେଉଛୁ ବୋଲି ବିସିସିଆଇ ଅଫିସିଆଲ ପକ୍ଷରୁ କୁହାଯାଇଛି। ଅନ୍ୟପକ୍ଷରେ ତାମିଲନାଡୁ କ୍ରିକେଟ ଆସୋସିଏସନ ପକ୍ଷରୁ ଏମ.ଏ ଚିଦାମ୍ବରମ୍‌ ଷ୍ଟାଡ଼ିୟମରେ ଖେଳାଯିବାକୁ ଥିବା​‌ ପ୍ରଥମ ଦୁଇ ଟେଷ୍ଟ ମ୍ୟାଚ ଲାଗି କୌଣସି ଟିକଟ ନଦେବା ଲାଗି ସଦସ୍ୟଙ୍କୁ ଅବଗତ କରାଯାଇଛି। କାରଣ ମ୍ୟାଚ୍‌ ବିନା ଦର୍ଶକରେ ଖେଳାଯିବାକୁ ନିଷ୍ପତ୍ତି ହୋଇଛି।


Share It

Comments are closed.