ଅନିଲ କପୁରଙ୍କ ମହାନାୟକ ଚଳଚିତ୍ର ଭଳି ଗୋଟିଏ ଦିନ ପାଇଁ ମୁଖ୍ୟମନ୍ତ୍ରୀ ହେବେ ଏହି କଲେଜ ଛାତ୍ରୀ


ଆପଣ ସଭିଏଁ ଅନିଲ କପୁରଙ୍କ ମହାନାୟକ ଚଳଚିତ୍ର ଦେଖିଥିବେ । ଜଣେ ସାଧାରଣ ଜର୍ଣ୍ଣାଲିଷ୍ଟ ଗୋଟିଏ ଦିନ ପାଇଁ ମୁଖ୍ୟମନ୍ତ୍ରୀ ହୋଇ କିଭଳି ପୁରା ସିଷ୍ଟମକୁ ବଦଳାଇ ଦେଇଥିଲେ ଏବଂ ଦୁର୍ନିତିଗ୍ରସ୍ତଙ୍କୁ ସାବାଡ଼ କରିଥିଲେ ତାହା ଏହି ଚଳଚିତ୍ରରେ ଦର୍ଶାଯାଇଥିଲା । କିନ୍ତୁ ତାହା ଥିଲା କାଳ୍ପନିକ ଥିଲା । କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏହି କଳ୍ପନା ବାସ୍ତବ ରୁପ ନେଇଛି ।

ରବିବାର ଭାରତ ଦେଖିବ ଦିନିକିଆ ମୁଖ୍ୟମନ୍ତ୍ରୀ । ୨୪ଘଣ୍ଟା ପାଇଁ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି ହରିଦ୍ୱାରରର ଜଣେ କଲେଜ ପଢ଼ୁଆ ଛାତ୍ରୀ ସୃଷ୍ଟି ଗୋସ୍ବାମୀ । ରବିବାର ମହିଳା ଦିବସ ଅବସରରେ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ଦାୟିତ୍ବ ଗ୍ରହଣ କରିବେ ସୃଷ୍ଟି । ଏନେଇ ଉତ୍ତରଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂହ ରାଓ୍ବତ ସ୍ବୀକୃତି ପ୍ରଦାନ କରିଛନ୍ତି । ହରିଦ୍ବାର ଦୌଲତପୁରର ସୃଷ୍ଟି ଗୋସ୍ବାମୀ ବିଏସଏସ ପିଜି କଲେଜର ବିଏସସି ଏଗ୍ରିକଲଚରର ସପ୍ତମ ସେମିଷ୍ଟାରର ଛାତ୍ରୀ । ୨୦୧୮ ମେ ମାସରେ ଉତ୍ତରାଖଣ୍ଡରେ ଆୟୋଜିତ ହୋଇଥିବା ଶିଶୁ ବିଧାନସଭାରେ ସେ ମୁଖ୍ୟମନ୍ତ୍ରୀ ହୋଇଥିଲେ । ମହିଳା ଦିବସରେ ସୃଷ୍ଟିକୁ ଦିନକ ପାଇଁ ମୁଖ୍ୟମନ୍ତ୍ରୀ ଆସନରେ ବସାଇବାକୁ ଚାହିଁଛନ୍ତି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ।

ମୁଖ୍ୟମନ୍ତ୍ରୀ ହେବା ପରେ ରାଜ୍ୟରେ ହୋଇଥିବା ବିକାଶ କାର୍ଯ୍ୟର ସମୀକ୍ଷା କରିବେ ସୃଷ୍ଟି ଗୋସ୍ବାମୀ । ସିଏମ ସୃଷ୍ଟିଙ୍କ ଏହି ସମୀକ୍ଷା ବୈଠକରେ ବିଭାଗୀୟ ଅଧିକାରୀମାନଙ୍କୁ ୫ମିନିଟ୍ ଲେଖାଏଁ ସମୟ ଦିଆଯିବ । ସେମାନେ ବିଭିନ୍ନ ବିକାଶମୂଳକ କାର୍ଯ୍ୟର ପ୍ରେଜେଣ୍ଟେସନ ଦେବେ । କାର୍ଯ୍ୟକ୍ରମରେ ସମସ୍ତ ଅଫିସର ଉପସ୍ଥିତ ରହିବେ ।.

ସୃଷ୍ଟି ହରିଦ୍ୱାରର ଦୌଲତପୁରରେ ରୁହନ୍ତି । ସେଠାରେ ସେ ବିଏସଏମ ପିଜି କଲେଜରେ ବିଏସସି ଏଗ୍ରିକଲଚରର ସପ୍ପମ ସେମିଷ୍ଟରର ଛାତ୍ରୀ । ସେ ପୂର୍ବରୁ ଅନେକ ଅନ୍ତର୍ଜାତୀୟ ବାଳିକା ଦିବସରେ ଅନେକ କାର୍ଯ୍ୟକ୍ରମରେ ଭାଗ ନେଇ ସାରିଛନ୍ତି । ମେ ୨୦୧୮ରେ ସେ ଉତରାଖଣ୍ଡ ବାଲ୍ ବିଧାନସଭାରେ ମୁଖ୍ୟମନ୍ତ୍ରୀ ହୋଇଥିଲେ । ସୃଷ୍ଟିଙ୍କ ପିତା ପ୍ରବୀଣ ବ୍ୟବସାୟୀ ହୋଇଥିବା ବେଳେ ମା ସୁଧା ଗୋସ୍ୱାମୀ ଗୃହିଣୀ ଅଟନ୍ତି ।


Share It

Comments are closed.