ଭାରତ-ଇଂଲଣ୍ଡ ଟି-୨୦ ସିରିଜ୍ରେ ଦର୍ଶକଙ୍କୁ ମିଳିପାରେ ଅନୁମତି
ଭାରତ ଗସ୍ତରେ ଥିବା ଇଲଣ୍ଡ କ୍ରିକେଟ ଦଳ ୪ଟି ଟେଷ୍ଟ ମ୍ୟାଚ ଖେଳିବା ପରେ ଟ୍ବେଣ୍ଟି-୨୦ ସିରିଜ୍ ଖେଳିବ। ୫ ମ୍ୟାଚ ବିଶିଷ୍ଟ ଟ୍ୱେଣ୍ଟି-୨୦ ସିରିଜ୍ ମାର୍ଚ୍ଚ ୧୨ରୁ ୨୦ ପର୍ୟ୍ୟନ୍ତ ଅହମ୍ମଦାବାଦ୍ସ୍ଥିତ ମୋଟେରା ଷ୍ଟାଡ଼ିୟମରେ ଖେଳାଯିବ। ଟ୍ୱେଣ୍ଟି୨୦ ସିରିଜ୍ରେ ଷ୍ଟାଡ଼ିୟମକୁ ଦର୍ଶକଙ୍କ ପ୍ରବେଶ ଲାଗି େଖା ଲିବାକୁ ଚିନ୍ତା କରୁଥିବାବେଳେ ଅନ୍ତିମ ନିଷ୍ପତ୍ତି ରାଜ୍ୟ ସରକାର ନେବେ। ଭାରତ-ଇଲଣ୍ଡ ଟ୍ୱେଣ୍ଟି-୨୦ ସିରିଜ୍ ବେଳେ ପ୍ରଶଂସକଙ୍କ ପାଇଁ ଷ୍ଟାଡ଼ିୟମ ଖୋଲିବାକୁ ଚାହୁଁଛୁ। କେତେ ସଂଖ୍ୟାରେ ଟିକଟ ବିକ୍ରି କରାଯିବ ଆମେ ସେ ସମ୍ପର୍କରେ ଏପର୍ୟ୍ୟନ୍ତ ନିଷ୍ପତ୍ତି ନେଇନାହୁଁ। ୫୦ ପ୍ରତିଶତ ଦର୍ଶକଙ୍କୁ ଅନୁମତି ଦେବା ନେଇ ଚିନ୍ତାକରୁଛୁ। ଏ ନେଇ ଚୂଡାନ୍ତ ନିଷ୍ପତ୍ତି ରାଜ୍ୟ ସରକାର ନେବେ। ଦର୍ଶକଙ୍କ ସୁରକ୍ଷା ପ୍ରତି ଆମେ ପ୍ରାଥମିକତା ଦେଉଛୁ ବୋଲି ବିସିସିଆଇ ଅଫିସିଆଲ ପକ୍ଷରୁ କୁହାଯାଇଛି। ଅନ୍ୟପକ୍ଷରେ ତାମିଲନାଡୁ କ୍ରିକେଟ ଆସୋସିଏସନ ପକ୍ଷରୁ ଏମ.ଏ ଚିଦାମ୍ବରମ୍ ଷ୍ଟାଡ଼ିୟମରେ ଖେଳାଯିବାକୁ ଥିବା ପ୍ରଥମ ଦୁଇ ଟେଷ୍ଟ ମ୍ୟାଚ ଲାଗି କୌଣସି ଟିକଟ ନଦେବା ଲାଗି ସଦସ୍ୟଙ୍କୁ ଅବଗତ କରାଯାଇଛି। କାରଣ ମ୍ୟାଚ୍ ବିନା ଦର୍ଶକରେ ଖେଳାଯିବାକୁ ନିଷ୍ପତ୍ତି ହୋଇଛି।
Comments are closed.