କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦୃଢକ୍ତି, ଭାରତ ହେବ ବିଶ୍ୱ ଉର୍ଜା ଉତ୍ପାଦନର ପେଣ୍ଠସ୍ଥଳି


ନୂଆଦିଲ୍ଲୀ/ଭୁବନେଶ୍ୱର – ନୂଆଦିଲ୍ଲୀରୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଯୁଗ୍ମ-ଅଧ୍ୟକ୍ଷତାରେ ଆମେରିକାର ଉର୍ଜା ସଚିବ ଡାନ୍ ବ୍ରୌଲିଟିଙ୍କ ସହ ଭାରତ-ଆମେରିକା ଦ୍ୱିତୀୟ ମନ୍ତ୍ରୀସ୍ତରୀୟ ଋଣନୈତିକ ଉର୍ଜା ସହଯୋଗ(ଏସଇପି) ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ଭାରତ ଓ ଆମେରିକା ମଧ୍ୟରେ ଦ୍ୱିପାକ୍ଷିକ ଉର୍ଜା ସମ୍ପର୍କ ଭାରତକୁ ଏକବିଂଶ ଶତାବ୍ଦୀରେ ବିଶ୍ୱ ଉର୍ଜା ଉତ୍ପାଦନର ପେଣ୍ଠସ୍ଥଳି କରିବ ବୋଲି ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତିା
ଶ୍ରୀ ପ୍ରଧାନ କହିଛନ୍ତି ଆମେରିକାର ସହଯୋଗ ଭାରତକୁ ଗ୍ୟାସ ଅଧାରିତ ଅର୍ଥନୀତି କରିବା ଲକ୍ଷ୍ୟକୁ ତ୍ୱରାନ୍ୱିତ କରିବ । ଏହାସହ ଉର୍ଜା କ୍ଷେତ୍ରରେ ମଧ୍ୟ ଅଭିବୃଦ୍ଧି ଘଟିବ । ଏହି ଅବସରରେ ଶ୍ରୀ ପ୍ରଧାନ ଆମେରିକା ସରକାର ଏବଂ ଆମେରିକାର କମ୍ପାନୀ ଗୁଡିକୁ ଆତ୍ମନିର୍ଭର ଭାରତ ମିଶନରେ ସାମିଲ ହେବା ପାଇଁ ଆହ୍ୱାନ କରିଥିଲେ । ଆମେରିକା ଓ ଭାରତ ଉର୍ଜା ସମ୍ପର୍କ ଭାରତକୁ ଏକବଂଶ ଶତାବ୍ଦୀରେ ବିଶ୍ୱ ଉତ୍ପାଦନର ବିଶେଷ ଭାବରେ ଉର୍ଜା ଭିତିଭୂମିର ପେଣ୍ଠସ୍ଥଳି କରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
ଆଜିର ବୈଠକରେ ଉର୍ଜା ସୁରକ୍ଷା ଏବଂ ଉର୍ଜା ଉପଲବ୍ଧି ଉପରେ ଆମେରିକା ଏବଂ ଭାରତ ମଧ୍ୟରେ ଗୁରୁତ୍ୱ ଦିଆଯାଇଥିଲା । ଭାରତ-ଆମେରିକା ଋଣନୈତିକ ଉର୍ଜା ସହଯୋଗ ଏସଇପିର ଚାରୋଟି ପ୍ରାଥମିକ ସ୍ତମ୍ଭ ଶକ୍ତି ଏବଂ ଶକ୍ତି ଦକ୍ଷତା, ତୈଳ ଏବଂ ଗ୍ୟାସ୍‌, ଅକ୍ଷୟ ଉର୍ଜା ଏବଂ ସ୍ଥାୟୀ ଅଭିବୃଦ୍ଧି ଉପରେ ଆଲୋଚନା ହୋଇଥିଲା । ଏହି ସ୍ତମ୍ଭଗୁଡିକ ମାଧ୍ୟମରେ ଆମେରିକା ଏବଂ ଭାରତ ସ୍ୱଚ୍ଛ, ସୁଲଭ ଏବଂ ନିର୍ଭରଯୋଗ୍ୟ ଉର୍ଜା ଉପଲବ୍ଧି ପାଇଁ ଅନେକ କାର୍ଯ୍ୟ କରାଯାଉଛି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ଏବଂ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନେତୃତ୍ୱରେ ଦୁଇ ଦେଶର ଦ୍ୱିପାକ୍ଷିକ ସମ୍ପର୍କ ମଜବୁତ୍ ହୋଇଥିବାବେଳେ ଆଜିର ବୈଠକ ଭାରତ-ଆମେରିକା ଉର୍ଜା ସମ୍ପର୍କକୁ ଆଗାମୀ ଦିନରେ ଅଧିକ ନିବିଡ କରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
ଉଲ୍ଲେଖନୀୟ ଯେ, ବୈଠକରେ ଏହି ଏସଇପି ଅଧୀନରେ ଥିବା କାର୍ଯ୍ୟକ୍ରମ ଏବଂ ନୂଆ କାର୍ଯ୍ୟ ଘୋଷଣା ହୋଇଥିଲା । ଉର୍ଜା ସୁରକ୍ଷାକୁ ପ୍ରୋତ୍ସାହନ ଦେବା, ନବସୃଜନ, ଶକ୍ତି କାର୍ଯ୍ୟର ଆଧୁନିକୀରଣ, ଉର୍ଜା ଦକ୍ଷତା, ସଂରକ୍ଷଣ ବୃଦ୍ଧି, ଉର୍ଜା ବାଣିଜ୍ୟ ଏବଂ ପୁଞ୍ଜିନିବେଶର ଅଭିବୃଦ୍ଧିକୁ ପ୍ରୋତ୍ସାହନ, ସ୍ଥାୟୀ ଅର୍ଥନୀତି ଅଭିବୃଦ୍ଧିକୁ ପ୍ରୋତ୍ସାହନ ଏବଂ ଉର୍ଜା କ୍ଷେତ୍ରରେ ମହିଳାଙ୍କୁ ସଶକ୍ତ କରିବା ଦିଗରେ ଭାରତ-ଆମେରିକା ସମ୍ପର୍କକୁ ତ୍ୱରାନ୍ୱିତ କରିବା ନେଇ ଆଲୋଚନା ହୋଇଥିଲା ।
ସେହିପରି ଉଭୟ ଦେଶର ରଣନୈତିକ ଏବଂ ଅର୍ଥନୈତିକ ସ୍ୱାର୍ଥକୁ ଆଗକୁ ବଢାଇବା ପାଇଁ ଭାରତ-ଆମେରିକା ଋଣନୈତିକ ଉର୍ଜା ସହଯୋଗ(ଏସଇପି) ଅଧୀନରେ ସଂଖ୍ୟାଧିକ ଚୁକ୍ତିନାମା(ଏମଓୟୁ) ଓ ଅନେକ ଦୁଇ ଦେଶର କମ୍ପାନୀ ମାନଙ୍କ ମଧ୍ୟରେ ବିଭିନ୍ନ ସହଯୋଗ ନେଇ ନେଇ ମଧ୍ୟ ଘୋଷଣା ହୋଇଥିଲା । ଏ ଗୁଡିକ ମଧ୍ୟରୁ ପ୍ରମୁଖ ହେଲା ଋଣନୈତିକ ପେଟ୍ରୋଲିୟମ ଭଣ୍ଡାର ପାଇଁ ଆମେରିକାର ଉର୍ଜା ବିଭାଗ ଏବଂ ଭାରତୀୟ ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମଧ୍ୟରେ ଏମଓୟୁ, ଆମେରିକାର ୟୁଏସଏଆଇଡି ଏବଂ ଭାରତର ଆଇଏସଏଚଆରଏଇ ମଧ୍ୟରେ ଏମଓୟୁ ଓ ଇଇଏସଏଲ, ଏନଟିପିସି ଏବଂ ୟୁଏସଏଆଇଡି ମଧ୍ୟରେ ଚୁକ୍ତିନାମା ସ୍ୱାକ୍ଷର ହୋଇଥିଲା । ଏହାବ୍ୟତିତ ଆମେରିକାର ଫେଡେରାଲ ଏନର୍ଜି ରେଗୁଲେଟରି କମିଶନ ଏବଂ ଭାରତ ସେଂଟରାଲ ରେଗୁଲେଟୋରି କମିଶନ ମଧ୍ୟ ମିଳିତ ଭାବେ କାର୍ଯ୍ୟ କରିବା ନେଇ ଉଭୟ ପକ୍ଷରୁ ଘୋଷଣା ହୋଇଥିଲା ।
ସେହିପରି ଭାରତ-ଆମେରିକା ଗ୍ୟାସ ଟ୍ୟାସ୍କ ଫୋର୍ସ ଅଧୀନରେ ମଧ୍ୟ ଦେଶର ପାଇପଲାଇନ ପ୍ରକଳ୍ପକୁ ଆଗେଇ ନେବା ପାଇଁ ଆମେରିକାର ଗ୍ୟାସ ୱେ ଏବଂ ଇନ୍ଦ୍ରପ୍ରସ୍ଥ ଗ୍ୟାସ ଲିମିଟେଡ୍‌(ଆଇଜିଏଲ୍‌) ମଧ୍ୟରେ ଏମଓୟୁ ସ୍ୱାକ୍ଷରିତ ହୋଇଥିଲା । ଏହାସହ ବ୍ଲୁମ ଏନର୍ଜି ଓ ଇଣ୍ଡିଆନ ଅଏଲ, ଫେଡେରାଲ ରେଗୁଲେଟରି କମିଶନ (ଏଫଇଆରସି) ଏବଂ ପେଟ୍ରୋଲିୟମ ପ୍ରାକୃତିକ ଗ୍ୟାସ ରେଗୁଲୋଟରି ବୋର୍ଡ(ପିଏନଜିଆରବି) ସମେତ ଅନେକ ପୃଥକ ପୃଥକ ଏମଓୟୁ ସ୍ୱାକ୍ଷର ହୋଇଥିଲା ।


Share It

Comments are closed.