ଓରିଏଂଟ ଇଲେକ୍ଟ୍ରିକ ପକ୍ଷରୁ ୟୁଭି ସାନିଟେକର ଶୁଭାରମ୍ଭ


ଭୁବନେଶ୍ୱର: ଓରିଏଂଟ ଇଲେକ୍ଟ୍ରିକ ଲିମିଟେଡ ପକ୍ଷରୁ ୟୁଭି ସାନିଟେକର ଶୁଭାରମ୍ଭ କରାଯାଇଛି । ଏହା ଏକ ବକ୍ସ ଆକୃତିର ସାନିଟାଇଜିଂ ଉପକରଣ ଅଟେ ଯାହାକି କରୋନା ଭାଇରସ, ବ୍ୟାକ୍ଟେରିଆ ଏବଂ ସମସ୍ତ ନିର୍ଜୀବ ବସ୍ତୁଗୁଡ଼ିକ ଉପରେ ଲାଗି ରହିଥିବା ଫଞ୍ଜି ଆଦିକୁ ମାତ୍ର ୪ ମିନିଟ ମଧ୍ୟରେ ନଷ୍ଟ କରିଦେବା ପାଇଁ ସର୍ଟ-ୱେଭଲେନ୍ଥ ଅଲଟ୍ରାଭାୟୋଲେଟ (ୟୁଭି-ସି) ଲାଇଟର ବ୍ୟବହାର କରିଥାଏ । ଓରିଏଂଟ ୟୁଭି ସାନିଟେକ ୟୁଭି-ସି ଲାଇଟକୁ ୩୬୦-ଡିଗ୍ରୀ ପର୍ଯ୍ୟନ୍ତ ଅନାବୃତ କରିଥାଏ ଏବଂ ୯୯.୯୯% ଭାଇରସ ଓ ବ୍ୟାକ୍ଟେରିଆଙ୍କୁ ମାରିଥାଏ । ଏହାର ଅଲଟ୍ରାଭାୟୋଲେଟ ଜର୍ମିସିଡାଲ ଇରାଡିଏସନ (ୟୁଭିଜିଆଇ) ପ୍ରକ୍ରିୟା ରାସାୟନିକ ସଂଯୋଗକୁ ବ୍ୟାଘାତ କରି ଭାଇରସଗୁଡ଼ିକର ଡିଏନଏ, ଆରଏନଏ ଏବଂ ପ୍ରୋଟିନକୁ ଆଘାତ କରି ଏଗୁଡ଼ିକୁ ଅକ୍ଷମ କରିଦେଇଥାଏ । ଏହା ଏକ ପୂର୍ବ-ବ୍ୟବସ୍ଥିତ ଇଲେକ୍ଟ୍ରାନିକ ଟାଇମର ସହିତ ଆସିଥାଏ, ଯାହାକି ୟୁଭି-ସି ଲାଇଟରେ ସଠିକ ୪ ମିନିଟର ଅନାବୃତକୁ ସୁନିଶ୍ଚିତ କରିଥାଏ ଏବଂ ଏହା ଜିନିଷଗୁଡ଼ିକର ଉପରିଭାଗରେ ରହିଥିବା ଭାଇରସ ଓ ବ୍ୟାକ୍ଟେରିଆଗୁଡ଼ିକୁ ମାରିବା ପାଇଁ ପର୍ଯ୍ୟାପ୍ତ ହୋଇଥାଏ ।


ଏହି ପରିପ୍ରେକ୍ଷୀରେ ଓରିଏଂଟ ଇଲେକ୍ଟ୍ରିକ ଲିମିଟେଡର ଏମଡି ତଥା ସିଇଓ ଶ୍ରୀ ରାକେଶ ଖନ୍ନା କହିଛନ୍ତି ଯେ, “ବର୍ତମାନର କୋଭିଡ-୧୯ ବାତାବରଣ ସହ ଆମେ ନିଜର ୟୁଭି-ସି ଲାଇଟ ଆଧାରିତ ସାନିଟେକକୁ ପରିଚିତ କରାଇ ବେଶ ଆନନ୍ଦିତ, ଯାହାକି ଏକ ଅଧିକ ପ୍ରଭାବକାରୀ ଏବଂ ସୁରକ୍ଷିତ ସମାଧାନ ହେବା ସହିତ ସମସ୍ତ ନିର୍ଜୀବ ସାମଗ୍ରୀଗୁଡ଼ିକର ସାନିଟାଇଜିଂ ପ୍ରକ୍ରିୟାକୁ ଆହୁରି ସହଜ କରିଥାଏ । ଆମେ ମାର୍କେଟରୁ ଏକ ସକାରାତ୍ମକ ପ୍ରତିକ୍ରୟା ପାଇଁ ଆଶାବାଦୀ ।”
ଓରିଏଂଟ ୟୁଭି ସାନିଟେକ ୩୪ ଲିଟର ସାମର୍ଥ୍ୟତା ବିଶିଷ୍ଟ ଅଟେ ଏବଂ ଏହା ୧୧ ୱାଟର ଦୁଇଟି ୟୁଭିସି ଲ୍ୟାମ୍ପର ବ୍ୟବହାର କରିଥାଏ, ଯାହାକି ତୀର୍ଯ୍ୟକ ଭାବେ ପର୍ଯ୍ୟାପ୍ତ ୟୁଭି ଜୀବାଣୁନାଶକ ରଶ୍ମୀର ବିଚ୍ଛୁରଣ କରିଥାଏ । ଏହାର ବ୍ୟବହାର ସମ୍ପୂର୍ଣ୍ଣ ସୁରକ୍ଷିତ ଅଟେ ଏବଂ ଏହା ଏକ ସେଫଟି ସ୍ୱିଚ ସହିତ ଆସିଥାଏ ଯାହାକି ଡୋର ଖୋଲା ଥିବା ସମୟରେ ୟୁଭି ଲାଇଟକୁ ଆପେଆପେ ବନ୍ଦ କରିଥାଏ । ଓରିଏଂଟ ୟୁଭି ସାନିଟେକ ଓରିଏଂଟର ଫରିଦାବାଦ ଫାସିଲିଟିଠାରେ ‘ଭାରତ ନିର୍ମିତ’ ଉତ୍ପାଦ ଅଟେ ଏବଂ ଏହା ଏକ ଏନଏବିଏଲ ସ୍ୱୀକୃତିପ୍ୱାପ୍ତ ଲ୍ୟାବରେ ପରୀକ୍ଷିତ ଏବଂ ପ୍ରମାଣିତ ଅଟେ । ୧୧,୯୯୯ଟଙ୍କା ମୂଲ୍ୟର ଏହି ଉତ୍ପାଦ ଫ୍ଲିପକାର୍ଟ ଏବଂ ଆମାଜନ ଜରିଆରେ ଉପଲବ୍ଧ ହେଉଛି । ଓରିଏଂଟ ୟୁଭି ସାନିଟେକ ଉତ୍ପାଦ ଉପରେ ଏକ ବର୍ଷର ୱାରେଂଟି ଏବଂ ୟୁଭିସି ଲ୍ୟାମ୍ପ ଉପରେ ୬ ମାସର ୱାରେଂଟି ସହିତ ଆସିଛି ।


Share It

Comments are closed.