କରୋନାରେ ଆକ୍ରାନ୍ତ ହେଲେ ରିଷଭ ପନ୍ତ

Share It

ଇଂଲଣ୍ଡ ବିପକ୍ଷ ପାଞ୍ଚୋଟି ଟେଷ୍ଟ ସିରିଜ୍ ପୂର୍ବରୁ ଟିମ୍ ଇଣ୍ଡିଆ ପାଇଁ ଖରାପ ଖବର। ଭାରତୀୟ ୱିକେଟ କିପର ବ୍ୟାଟସମ୍ୟାନ୍ ଋଷଭ ପନ୍ତ କରୋନା ସଂକ୍ରମିତ ଜଣାପଡିଛନ୍ତି। ଏହି ଖବର ଆସିବା ପ​‌ରେ ଟିମ୍ ଇଣ୍ଡିଆ ଚିନ୍ତାରେ ପଡିଯାଇଛି।ମିଳିଥିବା ସୂଚନା ଅନୁସାରେ, ଟିମ୍ ଇଣ୍ଡିଆର ଦୁଇ କ୍ରିକେଟର କରୋନା ପଜିଟିଭ ବାହାରିଛନ୍ତି। ଋଷଭ ପନ୍ତ ବର୍ତ୍ତମାନ ମଧ୍ୟ କରୋନା ପଜିଟିଭ ଅଛନ୍ତି। ବିସିସିଆଇ ପକ୍ଷରୁ ମଧ୍ୟ ସୂଚନା ଦିଆଯାଇଛି ଯେ, ପନ୍ତ କରୋନା ସଂକ୍ରମିତ ହୋଇ ଏବେ କ୍ୱାରେଣ୍ଟାଇନରେ ଅଛନ୍ତି।

ଉଲ୍ଲେଖନୀୟ ଯେ, କିଛି ଦିନ ପୂର୍ବରୁ ପନ୍ତ ୟୁରୋ କପ୍‌ରେ ଇଂଲଣ୍ଡ ଓ ଜର୍ମାନ୍ ଭିତରେ ହେବାକୁ ଥିବା ମୁକାବିଲାକୁ ଦେଖିବାକୁ ଲଣ୍ଡନର ୱେମ୍ବଲେ ଷ୍ଟାଡିୟମ ଯାଇଥିଲେ। ଯେଉଁଠି ୯୦ ହଜାରରୁ ଅଧିକ ଦର୍ଶକ ଥିଲେ`ଷ୍ଟାଡିୟମରେ ପନ୍ତ ହଜାର ହଜାର ଲୋକଙ୍କ ଭିତରେ ବିନା ମାସ୍କରେ ପ୍ରଶଂସକଙ୍କ ସହ ଫଟୋ ଉଠାଇଥିଲେ। ପନ୍ତଙ୍କୁ ୧୮ ତାରିଖ ପର୍ଯ୍ୟନ୍ତ ଆଇସୋଲେସନରେ ରହିବାକୁ ପଡିବ। ଏହାପରେ ଟେଷ୍ଟିଂ ରିପୋର୍ଟ ନେଗେଟିଭ ଆସିଲେ ଡରହମ୍‌ରେ ୨୦ ଜୁଳାଇରୁ ହେବାକୁ ଥିବା ଅଭ୍ୟାସ ମ୍ୟାଚ୍‌ରେ ଭାଗ ନେଇପାରିବେ।


Share It

Comments are closed.