ଦେଶରେ କରୋନା ସଂକ୍ରମଣରେ ସାମାନ୍ୟ ହ୍ରାସ, ଗତ ୨୪ ଘଂଟାରେ ୫୬,୨୧୧ ନୂଆ ଆକ୍ରାନ୍ତ ଚିହ୍ନଟ
ଦେଶରେ ବେକାବୁ ହେଲାଣି କରୋନା ଭାଇରସ । କରୋନା ସଂକ୍ରମଣର ୨ ୟ ଲହରୀ ଅଧିକ ମାରାତ୍ମକ ହେବାକୁ ଲାଗିଛି । ଗତ ୨୪ ଘଣ୍ଟାରେ ଦେଶରେ ୫୬ ହଜାରରୁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତକାଲି ତୁଳନାରେ ଆଜି ଦୈନିକ ସଂକ୍ରମଣରେ ସାମାନ୍ୟ କମ୍ ରହିଛି ।
ତେବେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ଅନୁଯାୟୀ, ଦେଶରେ ଗତ ୨୪ଘଣ୍ଟାରେ ୫୬,୨୧୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୭୧ଜଣଙ୍କ ମୃତ୍ୟୁ ହୋଇଛି । ଯାହାକୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ୨୦ ଲକ୍ଷ ୯୫ ହଜାର ୮୫୫ରେ ପହଞ୍ଚିଛି । ସେହିପରି ଦେଶରେ ମୋଟ ମୃତକଙ୍କ ସଂଖ୍ୟା ୧ ଲକ୍ଷ ୬୨ ହଜାର ୧୧୪ରେ ପହଞ୍ଚିଛି ।
ସେପଟେ ଗତ ୨୪ଘଣ୍ଟାରେ ୩୭,୦୨୮ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଯାହାକୁ ମିଶାଇ ମୋଟ ସୁସ୍ଥ ସଂଖ୍ୟା ୧ କୋଟି ୧୩ ଲକ୍ଷ ୯୩ ହଜାର ୨୧ରେ ପହଞ୍ଚିଛି । ଏବେ ଦେଶରେ ମୋଟ ଆକ୍ଟିଭ୍ କେସ୍ ୫ଲକ୍ଷ ୪୦ ହଜାର ୭୨୦ରେ ରହିଛି ।
ତେବେ ୧୬ ଜାନୁଆରୀରୁ ସାରାଦେଶରେ ଆରମ୍ଭ ହୋଇଥିବା ଟିକାକରଣ ଅଭିଯାନରେ ଆଜି ପର୍ଯ୍ୟନ୍ତ ୬ କୋଟିରୁ ଅଧିକ ଲୋକଙ୍କୁ ଟିକା ଦିଆଯାଇଛି । ଦେଶରେ କରୋନାର ଦ୍ୱିତୀୟ ଲହର ମଧ୍ୟରେ ଲଗାତର କ୍ଷୀପ୍ର ଗତିରେ ବୃଦ୍ଧି ପାଉଥିବା ଆକ୍ଟିଭ୍ କେସ୍ ସରକାରଙ୍କ ଚିନ୍ତା ବଢ଼ାଇ ଦେଇଛି । ସପ୍ତାହକ ମଧ୍ୟରେ କରୋନାରେ ୧ ଲକ୍ଷ ୭୮ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଥିବା ଜଣାପଡ଼ିଛି ।
ICMR ଅନୁଯାୟୀ, ଭାରତରେ ମୋଟ କରୋନା ଭାଇରସରେ ୨୪ କୋଟି ୨୬ ଲକ୍ଷ ୫୦ହଜାର ୨୫ ନମୁନା ପରୀକ୍ଷଣ ହୋଇଛି । ଯେଉଁଥିରୁ ୭ଲକ୍ଷ ୮୫ ହଜାର ୮୬୪ଟି ନମୁନା ଟେଷ୍ଟ ହୋଇଛି ।
Comments are closed.