ଦେଶରେ ବେଲଗାମ କରୋନା: ଗତ ୨୪ ଘଂଟାରେ ୪ ଲକ୍ଷ ୧୨ ହଜାରରୁ ଅଧିକ ପଜିଟିଭ୍, ୩୯୮୦ ମୃତ

Share It

ସରକାର ଭାରତରେ କରୋନାଭାଇରସର ତୃତୀୟ ତରଙ୍ଗ (କୋଭିଡ୍ -୧୯) ଅପରିହାର୍ଯ୍ୟ ବୋଲି କହିବାର ଗୋଟିଏ ଦିନ ପରେ ଦେଶରେ ୪୧୨,୨୬୨ଜଣ ନୂଆ ଆକ୍ରାନ୍ତ ଏବଂ ୩,୯୮୦ ଜଣଙ୍କର ମୃତ୍ୟୁ ଘଟିଛି। ଏହା ସହ ଭାରତର ମୋଟ ସଂକ୍ରମଣ ସଂଖ୍ୟା ୨୧,୦୭୭,୪୧୦ କୁ ବୃଦ୍ଧି ପାଇଛି ଏବଂ ଏହାର ମୃତ୍ୟୁ ସଂଖ୍ୟା ୨୩୦,୧୬୮ କୁ ବୃଦ୍ଧି ପାଇଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶ।


ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ଅନୁସାରେ, ୨୪ ଘଂଟାରେ ୪ ଲକ୍ଷ ୧୨ ହଜାର ୨୬୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦେଶରେ କରୋନା ଜନିତ ଦୈନିକ ମୃତ୍ୟୁ ସଂଖ୍ୟା ୩୯୦୦ ଟପିଛି । ୨୪ ଘଂଟା ମଧ୍ୟରେ ୩୯୮୦ ଜଣଙ୍କ ମୃତ୍ୟୁ ଘଟିଛି । ସେହିପରି ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୨କୋଟି ୧୦ ଲକ୍ଷ ୭୭ହଜାର ୪୧୦ରେ ପହଞ୍ଚିଛି।

ଏତତ୍ ବ୍ୟତୀତ ମୃତ୍ୟୁସଂଖ୍ୟା ୨ ଲକ୍ଷ ୨୩ ହଜାର ୧୬୮ରେ ପହଞ୍ଚିଛି। ସମୁଦାୟ ଆରୋଗ୍ୟ ସଂଖ୍ୟା ୧ କୋଟି ୭୨ ଲକ୍ଷ ୮୦ ହଜାର ୮୪୪ରେ ପହଁଚିଛି। ଦେଶରେ ଏବେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ରହିଛି ୩୫୬୬୩୯୮।


Share It

Comments are closed.