ଦେଶରେ ଦୈନିକ ସଂକ୍ରମଣରେ ସାମାନ୍ୟ ହ୍ରାସ: ଗୋଟିଏ ଦିନରେ ୩ ଲକ୍ଷ ୬୬ ହଜାରରୁ ଅଧିକ ପଜିଟିଭ୍ ଚିହ୍ନଟ, ୩୭୫୪ ଜଣଙ୍କ ମୃତ୍ୟୁ
ଦେଶରେ କରୋନା ଭାଇରସ ମାମଲାରେ ସାମାନ୍ୟ ହ୍ରାସ ପାଇଛି। ଏହା ମଧ୍ୟରେ ଗତ ୨୪ ଘଂଟା ମଧ୍ୟରେ ଦେଶରେ ୩ ଲକ୍ଷ ୬୬ ହଜାରରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୩୭୫୪ଜଣଙ୍କ ମୃତ୍ୟୁ ହୋଇଛି ।
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ଅନୁସାରେ, ୨୪ ଘଂଟାରେ ୩ ଲକ୍ଷ ୬୬ ହଜାର ୧୬୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦେଶରେ କରୋନା ଜନିତ ଦୈନିକ ମୃତ୍ୟୁ ସଂଖ୍ୟା ୩୭୦୦ ଟପିଛି । ୨୪ ଘଂଟା ମଧ୍ୟରେ ୩୭୫୪ ଜଣଙ୍କ ମୃତ୍ୟୁ ଘଟିଛି । ସେହିପରି ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୨କୋଟି ୨୬ ଲକ୍ଷ ୬୨ ହଜାର ୫୭୫ରେ ପହଞ୍ଚିଛି।
India reports 3,66,161 new #COVID19 cases, 3,53,818 discharges and 3,754 deaths in the last 24 hours, as per Union Health Ministry
Total cases: 2,26,62,575
Total discharges: 1,86,71,222
Death toll: 2,46,116
Active cases: 37,45,237Total vaccination: 17,01,76,603 pic.twitter.com/sjXdpYbVlE
— ANI (@ANI) May 10, 2021
ଏତତ୍ ବ୍ୟତୀତ ମୃତ୍ୟୁସଂଖ୍ୟା ୨ ଲକ୍ଷ ୪୬ ହଜାର ୧୧୬ରେ ପହଞ୍ଚିଛି। ସମୁଦାୟ ଆରୋଗ୍ୟ ସଂଖ୍ୟା ୧ କୋଟି ୮୬ ଲକ୍ଷ ୭୧ ହଜାର ୨୨୨ରେ ପହଁଚିଛି। ଦେଶରେ ଏବେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ରହିଛି ୩୭୪୫୨୩୭।
Comments are closed.